ଓଡ଼ିଶା ଖବରନ୍ୟୁଜ୍

ରାମ ନବମୀ ଉତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

ରାମ ନବମୀ ଉତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

ବଲାଙ୍ଗୀର :-କଣ୍ଟାବାଞ୍ଜି ସହରରେ ପ୍ରତି ବର୍ଷ ବଡ଼ ଧୁମଧାମରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ହୋଏ । ସେହିପରି ଚଳିତ ବର୍ଷ ମଧ୍ୟ ଏହି ପବିତ୍ର ଉତ୍ସବ ପାଳନ ବଡ଼ ଆଡମ୍ବର ରେ ପାଳନ କରିବା ନେଇ କମିଟି ସଭାପତି ଅଶୋକ ଛାପଡ଼ିଆଙ୍କ ନେତୃତ୍ୱରେ ସ୍ଥାନୀୟ ହରିଭାବନ ଠାରେ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା ୩୦ ତାରିଖ ରେ ରାମ ଜନ୍ମଉତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ରାମ ମନ୍ଦିର ହେବା ବେଳେ ଏଥିରେ କଥା ବାଚନ ରାମ ମଣ୍ଡଳୀ କରିବେ ବୋଲି , ସମଗ୍ର ସହର କୁ ଭଗୁଆ ରଙ୍ଗ କରା ଯିବା ବୋଲି କମିଟି ସମ୍ପାଦକ ଚିନ୍ମୟ ଯୋଶୀ ସୂଚନା ଦେଇଛନ୍ତି । ଅନ୍ୟ କାର୍ଯ୍ୟକ୍ରମ ର ବିବରଣୀ ରେ ସଭାପତି ନିଜର ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି ଯେ ସକାଳ ପ୍ରାୟ ୧୧ଟା ରେ ଗୋଟିଏ ମୋଟର ସାଇକେଲ ରେଲି ନଗର ପରିକ୍ରମା କରିବା ଓ ଦିନ ୩ଟା ସମୟ ରେ ରାମ ମନ୍ଦିର ରୁ ବିଶାଳ ଶୋଭାଯାତ୍ରା ନଗର ର ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିବା ପରେ ରାମ ମନ୍ଦିର ପହଂଚିବ।

ଏହି ଶୋଭାଯାତ୍ରା ରେ ମୁଖ୍ୟ ଆକର୍ଷଣ କୋରାପୁଟ ର ଢେମ୍ସା ଗ୍ରୁପ , ରାମ ସେନା ଗ୍ରୁପ , ଶ୍ରୀ ରାମ ଝାଙ୍କି ଓ ବିଭିନ୍ନ ନୃତ୍ୟ ମଣ୍ଡଳୀ ଯୋଗ ଦେବା ସହ ସହରର ଓ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଶୋଭାଯାତ୍ରାରେ ସାମିଲ ହେବା ର କାର୍ଯ୍ୟକ୍ରମ ରହିଛି ଅନ୍ୟ ପକ୍ଷରେ ସ୍ଥାନୀୟ ବିଭିନ୍ନ ମହିଳା ଓ ପୁରୁଷ ସଂଗଠନ ଏବଂ ସମାଜସେବୀ ସଂସ୍ଥା ତାଙ୍କର ସହଯୋଗ ସହ ଏହି ୟାତ୍ରା ରେ ସାମିଲ ହେବେ ବୋଲି ସଭାପତି ସୂଚନା ଦେଇଛନ୍ତି । ଏହି ସମ୍ବିଳନୀରେ ଉପସଭାପତି ପ୍ରେମକିଶୋର ପଣ୍ଡା , ପୂର୍ବତନ ସଭାପତି ସଞ୍ଜୟ ଗାନ୍ଧୀ , ସହ ସମ୍ପାଦକ ପ୍ରଦୀପ ବାଗ , ସହ କୋଷାଧ୍ୟକ୍ଷ ନିଶି ମହାପାତ୍ର ଉପସ୍ଥିତ ଥିଲେ ।

Related posts

ଚୋରା ପ୍ରେମ ଭାରି କଷ୍ଟ ଦାୟକ

Odisha Halchal

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal

ମୋଦୀଙ୍କୁ ଆଙ୍କିଥିବା ଛବି ଉପହାର ଦେଲେ କୁନି ଝିଅ

Odisha Halchal

Leave a Comment