ଓଡ଼ିଶା ଖବରନ୍ୟୁଜ୍

ରାଜ୍ୟର ପ୍ରଥମ ଗ୍ରାମୀଣ ସ୍ପେସ୍ ଲ୍ୟାବ୍କୁ ନେଇ ସାମ୍ବାଦିକ ସମ୍ମିଳନୀ

ରାଜ୍ୟର ପ୍ରଥମ ଗ୍ରାମୀଣ ସ୍ପେସ୍ ଲ୍ୟାବ୍କୁ ନେଇ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗୀର:-କଣ୍ଟାବାଞ୍ଜି ମୁସ୍କାନ ଇଣ୍ଟରନ୍ୟାସନାଲ ସ୍କୁଲ ରେ ଅଧ୍ୟକ୍ଷ ଡାକ୍ତର ବ୍ରଜେଶ ମିତ୍ତଲଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମେଳନୀ ରେ ସ୍ଥାନୀୟ ନଗରପାଳ ବରିୟାମ ସିଂ ସାଲୁଜା ଯୋଗ ଦେଇଥିବା ବେଳେ ରାଜ୍ୟର ପ୍ରଥମ ଗ୍ରାମୀଣ ସ୍ପେସ୍ ଲ୍ୟାବ୍ ଏହି ସ୍କୁଲ ଆରମ୍ଭ ହେବା କୁ ଯାଉଥିବା ସୂଚନା ଦେଇଛନ୍ତି । ଏହି ସମ୍ମେଳନୀ ରେ ବ୍ୟୋମିକ ସ୍ପେସର ନିର୍ଦ୍ଦେଶକ ଏକାଡେମୀ ର ଶ୍ରୀ ନିତିନ କୁମାର ଉପସ୍ଥିତ ରହି ସ୍କୁଲ ସଙ୍ଗେ ଚୁକ୍ତିନାମା ହୋଇଛି ବୋଲି ସୂଚନା ଦେଇଥିଲେ ।

ଅନ୍ୟ ପକ୍ଷରେ ଏହି ଅଂଚଳର ବହୁ ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଡାକ୍ତର , ସି ଏ , କଲେକ୍ଟର , ଏସ ପି ଓ ବିଭିନ୍ନ ଉଛ ପଦବୀ ରେ ଅଛନ୍ତି ଏହି ସ୍ପେସ୍ ଲ୍ୟାବ୍ ହେଲେ ଛାତ୍ରଛାତ୍ରୀ ଙ୍କୁ ବେଜ୍ଞାନିକ ହେବା ପାଇଁ ଶିକ୍ଷା ପ୍ରଦାନ କରିବା ରେ ପ୍ରମୁଖ ଭୂମିକା ନିର୍ବାହ କରିବା ।NITI ଆୟୋଗ ଦ୍ୱାରା ଚିହ୍ନିତ ଦଶଟି ଉଚ୍ଚାଭିଳାଷୀ ଜିଲ୍ଲା ମଧ୍ୟରୁ ବଲାଙ୍ଗୀର ର କଣ୍ଟାବାଞ୍ଜି ସହର ।ଚେୟାରମ୍ୟାନ୍ ଶ୍ରୀ ସୋମନାଥ ଙ୍କ ଚିନ୍ତାଧାରା ଯୋଗୁଁ ଏସବୁ ସମ୍ଭବ ହୋଇଛି ବୋଲି ନିତିନ କୁମାର ପ୍ରକାଶ କରିଛନ୍ତି ।

ସ୍ପେସ୍ ଲ୍ୟାବ୍ର ଭିତ୍ତିଭୂମିରେ ISRO ରକେଟ୍, ଟେଲିସ୍କୋପ୍ ର 3D ମଡେଲ୍ ଅନ୍ତର୍ଭୁକ୍ତ |ସ୍ପେସ୍ ସାଇନ୍ସ କିଟ୍, ବିଭିନ୍ନ R.C. ବିମାନ ଏବଂ ଡ୍ରୋନ୍, 3D ପ୍ରିଣ୍ଟର୍, ରୋବୋଟିକ୍ ଭଳି ପ୍ରକଳ୍ପ |ପ୍ରୋଜେକ୍ଟ, ଏବଂ ଯନ୍ତ୍ରପାତି ଅନ୍ତର୍ଭୂକ୍ତ ହେବ ସହ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ପାଇଁ ପାରିବେ ।ଅନ୍ୟ ପକ୍ଷରେ ପ୍ରତି ଶନିବାର ଦିନି ଅନଲାଇନ ମଧ୍ୟରେ ଛାତ୍ରଛାତ୍ରୀ ISRO ବେଜ୍ଞାନିକ ସହ କଥା ହୋଇ ଉକ୍ତ ବିଷୟରେ ପ୍ରଶ୍ନ କରିପାରିବେ ଓ ପ୍ରତି ତିନ ମାସ ରେ ସ୍କୁଲ ଲେବ ରେ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହେବା ବୋଲି ଡାକ୍ତର ମିତ୍ତଳ ପ୍ରକାଶ କରିଛନ୍ତି ।

Related posts

ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା, ସାମ୍ନା କୁ ଆସିଲା ସତ

Odisha Halchal

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଡିସ୍କୋ କିଙ୍ଗ

Odisha Halchal

ଡକାୟତ କରୁଥିବା ବେଳେ ଗ୍ରାମବାସୀ ମାନେ ଚୋର କୁ କାବୁ କରି ନିସ୍ତୁକ ମାଡ଼

Odisha Halchal

Leave a Comment