ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୋଗରାଇ ଜଗନ୍ନାଥ ମନ୍ଦିରରୁ ଲୁଟ୍‌, ତାଲା ଭାଙ୍ଗି ଲୁଟି ନେଲେ ସୁନାଗହଣା-ହୁଣ୍ଡି

ଭୋଗରାଇ ଜଗନ୍ନାଥ ମନ୍ଦିରରୁ ଲୁଟ୍‌

ଜଗନ୍ନାଥ ମନ୍ଦିରରୁ ଚୋରି। ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହିତ ଦାନ ହୁଣ୍ଡି, ବସ୍ତ୍ର, ମୁକୁଟ । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ରସିଦପୁର କୃପାକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି । ପୂଜକ ସକାଳ ଆରତୀ ପାଇଁ ମନ୍ଦିର ଆସିଥିବା ବେଳେ ସମସ୍ତ କବାଟ ଖୋଲା ପଡିଥିବା ଦେଖିଥିଲେ । ସେ ମନ୍ଦିର ଭିତରେ ପ୍ରବେଶ କରି ଦେଖିଲା ବେଳକୁ ୩ ଠାକୁର ପିନ୍ଧିଥିବା ସମସ୍ତ ସୁନା ରୁପା ଗହଣା ସହିତ ୨ଟି ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଲୁଟେରା।
ତେବେ ମନ୍ଦିରରୁ ଲୁଟ୍‌ ହୋଇଥିବା ନେଇ ପୂଜକ ପୋଲିସକୁ ସୂଚନା ଦେଇଥିଲେ ।

ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Related posts

ଏପ୍ରିଲରେ ବିବାହ କରିପାରନ୍ତି ଆଲିଆ-ରଣବୀର! ବଲିଉଡ୍‌ରେ ଚର୍ଚ୍ଚା ଜୋର

Odisha Halchal

ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ

Odisha Halchal

ସମ୍ପୁର୍ଣ୍ଣ ମାଗଣା ଟ୍ୱିଟ୍ ଉପରେ ଲାଗିବ ରୋକ୍‌,ଦେବାକୁ ପଡ଼ିବ ଟଙ୍କା

Odisha Halchal

Leave a Comment