ଅପରାଧଓଡ଼ିଶା ଖବରନ୍ୟୁଜ୍

ଜନ୍ମଦାତା ସାଜିଲା ସୈତାନ, ୩ ଛୁଆଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

ଜନ୍ମଦାତା ସାଜିଲା ସୈତାନ, ୩ ଛୁଆଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

ଜନ୍ମଦାତା ସାଜିଲା ସୈତାନ । ନିଜ ଜନ୍ମକଲା ଛୁଆଙ୍କୁ କୂଅରେ ଫିଙ୍ଗିଦେଲା ବାପା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କୁଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟଣା ।

ଖବର ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ଝଗଡ଼ା ଲାଗିରହିଥିଲା । ପ୍ରତିଦିନ ଘରେ ମଧ୍ୟରେ ଅଶାନ୍ତିର ବାତାବରଣ ରହିଥିଲା । ଯାହାର କୁପରିଣତି ଏବେ ଦେଖାଦେଇଛି । ମଦ ପିଇ ଆସି ସ୍ତ୍ରୀଙ୍କ ସହିତ ଝଗଡ଼ା କରିଥିଲା । ଝଗଡ଼ା ଏତେ ପରିମାଣରେ ବଢିଗଲା ଯାଇଥିଲେ ଯେ ମଦ୍ୟପ ସ୍ୱାମୀ ନିଜ ୩ ଛୁଆଙ୍କୁ କୂଅରେ ଫିଙ୍ଗିଦେଇଥିଲା ।

ଯାହାଫଳରେ ୩ଛୁଆଙ୍କ ମୃତ୍ୟୁ ହୋଇଥିଲା । ମୃତ ୩ ଶିଶୁଙ୍କ ବୟସ ଯଥାକ୍ରମେ- ୫ ବର୍ଷ, ୨.୫ ବର୍ଷ, ୩ ବର୍ଷ ବୋଲି ସୂଚନା ରହିଛି । ହେଲେ ଏବେ ଯାଏଁ ସେମାନଙ୍କ ପରିଚୟ ମିଳିପାରିନାହିଁ ।

ସେପଟେ ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ମଦ୍ୟପ ବାପା ଘଟଣାସ୍ଥଳରୁ ଫେରାର ମାରିଛି । କୋଇଡ଼ା ଥାନା ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Related posts

ଲୋକଙ୍କ ଆସ୍ଥା ହରାଉଛି କି ଡାକ ବିଭାଗ

Odisha Halchal

ରାଜଧାନୀରୁ ଉଦ୍ଧାର ହେଲା ଆହତ ହରିଣ, ଚିକିତ୍ସା ପାଇଁ ବନ ବିଭାଗକୁ ହସ୍ତାନ୍ତର କଲା ପୋଲିସ୍‌

Odisha Halchal

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଖୁସି ଖବର ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ

Odisha Halchal

Leave a Comment