ଓଡ଼ିଶା ଖବରନ୍ୟୁଜ୍

ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ

ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ

ମହାକାଳପଡ଼ା:-(ରିପୋର୍ଟ :-ଶଶିଭୂଷଣ ରାଉତ )ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଵିଜେଡି ର ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଆଜି ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ  ବିଜୁ ଜନତା ଦଳ ର ତରଫରୁ ମା ରାମଚଣ୍ଡୀ ପୀଠରେ ମହାସମାରୋହରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l

ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ସମଵାୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ  ମାର୍ଶାଘାଇ ଓ ମହାକାଳପଡ଼ା ଦୁଇଟି  ବ୍ଲକ ର 48 ପଞ୍ଚାୟତର ଜନସାଧାରଣ ଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଵାର୍ତ୍ତା ଜଣାଇଵା ସଙ୍ଗେ ସଙ୍ଗେ ସମସ୍ତ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ତିଆରି ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟରେ ନିଯୁକ୍ତି ଦେବା ମୋର ଵ୍ରତ ଵୋଲି କହିଥିଲେ। ଵିଜେଡି ର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିଷ୍ଠା ଦିବସ ସଭାକୁ ବେଶ ଜନସମାଗମ କରାଇଥିଲେ lଅନ୍ଯମାନଙ୍କ ମଧ୍ୟ ରେ ଥିଲେ ମହାକାଳପଡ଼ା ବ୍ଲକ ର ଚେୟାରମ୍ୟାନ କଳ୍ପନା ରାଉତ, ସଞୟ ଲେଙ୍କା ଉଦୟ ରାଉତ କନ୍ଦ ସାମଲ ଅଶୋକ ସ୍ବାଇଁ ମିଲନ ଦେଵନାଥ ସମେତ ଜିଲ୍ଲାପରିଷଦ, ସରପଞ୍ଚ ,ସମିତିସଭ୍ଯମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ହଜାର ହଜାର   ଜନତାଙ୍କ ଦ୍ୱାରା ବ୍ୟବହୃତ ପାଣି ପାଉଚ,  ବୋତଲ, ଫାଷ୍ଟ ଫୁଡ ପ୍ୟାକେଟ ଓ ଖାଦ୍ୟ ପାତ୍ର ଗୁଡିକ ବିଭିନ୍ନ ସ୍ଥାନରେ ପଡିରହିଥିଲା l   ଦେବୀଙ୍କ ପୀଠ ସ୍ଥଳୀ ଓ ପାଖ ପରିବେଶ କୁ ବିଶୁଦ୍ଧ ରଖିବା ଲକ୍ଷ୍ୟରେ  ବିଜୁ ଛାତ୍ର ଜନତା ଦଳର  କର୍ମୀ ମାନେ ତତକ୍ଷଣାତ ପରିବେଶ ସଫେଇ ଆରମ୍ଭ କରିଥିଲେ  l ବର୍ଜ୍ୟ ବସ୍ତୁ ଗୁଡିକୁ ଛାତ୍ର ବିଜେଡି ର ସଭ୍ୟ ମାନେ ବୁଲି ବୁଲି ଗୋଟେଇ ସାଉଁଠି ଟ୍ରାକ୍ଟର ରେ ଭର୍ତ୍ତି କରି ବାହାରକୁ ପଠାଇଥିଲେ  l  ବିଜୁ ଛାତ୍ର ଜନତା ଦଳର କର୍ମୀ ମାନଙ୍କ ଏତାଦୃଶ୍ୟ କାର୍ଯ୍ୟ କୁ ସ୍ଥାନୀୟ ଅଂଚଳର ଲୋକେ ଭୁୟସି   ପ୍ରଶଂସା କରିଛନ୍ତି l    ସଫେଇ ଦଳରେ  ଦେଉଳିପଡ଼ା ର   ଏକ୍ସ ସରପଞ୍ଚ  ଦେବଦତ୍ତ ପରିଡା, ବିଜୁଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ   ହେମନ୍ତ କୁମାର ସାହୁ, ଜିଲ୍ଲା ସମ୍ପାଦକ ନିର୍ମଳ ଦାସ, ସରୋଜ ରାଉତ, ଅଜୟ ରାଉତ,ଶ୍ରୀକାନ୍ତ ମହାନ୍ତି ସମେତ ବହୁ ଜନ୍ ପ୍ରତିନିଧି ମାନେ ଯୋଗ ଦେଇଥିଲେ।

Related posts

ଵିଜୟ ପ୍ରଧାନ ଙ୍କ ବିୟୋଗରେ ମହାକାଳପଡ଼ା ସ୍ତବ୍ଧ

Odisha Halchal

ଦିଦି ଖାଇଗଲେ ଅଣ୍ଡା ପଇସା , ସିଡିପିଓ ଙ୍କ ପାଉଣା ଦୁଇ ହଜାର

Odisha Halchal

ଜୁନିଅର ଶିକ୍ଷକଙ୍କ ପୋଷ୍ଟ କାର୍ଡ ମଧ୍ଯମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦାବୀପତ୍ର

Odisha Halchal

Leave a Comment