ଓଡ଼ିଶା ଖବରନ୍ୟୁଜ୍

ପ୍ରଚଣ୍ଡ ଶବ୍ଦ ରେ ଥରି ଉଠିଲା ତିନିଜିଲ୍ଲା

ପ୍ରଚଣ୍ଡ ଶବ୍ଦ ରେ ଥରି ଉଠିଲା ତିନିଜିଲ୍ଲା

ବାଲେଶ୍ୱର:-ପ୍ରଚଣ୍ଡ ଶବ୍ଦ ଆଜି ତିନିଜିଲ୍ଲା ବାସି ଙ୍କ ମନ ରେ ଛନକା ପସେଇଛି,ଲୋକଙ୍କ ଛାତି ଥରି ଉଠିଥିଲା । ରାଜ୍ୟର ଚାରି ଜିଲ୍ଲାର ଲୋକ ଶଦ୍ଦ ଶୁଣି ଭୟଭୀତ ହୋଇ ପଡ଼ିଛନ୍ତି । ପ୍ରଚଣ୍ଡ ଶବ୍ଦରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା ଥରି ଉଠିଛି । ଏତେ ଜୋରରେ ଶବ୍ଦ ହେଲା ଯେ ଘରର କାଚ ମଧ୍ୟ ସବୁ ଧଡ଼ଧଡ଼ ହୋଇ ଥରି ଉଠିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଓ କୋଇଡ଼ା ଓ କେନ୍ଦୁଝରର କିଛି ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଭିଲା ।

ପ୍ରଚଣ୍ଡ ଶବ୍ଦ ଶୁଣି ଭୟରେ ଲୋକ ଘର ବାହାରକୁ ପଳାଇ ଆସିଲେ । ତେବେ ଏହି ଶବ୍ଦ ହେବାର କାରଣ ଜଣାପଡ଼ି ନାହିଁ ।ସୁଚନାଯୋଗ୍ୟ ଗତ ମାସ ୨୭ ତାରିଖରେ ମଧ୍ୟ ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଆକାଶରେ କିଛି କ୍ଷଣ ପାଇଁ ପ୍ରଚଣ୍ଡ ଶବ୍ଦ ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ।

ଫଳରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ ।ସେହିପରି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି ଶବ୍ଦ ଦେଖିବାକୁ ମିଳିଥିଲା ଯାହା ଫଳ ରେ ଜିଲ୍ଲା ବାସି ଗୁଟେ ପ୍ରକାର ଭୟଭୀତ ହୋଇ ଉଠିଥିଲେ।ଭଦ୍ରକ ସହର ଧାମନଗର, ବାସୁଦେବପୁରରେ ଏହି ପ୍ରଚଣ୍ଡ ଶବ୍ଦ ଶୁଭିଛି । ଆଜି ୧୧.୩୨ମିନିଟରେ ଏହି ଶବ୍ଦ ଶୁଣିବାକୁ ମିଳିଥିବା କୁହାଯାଉଛି । କିଛି ସେକେଣ୍ଡ ପାଇଁ ଏହି ଶବ୍ଦ ଶୁଣାଯାଇଥିଲା । ସେହିଭଳି ବାଲେଶ୍ୱର ସହରର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ପ୍ରଚଣ୍ଡ ଶବ୍ଦ ଶୁଭିଛି ।

Related posts

ସ୍ୱାମୀ ଉପରେ ସ୍ତ୍ରୀ କିରାସିନି ଢାଳି ଲଗାଇଲା ନିଆଁ

Odisha Halchal

ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା

Odisha Halchal

ବାରିପଦା ସହର ମଧ୍ୟରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

Odisha Halchal

Leave a Comment