ଅପରାଧଓଡ଼ିଶା ଖବରନ୍ୟୁଜ୍

ଚଉରା ପୂଜା କରୁଥିଲେ ମହିଳା, ଚେନ୍‌ ଝାମ୍ପି ନେଲା ଲୁଟେରା

ଚଉରା ପୂଜା କରୁଥିଲେ ମହିଳା, ଚେନ୍‌ ଝାମ୍ପି ନେଲା ଲୁଟେରା

ଘର ପରିସରରେ ଚଉରା ମୂଳେ ପୂଜା କରୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ମହିଳା। ଲୁଟେରା ପୂରା ସନ୍ତର୍ପଣରେ ଆସି ତାଙ୍କ ବେକ୍‌ରୁ ଚେନ୍ ଟାଣି ନେଇଗଲା। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଆଉ ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ।

ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ରହୁଥିବା ଜଣେ ମହିଳା ଗତ ସୋମବାର ଦିନ ତୁଳସୀ ଚଉରା ମୂଳେ ପୂଜା କରୁଥିଲେ। ଏହି ସମୟରେ ଲୁଟେରା ଜଣକ ତାଙ୍କ ଘର ନିକଟରେ ବୁଲାବୁଲି କରୁଥିଲା। ସେ କିଛି ସମୟ ଏପଟେ ସେପଟ ଚାହିଁଥିଲା। ଉକ୍ତ ଘର ଆଖପାଖ ରାସ୍ତାରେ ସେତେବେଳେ ଆଉ କେହି ନ ଥିଲେ।

ଏହାର ସୁଯୋଗ ନେଇ ଲୁଟେରା ଗେଟ୍‌ ବାହାରୁ ହାତ ବଢ଼ାଇ ତୁଳସୀ ଚଉରା ମୂଳେ ପୂଜା କରୁଥିବା ମହିଳାଙ୍କ ବେକରୁ ଚେନ୍‌ ଛିଣ୍ଡାଇ ଚମ୍ପଟ ମାରିଥିଲା।ଘଟଣା ସମ୍ପର୍କରେ ମହିଳାଙ୍କ ପରିବାର ଲୋକେ ନୟାପଲ୍ଲୀରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସିସିଟିଭି ଆଧାର କରି ଘଟଣାର ତଦନ୍ତ କରୁଛି। କମିଶନରେଟ୍‌ ପୁଲିସ୍‌କୁ ଲୁଟେରାଙ୍କ ଏହା ଖୋଲା ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଉଛି।

Related posts

ଚାଇନାକୁ ଫେରିଲା କରୋନା: ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା

Odisha Halchal

ପୋଖରୀ ପାଣିରେ ବୁଡି ଜଣେ ମୃତ

Odisha Halchal

ପୂର୍ବ ଶତ୍ରୁତାରୁ ନୂଆଗାଁ ଛକରେ ବୋମା ମାଡ଼

Odisha Halchal

Leave a Comment