ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା

ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା

ଭୁବନେଶ୍ବର:-ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା । ଚାଲାଣ ବେଳେ ଚଢାଉ କରି ଜବତ କଲା ସିଟି ଜିଏସଟି ବିଭାଗ । ଦୁଇଟି କଣ୍ଟେନରେ ବୋଝେଇ ହୋଇ ଚାଲାଣ ହେଉଥିଲା ସୁନା-ରୂପା । ପାଖାପାଖି 80 କେଜି ସୁନା ଓ ଦେଢ କ୍ବିଣ୍ଟାଲ ରୁପା ଜବତ ହୋଇଥିବା ସୂଚନା ରହିଛି । ଏହାର ଆନୁମାନିକ ମୂଲ୍ୟ 30 କୋଟିରୁ ଊର୍ଦ୍ଧ୍ବ ହେବ । ସେହିପରି ଜବତ ରୂପାର ମୂଲ୍ୟ 5 କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

ତେବେ ଗାଡିରେ ଏତେ ପରିମାଣର ସୁନା ଓ ରୁପା କେଉଁଠୁ ଆସିଲା ଓ ଏୟାରପୋର୍ଟକୁ ଏ ଗାଡି କିପରି ଆସିଲା ସେନେଇ ଛାନଭିନ ଚାଲିଛି ।ଏଟିଏମରେ ଟଙ୍କା ଲୋଡ ହେଉଥିବା ଭ୍ୟାନରେ ଚାଲିଥିଲା ସୁନା ଚାଲାଣ। ବ୍ୟାଙ୍କରୁ ଏଟିଏମକୁ ଟଙ୍କା ଲୋଡ ପାଇଁ ଯେଉଁ ଗାଡି ବ୍ୟବହାର ହୁଏ ସେହି ଗାଡିରେ ଚାଲାଣ ହେଉଥିଲା ସୁନା । ସୁରକ୍ଷା ଦୃଷ୍ଟିରୁ ଏସବୁ ଗାଡିରେ କାରବାର ହୁଏ ଟଙ୍କା ।

ସେହି ଗାଡ଼ିକୁ ସୁନା ଚାଲାଣରେ ବ୍ୟବହାର କରାଯାଇଥିଲା । ଏହି ଗାଡିରେ ସୁରକ୍ଷା ବିଶେଷ ଗୁରୁତ୍ବ ଦିଆଯାଇଥାଏ । ଏହି ଗାଡ଼ିକୁ ଖୋଲିବା କଷ୍ଟକର ଯେଉଁମାନେ ସେହି ଗାଡି ଦାୟିତ୍ବରେ ଥିବେ ସେମାନେ‌ଖୋଲି ପାରିବେ । ତେବେ ଏହି ଗାଡିରେ ସୁନା ନେବା ଆଣିବା ଅର୍ଥାତ୍ ଏକ ବଡ଼ ଧରଣର ସୁବ୍ୟବସ୍ଥିତ ଢାଞ୍ଚାରେ ଏପରି ସୁନା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ଏହା କାରବାର କାହାର ହାତ ଅଛି ତାହା ଜଣାପଡିନାହିଁ ।

Related posts

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଯାତାୟାତ ବାଧାପ୍ରାପ୍ତ , ବିଦ୍ୟୁତ ବିଛିନ୍ନ ସହ ଅଞ୍ଚଳରେ ରୋଷେଇ ବନ୍ଦ

Odisha Halchal

ବିପଦ ସଙ୍କୁଳ ଅବସ୍ଥାରେ କାମ କରୁଛନ୍ତି ବିଦ୍ୟୁତ୍ କର୍ମଚାରୀ

Odisha Halchal

ଦିଲ୍ଲୀରେ ବଢ଼ିବ ବିଧାୟକଙ୍କ ଦରମା; ପ୍ରତିମାସ ୫୪,୦୦୦ ସ୍ଥାନରେ ମିଳିବ ୯୦ ହଜାର ଟଙ୍କା

Odisha Halchal

Leave a Comment