ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ମୁନିଗୁଡ଼ା ପ୍ରେସ କ୍ଲବର ୧୮ତମ ବାର୍ଷିକ ଉତ୍ସବ

ମୁନିଗୁଡ଼ା ପ୍ରେସ କ୍ଲବର ୧୮ତମ ବାର୍ଷିକ ଉତ୍ସବ

ମୁନିଗୁଡ଼ା:-(ରିପୋର୍ଟ-ପ୍ରସାଦ ସାହୁକାର )ରାୟଗଡ଼ା ଜିଲ୍ଲା ଐତିହ୍ୟ ନଗରୀ ମୁନିଗୁଡ଼ା ନିକଟସ୍ଥ ସ୍ବେଛାସେବୀ ଅନୁଷ୍ଠାନ ନିୟୁହୋପ ପରିସରରେ ପ୍ରେସ କ୍ଲବ,ମୁନିଗୁଡ଼ାର ୧୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ପ୍ରେସ କ୍ଲବ ସଭାପତି ରାଜିବାଲୋଚନ ଦାସଙ୍କ ସଭାପତିତ୍ବ ଓ ଉପସଭାପତି ମନୋରଞ୍ଜନ ଦଲାଇଙ୍କ ସଂଯୋଜନାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥଭାବେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି ପଛୁଆବର୍ଗ ସଂଖ୍ୟାଲଘୁ ଏବଂ ଆଈନି ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା,ସ୍ଵତନ୍ତ୍ର ଅତିଥି ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୋର୍ଡ ଉପଦେଷ୍ଟା ସୁଧୀର କୁମାର ଦାସ,ମୁଖ୍ୟବକ୍ତା ରାଜ୍ୟର ସର୍ବ ପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର,ସମ୍ମାନିତ ଅତିଥି ରାଜ୍ୟ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,କୋଷାଧ୍ୟକ୍ଷ ରାଜନ ଚୌଧୁରୀ,ସମ୍ପାଦକ ବିଶ୍ୱଜିତ ନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ସୁରେଶ ଦାସ,ମୁନିଗୁଡ଼ା ପ୍ରେସ କ୍ଲବ ମୁଖ୍ୟ ଉପଦେଷ୍ଟା ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ରୂପେ ଉତ୍ସବର ଶୁଭ ଉଦଘାଟନ କରିଥିଲେ।ମିଶନ ଶକ୍ତିର ଭଉଣୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିଥିଲେ।ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରେ ଉପସଭାପତି ଶ୍ରୀଯୁକ୍ତ ଦଳାଇ ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ରୂପରେଖ ପ୍ରଦାନ କରିଥିଲେ।ସାଧାରଣ ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।

ବାର୍ଷିକ ଉତ୍ସବ ପ୍ରାରମ୍ଭରେ ମଞ୍ଚରେ ସଭାପତିତ୍ବ କରୁଥିବା ପ୍ରେସ କ୍ଲବ ସଭାପତି ଶ୍ରୀଯୁକ୍ତ ଦାସ ସଭାପତିତ୍ବ ଅଭିଭାଷଣ ରଖିବା ସହିତ ସଭା ପରିଚାଳନା କରିଥିଲେ। ମୁଖ୍ୟବକ୍ତା ରାଜ୍ୟ ସଭାପତି ଶ୍ରୀଯୁକ୍ତ କର ରାଜ୍ୟ ସରକାରଙ୍କୁ ପୂର୍ବରୁ ଦେଇଥିବା ୬ଗୋଟି ସର୍ବମାନ୍ୟ ଦାବୀକୁ ଦୋହରାଇବା ସହିତ ଉଲ୍ଲେଖ କରିଥିଲେ ଆଗାମୀ ନିର୍ବାଚନ ପୂର୍ବରୁ ସରକାର ସାମ୍ବାଦିକ ମାନଙ୍କ ସର୍ବନିମ୍ନ ୬ଟି ଦାବିକୁ ତୁରନ୍ତ ମାନି ନିଅନ୍ତୁ ଅନ୍ୟଥା ଆମର ସଂଗ୍ରାମୀ ସାମ୍ବାଦିକ ସାଥିଗଣ ଆଗାମୀ ଦିନରେ ଜିଲ୍ଲା ଓ ବ୍ଲକ ସ୍ତରରେ ଆନ୍ଦୋଳନକୁ ତୀବ୍ର ରୂପ ଦେବାକୁ ବାଧ୍ୟ ହେବେ।ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ଉପରେ ମନ୍ତବ୍ୟ ରଖି କହିଥିଲେ କି ସରକାର ସାମ୍ବାଦିକ ମାନଙ୍କ ସ୍ୱାର୍ଥ ସମ୍ମିଳିତ ଦାବି ଗୁଡ଼ିକ ଉପରେ ସଚେତ ଅଛନ୍ତି।

