ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ସ୍ମାର୍ଟଫୋନ୍ ? ଜାଣନ୍ତୁ…

ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ସ୍ମାର୍ଟଫୋନ୍ ଜାଣନ୍ତୁ…

ସ୍ମାର୍ଟଫୋନ୍ କିଣିବା ସମୟରେ ଆପଣ ଅନେକ ଜିନିଷ ପ୍ରତି ନଜର ଦେଇଥାନ୍ତି, ଯଥାକ୍ରମେ ଫୋନରେ କେତେ ପ୍ରୋସେସର, ରାମ୍ ଏବଂ କ୍ୟାମେରା ସ୍ପେଶିଫିକେସନ୍ ଇତ୍ୟାଦି । କିନ୍ତୁ ଗୋଟିଏ ପଏଣ୍ଟ ଉପରେ କେହି ବି ନଜର ଦିଅନ୍ତିନାହିଁ । ସ୍ମାର୍ଟଫୋନ୍ କମ୍ପାନୀମାନେ ମଧ୍ୟ ଏହା ଉପରେ ଅଧିକ ସୂଚନା ଦେଇନଥାନ୍ତି ।

ଏହି ପଏଣ୍ଟ ଆମ ସ୍ୱାସ୍ଥ୍ୟ ସହିତ ଜଡିତ । ଆପଣ ବିଭିନ୍ନ ରିପୋର୍ଟ୍ସରେ ମୋବାଇଲ ଫୋନ୍ ଯୋଗୁଁ ହେଉଥିବା କ୍ଷତି ସମ୍ପର୍କରେ ପଢୁଥିବେ । କିଛି ରିପୋର୍ଟ୍ସରେ କ୍ୟାନ୍ସର ହେବା ଭଳି ମଧ୍ୟ କୁହାଯାଇଛି । ତେବେ ଏହାକୁ ନେଇ କୌଣସି ସଠିକ୍ ମେଡିକାଲ୍ ରିପୋର୍ଟ ଆସିନି । ଆମେ କହୁଛୁ SAR ଭାଲ୍ୟୁ ଅର୍ଥାତ୍ ଫୋନରୁ ବାହାରୁଥିବା ରେଡିଏସନ୍ ସମ୍ପର୍କରେ । ଏସଏଆର୍ ଅର୍ଥାତ୍ Specific Absorption Rate ଆମ ଶରୀରଦ୍ୱାରା ଅବଜର୍ଭ ହେଉଥିବା ରେଡିଓ ଫ୍ରିକ୍ୱେନ୍ସିକୁ ମାପିବାର ୟୁନିଟ୍ ।

ସହଜ ଭାଷାରେ କହିବାକୁ ଗଲେ ଫୋନ୍ ୟୁଜ୍ କରିବା ସମୟରେ ଆମ ଶରୀରରେ କେତେ ରେଡିଓ ଫ୍ରିକ୍ୱେନ୍ସି ଅବଜର୍ଭ କରିଥାଏ । ଏହାକୁ ଏସଏଆର୍ ଭାଲ୍ୟୁରେ ମପାଯାଏ । ଗ୍ରାହକ ଫୋନ୍ କିଣିବା ସମୟରେ ସ୍ପେଶିଫିକେସନ୍ ଚେକ୍ କରିବା ଭଲ କଥା କିନ୍ତୁ ଏସଏଆର୍ ଭାଲ୍ୟୁକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍ । ବ୍ରାଣ୍ଡ୍ସ ଏହି ପଏଣ୍ଟରେ ବହୁତ କମ୍ ଚର୍ଚ୍ଚା କରନ୍ତି କାରଣ ଏଥିରେ ତାଙ୍କ ସେଲ୍ସ ଉପରେ ପ୍ରଭାବ ପଡିପାରେ । କମ୍ ଦାମରେ ହାଇ ସ୍ପେଶିଫିକେସନ୍ସ ଦେଉଥିବା ବ୍ରାଣ୍ଡ୍ସ ଏସଏଆର୍ ଭାଲ୍ୟୁ ଉପରେ ଚର୍ଚ୍ଚା କରନ୍ତି ନାହିଁ ।

କୌଣସି ଫୋନର SAR ଭାଲ୍ୟୁ ଚେକ୍ କରିବାର ଅନେକ ଉପାୟ ରହିଛି । ଆପଣ ୟୁଜର ମାନୁଆଲରେ ଏହାକୁ ଚେକ୍ କରିପାରିବେ । ସେହିଭଳି କିଛି କମ୍ପାନୀମାନେ ଏସଏଆର୍ ଭାଲ୍ୟୁ ନିଜ ଅଫିସିଆଲ୍ ୱେବସାଇଟରେ ଫୋନ୍ ସ୍ପେଶିଫିକେସନ୍ସ ସହିତ ମେନ୍ସନ କରିଦେଇଥାନ୍ତି । ତେବେ ଆପଣ ଏହାକୁ ମାନୁଆଲ୍ ଉପାୟରେ ମଧ୍ୟ ଚେକ୍ କରିପାରିବେ । ଆପଣ ନିଜ ଫୋନରେ ଡାଏଲ୍ ପ୍ୟାଡକୁ ଯାଆନ୍ତୁ । ଏଠାରେ ଆପଣ *#07# ଟାଇପ୍ କରନ୍ତୁ ।

ଏହି କୋଡ୍ ଦେବା ପରେ ଆପଣଙ୍କ ସ୍କ୍ରିନରେ ଏସଏଆର୍ ଭାଲ୍ୟୁର ଡିଟେଲ୍ସ ନଜର ଆସିବ । ଏଠାରେ ଆପଣଙ୍କୁ ୨ ପ୍ରକାର ଭାଲ୍ୟୁ ନଜର ଆସିବ । ଗୋଟିଏ ଶରୀର ପାଇଁ ଏବଂ ଅନ୍ୟଟି ବ୍ରେନ୍ ପାଇଁ । ଶରୀର ତୁଳନାରେ ଆପଣଙ୍କ ବ୍ରେନ୍ ପାଇଁ ଏସଏଆର୍ ଭାଲ୍ୟୁ ଅଧିକ ହେବ । ଏହି କାରଣରୁ ଏକ୍ସପର୍ଟ୍ସ ଫୋନରେ କଥା ହେଉଥିବା ସମୟରେ ଇୟରଫୋନ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି ।

Related posts

ନକ୍ସଲ ହମଲା, ୩ ସିଆର୍‌ପିଏଫ୍‌ ଯବାନ ସହିଦ୍‌

Odisha Halchal

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

Odisha Halchal

ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ଶ୍ରମିକ ସଂଗଠନ ତରଫରୁ ପତକା ଉତ୍ତୋଳନ

Odisha Halchal

Leave a Comment