ଅପରାଧଓଡ଼ିଶା ଖବରନ୍ୟୁଜ୍

ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର

ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର

ବଲାଙ୍ଗୀର:-(ରିପୋର୍ଟ -ବିଜୟ କୁମାର ଅଗ୍ରୱାଲ)ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର। ଆଗଲପୁର ବ୍ଲକର ଆଇସିଡ଼ିଏସ ସୁପର ଭାଇଜର କୁନି ନାଏକ। ୧୯,୮୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ବଲାଙ୍ଗୀର ଭିଜିଲାନ୍ସ। ଭରସୁଜାର ଅଙ୍ଗନୱାଡ଼ୀ କର୍ମୀ ଲତା ଭୋଇଙ୍କଠାରୁ ନେଉଥିଲେ ଲାଞ୍ଚl ୬ ଜଣ ଅଙ୍ଗନୱାଡ଼ୀ କର୍ମୀଙ୍କ ବକେୟା ଟଙ୍କା ଦେବାକୁ ନେଉଥିଲେ ଲାଞ୍ଚ।

ଏହି ସମୟରେ ମାଡିବସିଛି ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।ତେବେ ଦୀର୍ଘ ବର୍ଷ ଧରି ଅଙ୍ଗନୱାଡ଼ୀ କର୍ମୀଙ୍କଠାରୁ ଏଭଳି ଭାବରେ ଲାଞ୍ଚ ନେଇ ଆପ୍ରୁଭ କରିଆସୁଥିଲେl ଏହାସହ ବିଭିନ୍ନ କାମ ସହ ଯୋଜନା ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଆସୁଥିଲା।

ତେବେ ଲତା ଭୋଇ ତାଙ୍କୁ ପୂର୍ବରୁ କିଛି ଟଙ୍କା ଦେଇଥିବା ବେଳେ ମଙ୍ଗଳବାର ବାକି ଟଙ୍କା ଦେବାକୁ ଆସିଥିଲେ। ଏହି ସମୟରେ ତାଙ୍କ କାର୍ଯ୍ୟାଳୟରେ ଜାଲ ବିଛାଇ ଜଗି ରହିଥିବା ଭିଜିଲାନ୍ସ କାବୁ କରିଛି। ଏନେଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେପଟେ ଅଙ୍ଗନୱାଡ଼ୀ କର୍ମୀ ଲତା ତାଙ୍କ କାମ ଭଲରେ କରୁନଥିବା ବେଳେ ସୁପରଭାଇଜର କୁନି ତାଙ୍କୁ ତାଗିଦ କରିଆସୁଥିଲେ। ଯାହାର ପ୍ରତଶୋଧ ନେବା ସହ ତାଙ୍କୁ ଫସାଇ ଦେଇଥିବା କୁନି ନାଏକ କହିଛନ୍ତି।

Related posts

ମହାନଦୀରେ ୩ ନାବାଳକ ବୁଡ଼ିଯିବା ଘଟଣା; ମିଳିଲା ତୃତୀୟ ମୃତଦେହ

Odisha Halchal

ମୋ ସ୍କୁଲର ଏ କି ବିକଳ ଚିତ୍ର

Odisha Halchal

ମେସିନ୍‌ରେ ପଶିଗଲା ଚୁଟି, ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

Odisha Halchal

Leave a Comment