ଆଶାଅଛି ଶୀଘ୍ର ସେମାନଙ୍କ ଆଶା ପୂରଣ ହେବ।ସ୍ଵତନ୍ତ୍ର ଅତିଥି ଶ୍ରୀଯୁକ୍ତ ସୁଧୀର କୁମାର ଦାସ ମଧ୍ୟ ସାମ୍ବାଦିକ ମାନଙ୍କ ତ୍ୟାଗପୂତ କାର୍ଯ୍ୟର ପ୍ରଶଂସା କରିବା ସହିତ ସେମାନଙ୍କ ଦାବି ଗୁଡ଼ିକୁ ସରକାର ସହାନୁଭୂତିର ସହ ବିଚାର କରୁଥିବା ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପଣ୍ଡା,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଚୌଧୁରୀ,ସମ୍ପାଦକ ଶ୍ରୀଯୁକ୍ତ ନାୟକ,ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାସ,ପ୍ରେସ କ୍ଲବ୍ ଉପଦେଷ୍ଟା ଶ୍ରୀଯୁକ୍ତ ବେହେରା ସାମ୍ବାଦିକ ମାନଙ୍କ ଦାବି ଗୁଡ଼ିକ ସରକାର ମାନିନେବାକୁ ଅନୁରୋଧ କରିବା ସହିତ ମୁନିଗୁଡ଼ା ପ୍ରେସ କ୍ଲବର ସାମାଜିକ,ସଚେତନ ଧର୍ମୀ କାର୍ଯ୍ୟ ଏବଂ ତୃଣମୂଳ ସ୍ତରରେ ଅବହେଳିତ ଲୋକଙ୍କ ପାଇଁ ଲେଖନୀ ଚାଳନା ଜନିତ ସଂଗ୍ରାମର ଭୂୟସୀ ପ୍ରଶଂସା କରିଥିଲେ।

ପରେ ରାଜ୍ୟ ସଂଘ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଚୌଧୁରୀ,ସମ୍ପାଦକ ଶ୍ରୀଯୁକ୍ତ ନାୟକ ଏବଂ ମୁନିଗୁଡ଼ା ପ୍ରେସ କ୍ଲବର ସାମ୍ବାଦିକ ନରେଶ ପାତ୍ର ଓ ଦକ୍ଷ ବାଥ୍ରାଙ୍କୁ ଅତିଥି ମାନଙ୍କ ଦ୍ଵାରା ଅଙ୍ଗବସ୍ତ୍ର,ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ସେହିପରି ସମସ୍ତ ଅତିଥି ଓ ମିଶନ ଶକ୍ତି ଭଉଣୀ ମାନଙ୍କୁ ସମ୍ମାନିତ କରାଯିବା ସହ ସମସ୍ତ ଅତିଥି,ନିମନ୍ତ୍ରିତ ଅତିଥି ଏବଂ ତିନୋଟି ବ୍ଲକର ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଅଙ୍ଗବସ୍ତ୍ର,ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରାଯାଇ ସମ୍ମାନ କରାଯାଇଥିଲା।ନିମନ୍ତ୍ରିତ ଅତିଥିଭାବେ ବ୍ଲକ ବିଜେଡି ସଭାପତି ରତନ ଲାଲ ଜୈନ,ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼,ଯୁବନେତା ଧୀରେନ୍ଦ୍ର ପାଣିଗ୍ରାହୀ,ନାରୀନେତ୍ରୀ ଶକୁନ୍ତଳା ନୁନ୍ଦୃକା,ଚନ୍ଦ୍ରପୁର ବରିଷ୍ଠ ସାମ୍ବାଦିକ ବିଜୟ ପ୍ରସାଦ ଉଲ୍ଲାକା ,ମୁଖାର୍ଜୀ ଭାଇ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ସମର୍ପିତ କାର୍ଯ୍ୟର ପ୍ରଶଂସା କରିଥିଲେ।

ମାନପତ୍ର ପାଠ ବରିଷ୍ଠ ସାମ୍ବାଦିକ ଶିମାଞ୍ଚଳ ପଣ୍ଡା ଓ ଗଣେଶ ପ୍ରସାଦ ପାତ୍ର ପ୍ରମୁଖ କରିଥିଲେ।ପରିଚାଳନାରେ ସାମ୍ବାଦିକ କ୍ଷମାଶାଗର ଦାସ,ପ୍ରସାଦ ସାହୁକାର,ରାଜେଶ ସାହୁ, ଲାଡି ଶଙ୍କର,ଧନୁ କୁଶୁଲିଆ,ସନାତନ ନାୟକ,ସୁଦୀପ୍ତ ମିଶ୍ର,ଆନନ୍ଦ ଟାକ୍ରି,ବିଜୟ ଉଲ୍ଲକା,ଚନ୍ଦ୍ର ଶେଖର ପଣ୍ଡା,ଶିବ ନରେନ୍ଦ୍ର,ସୁକାନ୍ତ ସେଠୀ,ପଣ୍ଡା, ହାଡିପା ଗୌଡ଼,ଈଶ୍ୱର ରାଓ,ପ୍ରମୋଦ ସାହୁକାର,ରବୀନ୍ଦ୍ର ପଣ୍ଡା,ଏମ ମୁରଲୀ,ଅନନ୍ତ ଦୁର୍ଗ,ବାପି ସାହୁକାର,ପି.ଆନନ୍ଦ ରାଓ, ପିଣ୍ଟୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ସାମ୍ବାଦିକ ମନୋରଞ୍ଜନ ଦଳାଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳ

Odisha Halchal

ଜିଲ୍ଲା ବାସୀ ଙ୍କ ସପ୍ନ କେବେ ପୂରଣ ହେଵ ସନ୍ଦେହ

Odisha Halchal

ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’

Odisha Halchal

Leave a Comment