ନ୍ୟୁଜ୍

ଦନ୍ତାହାତୀର ମୃତ୍ୟୁ ପାଇଁ ଦାୟୀ କିଏ

ବୌଦ୍ଧ: ଦନ୍ତାହାତୀର ମୃତ୍ୟୁ ପାଇଁ ଦାୟୀ କିଏ? ବନ ବିଭାଗ ନା ବିଦ୍ୟୁତ ବିଭାଗ: ତାହା ତଦନ୍ତ ସାପେକ୍ଷବୌଦ୍ଧ ଜିଲ୍ଲାରେ ବାରମ୍ଵାର ହାତୀ ମୃତ୍ୟୁବରଣ ଦିନକୁଦିନ ବୃଦ୍ଧି ପାଉଛି । କହିବାକୁ ଗଲେ ବୌଦ୍ଧ ଜିଲ୍ଲା ଏକ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ଜିଲ୍ଲା ଜନସାଧାରଣ ଜାଣିଛନ୍ତି ଏହି ଜିଲ୍ଲାରେ ହାତୀ ମୃତ୍ୟୁବରଣ କରିବା ଅତି ଦୁଃଖଦାୟକ ।

ବୌଦ୍ଧବନ ବିଭାଗ ଅଧିକାରୀ ନ ଜାଣିଲା ପରି ଅଭିନୟ କରୁଥିବା ଚର୍ଚା ଚାରିଆଡ଼େ ହେଉଛି ଆମ୍ଭେ କହୁନୁ ସ୍ଥାନୀୟ ଜନତା କହୁଛନ୍ତି, ଏହି କି ଗତ ତିନିଦିନ ତଳେ କଣ୍ଟାମାଳ ରେଞ୍ଜ ଅଧୀନରେ ଥିବା ବରଗାଁ ବନ ପାଳଙ୍କ ଫରେଷ୍ଟ ଏରିଆ ଘୁଚାଙ୍ଗି ଗ୍ରାମର ପର୍ବତମାଳାରୁ ଏକ ଦନ୍ତାହାତୀର ଏଗାର କେଭି ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଛି ବୋଲି ବନ ବିଭାଗର କର୍ମଚାରୀ ମାନେ କହୁଛନ୍ତି କିନ୍ତୁ ଦନ୍ତାହାତୀ ଯେତେବେଳେ ବିଦ୍ୟୁତ ତାର ସଂଯୋଗରେ ଆସିଥିଲା ବନ ବିଭାଗ ପୂର୍ବରୁ ବିଦ୍ୟୁତ୍ ବିଭାଗକୁ ଗୃପରେ ଜଣାଇ ଥିଲେ ଆମ ପ୍ରତିନିଧିକୁ କହୁଛନ୍ତି ଏହା ମିଛ କଥା ଆପଣ ଜଣାଇ ନାହାନ୍ତି ଆମକୁ ମିଳିଥିବା ସୂଚନା ଅନୁସାରେ ବିଦ୍ୟୁତ ବିଭାଗର ଜେଇ ସୁଶାନ୍ତ ଖଟୁଆ କହିବା ଅନୁସାରେ ବନ ବିଭାଗ କର୍ମଚାରୀ ମାନେ ତାଙ୍କୁ କିଛି କହିନାହାନ୍ତି ଓଟଲା ଜେଇ ସୁସାନ୍ତ ବାବୁ ବିଦ୍ୟୁତ କେତେ ବେଳେ କାଟ ହେବ ଜଣାଇବେ ବୋଲି ବନପାଳ ସୁଶାନ୍ତ ତନ୍ତୀଙ୍କୁ ଜଣାଇଥିବା ସେ ଗଣମାଧ୍ୟମକୁ କହିଛନ୍ତି।

କିନ୍ତୁ ବନ ବିଭାଗ କର୍ମଚାରୀ ମାନେ ନିଜ ଦୋଷରୁ ମୁକୁଳି ଜିବା ସହିତ ଅନ୍ୟ ମୁଣ୍ଡରେ ଦୋଷ ଲଦିବା ପାଇଁ ଏପ୍ରୟାସ ଯାରି ରଖିଥିବା ସହ ଚକ୍ରବ୍ୟୁହରେ ଫସାଇ ପାଇଁ ଉଦ୍ୟମ ଚଳାଇଥିବା ଜେଇ ମନମୁଣ୍ଡା କହିଛନ୍ତି କିନ୍ତୁ ବନ ବିଭାଗ ଗଣମାଧ୍ୟମ ପ୍ରତୀନିଧି ମାନଙ୍କୁ କହୁଛନ୍ତି ଆମ୍ଭେ ପୂର୍ବରୁ ବିଦ୍ୟୁତ ବିଭାଗ କୁ ଜଣାଇଥିଲୁ କିନ୍ତୁ ବିଦ୍ୟୁତ ବିଭାଗର ଜେଇ ବିଦ୍ୟୁତ ନ କାଟି ବାରୁ ଦନ୍ତାହାତୀର ତାରରେ ଲାଗି ମୃତ୍ୟୁ ହୋଇଥିବା କହିଛନ୍ତି ।

କିନ୍ତୁ ମନମୁଣ୍ଡା ବିଦ୍ୟୁତ ବିଭାଗ ଜେ.ଇ. ଗଣମାଧ୍ୟମ ଙ୍କୁ ଦେଇଥିବା ମୋବାଇଲ ତଥ୍ୟ, ର ଏକ ଫୋଟୋ କପି (ଓଡ଼ିଶା ହାଲଚାଲ) ହାତରେ ଲାଗିଛି ଏଣୁ ବିଦ୍ୟୁତ ବିଭାଗ ଜେଇ,ଙ୍କ ତଥ୍ୟ ଓ ମନମୁଣ୍ଡା, କଣ୍ଟାମାଳ ବନ ବିଭାଗ କର୍ମଚାରୀଙ୍କ ଯୋ ତଥ୍ୟ ଜନସାଧାରଣ ସହିତ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି ତାହା ଭିତରେକେତେ ସତ୍ୟତା ପୁରୀ ରହିଛି କ୍ରାଇମବ୍ରାଞ୍ଚ୍ ତଦନ୍ତ କଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବା ସହ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ଭଲହେବ ବୋଲି ଜନ ସାଧାରଣ ଓ ବୁଦ୍ଧୀଜୀବି ମହଳରେ ଦାବୀ ହେଉଛି ।

Related posts

କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା

Odisha Halchal

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ, ନାକା ପଏଣ୍ଟରୁ ୧୦ ଜଣ ଗିରଫ

Odisha Halchal

ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

Odisha Halchal

Leave a Comment