ଅପରାଧଓଡ଼ିଶା ଖବରନ୍ୟୁଜ୍

ଚୋରା ପ୍ରେମ ଭାରି କଷ୍ଟ ଦାୟକ

କେନ୍ଦ୍ରାପଡା ରୁ ଜନ୍ମେଜୟ ବିଶ୍ୱାଳ ଙ୍କ ସହ ବ୍ୟୁରୋ ରିପୋର୍ଟ – ଶେଷ ହେଲା ଖିଲାଡି ୪୨୦ ସୁନ୍ଦରୀ ଶର୍ମୀଷ୍ଠା ରାଉତଙ୍କ ଖେଳ, ଗୈହାଟୀ ଓ କୋଲକାତାରେ ଲୁଚି ରହିଥିଲା ସୁନ୍ଦରୀ ଶର୍ମୀଷ୍ଠା।ଭଦ୍ରକ ନଳାଙ୍ଗରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।ସରିଲା ଲୁଚକାଳି ଖେଳ ଜାଲରେ ପଡିଲା ସୁନ୍ଦରୀ ଶର୍ମୀଷ୍ଠା ରାଉତ। କୋଲକାତାରୁ ଭୂବନେଶ୍ୱରକୁ ଆସୁଥିଲା ନିଜ ସହଯୋଗୀ ଝୁନା ଭୋଇ ସହିତ ଠିକ୍ ସେତିକି ବେଳେ ଚାହିଁ ବସିଥିବା କ୍ରାଇମବ୍ରାଞ୍ଚ ମାଡିବସିଲା। ଆଉ ଏବେ ସିଧା ଭଦ୍ରକ ତିହିଡି ଥାନା ଭିତରେ ସୁନ୍ଦରୀ ଶର୍ମୀଷ୍ଠା। ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସମ୍ଫୂଣ୍ଣ ୱେବ ଚ୍ୟାନେଲର ମାଲିକିଆଣୀ ଶର୍ମୀଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ। ଆଜି ଦୁହିଁଙ୍କୁ ନଳାଙ୍ଗ ନିକଟରୁ କ୍ରାଇମବ୍ରାଞ୍ଚ ଏବଂ ଭଦ୍ରକ ପୋଲିସର ମିଳିତ ଟିମ୍ ଗିରଫ କରିଛି। ମାନସକୁ ମାରିବା ପରେ ଦୁହେଁ କୋଲକାତାର ଗୈହାଟୀ ରେ କିଛି ଦିନ ରହିଥିଲେ ଏପରିକି ପୋଲିସ ଠୁ ବଞ୍ଚିବା ପାଇଁ ରେଳୁଅ ଷ୍ଟେସନରେ ଆଶ୍ରୟ ନେଇଥିଲେ। ବଞ୍ଚିବା ପାଇଁ ଅନେକ ତରକା ଆପଣାଇ ଥିଲେ ସେମାନେ ହେଲେ ଶେଷରେ ଧରାପଡି ଗଲେ କଥାରେ ଅଛି ଚୋର ଘର କେବେ ଆଲୁଅରେ ନଥାଏ। ଗୋଟିଏ ମେମୋରୀ ଚିପ୍ ପାଇଁ ମୃତ୍ୟୁର ଷଡଯନ୍ତ୍ର ରଚିଥିଲେ ସୁନ୍ଦରୀ ଶର୍ମୀଷ୍ଠା ଏବଂ ଝୁନା।
ଏବେ ପ୍ରଶ୍ନ ଉଠୁଛି ସେଇ ଗୃପ୍ତ ମେମୋରୀ ଗଲା କୁଆଡେ। ନାଁ ତାକୁ ପୋଲିସ ପାଇଛି ନାଁ କ୍ରାଇମବ୍ରାଞ୍ଚ। ତେଣୁ ସେଇ ମେମୋରୀ ଚିପ୍ କୁ ଖୋଜି ବାହାର କରିବା କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଗତକାଲି ମାନସ ସ୍ୱାଇଁ ହତ୍ୟା ମାମଲାରେ ଦୟାଲ ଆଶ୍ରମରେ ଛାନଭିନ୍ କରିଥିଲା କ୍ରାଇମବ୍ରାଞ୍ଚ।

କେମିତି ରଚା ଯାଇଥିଲା ମର୍ଡର ପ୍ଲଟ ?

