ଅପରାଧଓଡ଼ିଶା ଖବରନ୍ୟୁଜ୍

ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି

ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି

ମୟୂରଭଂଜ(ବ୍ୟୁରୋ :ଓଡିଶା ହାଲଚାଲ):-ଶିମିଳିପାଳ ଫରେଷ୍ଟର ମାଥି ହାଁସଦା ହତ୍ୟା ଘଟଣାରେ ୧୦ ଜଣ ଶିକାରୀଙ୍କୁ ଗିରଫ କଲା ମୟୂରଭଂଜ ପୋଲିସ । ସର୍ଚ୍ଚ ଅପରେସନ ପରେ ୧୦ଜଣଙ୍କୁ ଆଜି ଗିରଫ କରିଛି ପୋଲିସ । ଯାଞ୍ଚ ବେଳେ ଜଣାପଡିଛି ଯେ ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି କରିଥିଲେ ଶିକାରୀ ।

ସୂଚନା ମୁତାବକ ଘଟଣା ଦିନ ରାତି ଅଧରେ ଶିକାରୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ ବନବିଭାଗ କର୍ମଚାରୀ । ଅନ୍ଧାର ରାତିରେ ଶିକାରୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।କିନ୍ତୁ ସେମାନେ ନିର୍ଦ୍ଦେଶ ନମାନିି ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ଫଳରେ ଘଟଣାସ୍ଥଳରେ ଗୁଳି ମାଡରେ ଫରେଷ୍ଟର ମାଥି ହାଁସଦା ମୃତ୍ୟୁ ହୋଇଥିଲା ।

ଗିରଫ ହୋଇଥିବା ଶିକାରୀଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ଧନୁତୀର, ବାଉଁଶ ଲାଠି ଓ କୁରାଢି, ଲୁହା ରଡ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ବନ୍ୟପ୍ରାଣି ସଂରକ୍ଷଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଗିରଫ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା ଅଞ୍ଚଳର ବୋଲି ସାମ୍ବାଦିକ ସମ୍ମିଳନୀରେ ମୟୂରଭଂଜ ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି ।

 

Related posts

ଭୋଗରାଇ ଜଗନ୍ନାଥ ମନ୍ଦିରରୁ ଲୁଟ୍‌, ତାଲା ଭାଙ୍ଗି ଲୁଟି ନେଲେ ସୁନାଗହଣା-ହୁଣ୍ଡି

Odisha Halchal

ଭଲ ରୋଜଗାର ଲୋଭରେ ଫସିଯାଉଛନ୍ତି ଅନେକ ଯୁବତୀ !

Odisha Halchal

ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା !

Odisha Halchal

Leave a Comment