ସେନେଇ ଖିଅ ଖୋଜୁଥିଲା ପୋଲିସ ।

ତେବେ ଶୁଣନ୍ତୁ କିପରି କରାଯାଇଥିଲା କ୍ୟାମେରା ମ୍ୟାନ୍ ମାନସକୁ ନିର୍ମମ ହତ୍ୟା ଫେବୃଆରୀ ୫ତାରିଖ ଚାନ୍ଦବାଲି ଯାଇଥିଲେ ମାନସ ୬ତାରିଖରେ ଏକ ବାହାଘରରେ ଯୋଗ ଦେଇଥିଲେ ୭ତାରିଖ ଭୋର ସମୟରେ ମାନସକୁ ଶର୍ମୀଷ୍ଠା ସହ ପାଞ୍ଚଜଣ ଅପହରଣ କରି ଭୁବନେଶ୍ୱର ଦୟାଲ ଆଶ୍ରମକୁ ଆଣି ପିଟି ପିଟି ହତ୍ୟା କରିଦେଇଥିଲେ। ଏବଂ ଫେବୃଆରୀ ୮ତାରିଖରେ ଶର୍ମୀଷ୍ଠା ନିଜ କାରରେ ମାନସର ଶବକୁ ନେଇ ନୟାଗଡ଼ର ରଣପୁରରେ ପୋତି ଦେଇଥିଲେ। ପରେ ୧୨ତାରିଖରେ ମାନସଙ୍କ ମୃତ ଦେହକୁ ରଣପୁରର ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଏନେଇ ମାନସଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ଏତଲାକୁ ଆଧାର କରି ପୋଲିସ କାର୍ଯନୁଷ୍ଠାନ ଆରମ୍ଭ କରିଥିବା ବେଳେ ରହସ୍ୟ ଘେରକୁ ଆସିଥିଲା ମେମୋରୀ ଚିପ୍। ଦୀର୍ଘ ଦେଢ଼ମାସ ପରେ ସବୁ ଖେଳ ଉପରୁ ଉଠିଲା ପରଦା ବନ୍ଧା ହେଉଛନ୍ତି ଜଣ ଜଣ କରି ଅଭିଯୁକ୍ତ। ଅନ୍ୟପଟେ ମାନସର ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ଶର୍ମୀଷ୍ଠାଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି କହିବା ସହ ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଶର୍ମୀଷ୍ଠା ଓ ଝୁନାଙ୍କୁ ଆଜି ଚାନ୍ଦବାଲି ଜେଲ Bc କୋର୍ଟରେ ହାଜର କରିଥିବା ସହ ଉଭୟଙ୍କୁ ଦଶଦିନ ରିମାଣ୍ଡରେ ନେବାକୁ ଆବେଦନ ହେବାପରେ ଏବେ ଦୁହିଁଙ୍କୁ ଚାନ୍ଦବାଲି ନିଆଯାଇଛି। ଏହି ମାମଲାରେ ପୂର୍ବରୁ ଗିରଫ ହେଇଛନ୍ତି ପୂର୍ବତନ OIS ଅଧିକାରୀ ନିରଞ୍ଜନ ସେଠୀ ଶର୍ମୀଷ୍ଠାର ଭାଇ ପ୍ରମେଶ୍ୱର ରାଉତ, ରଞ୍ଜନ ନାୟକ ଗାଡି ଡ୍ରାଇଭର ଓ ଦୁଇ ସୁପାରୀ କିଲରଙ୍କୁ ବି ଗିରଫ କରାଯାଇଛି।

Related posts

ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌

Odisha Halchal

ଆଜିର ଖବର

Odisha Halchal

ଅନଲାଇନ ଗେମ୍ ହେଲା କାଳ

Odisha Halchal

Leave a Comment