ଓଡ଼ିଶା ଖବରନ୍ୟୁଜ୍

ଜୁନିଅର ଶିକ୍ଷକଙ୍କ ପୋଷ୍ଟ କାର୍ଡ ମଧ୍ଯମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦାବୀପତ୍ର

ଜୁନିଅର ଶିକ୍ଷକଙ୍କ ପୋଷ୍ଟ କାର୍ଡ ମଧ୍ଯମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦାବୀପତ୍ର

ରାୟଗଡା:- ମୁନିଗୁଡା ବ୍ଲକର କନିଷ୍ଠ ଶିକ୍ଷକଓ ଶିକ୍ଷୟତ୍ରୀ (ଜୁନିଅରଶିକ୍ଷକ) ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନିଜର ଦାବି ଜଣାଇବାପାଇଁ ଅଭିନବ ଉପାୟରେ ପୋଷ୍ଟ କାର୍ଡ ମାଧ୍ୟମରେ ଜଣାଇବା ଚର୍ଚ୍ଚାର ବିଷୟ ହେଇପଡିଛି l ସୂଚନା ମୁତାବକ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଗତ ବର୍ଷ 15 ଅକ୍ଟୋବର ରେ ଓଡ଼ିଶା ରୁ ଚୁକ୍ତିଭିତ୍ତିକ ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ ହେଲା ବୋଲି ଘୋଷଣା ପରେ ସମସ୍ତେ ବହୁତ ଖୁସି ହୋଇଯାଇଥିଲେ ।

କିନ୍ତୁ ଯେତେବେଳେ ଜାଣିଲେ ଯେ ଜୁନିଅର ଟିଚର ମାନଙ୍କର ଚୁକ୍ତି ପ୍ରଥା ଉଠିନି, ଏକ ଶକ୍ତ ଆଘାତ ପାଇଛନ୍ତି l ସରକାରୀ ସ୍ତରରୁ ଜାଣିବାକୁ ପାଇଲେ ଯେ ସମଗ୍ର ଶିକ୍ଷା ର କେନ୍ଦ୍ରୀୟ ଯୋଜନା ରେ ସେମାନେ ଅଛନ୍ତି କିନ୍ତୁ କେନ୍ଦ୍ରୀୟ ହାରରେ ଦରମା ହେଲେ ପାଉନାହାନ୍ତି । ଶିକ୍ଷା ବିଭାଗର ଉନ୍ନତି ପାଇଁ ସରକାର ଏତେ ପଇସା ଖର୍ଚ୍ଚ କରୁଥିବା ବେଳେ ଜୁନିଅର ଟିଚର ମାନଙ୍କ ପ୍ରତି ଏହି ପାତର ଅନ୍ତର କେତେ ଯୁକ୍ତିଯୁକ୍ତ ବୁଦ୍ଧିଜୀବୀମାନେ ଚିନ୍ତାକରିବେ ।

ଓଡ଼ିଶାରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପାଇଁ ଏହି ନିଷ୍ପତ୍ତି ରେ ଏମାନେ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡୁଛନ୍ତି । ଏଣୁ ପୋଷ୍ଟ କାର୍ଡ ଜରିଆରେ ଆମ୍ବଦଳା ଓ ମୁନିଗୁଡା ରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନେ ପୋଷ୍ଟ ଅଫିସ ନିକଟରେ କନିଷ୍ଠ ଶିକ୍ଷକଗଣ. ଯଥା,,ନୀଳାମ୍ବର ବେହେରା, ଚତୃଭୁଜ ପାଠଶାଣୀ, ରେଶମା ଦାଶ, ରୋନିତ ସାହୁ, ସ୍ମୃତିଶଙ୍କର ମିଶ୍ର, s. ବୁଲୁ ଦୋରା, ଜୀବନଜ୍ୟୋତି ପ୍ରଧାନ.,ଶିଳ୍ପା ପ୍ରଧାନ, ସୁଜାତା ନାୟକ, ଟିକିନା ନାୟକ, ସୁନନ୍ଦା ପଣ୍ଡା,, ହିମାଦ୍ରୀ ସାହୁ, ସୌମ୍ୟ ରଞ୍ଜନ ପଣ୍ଡା, ନିରଞ୍ଜନ ସ୍ୱାଇଁ. ଗୋପୀନାଥ ବିଶ୍ୱାଳ, ସିଦ୍ଧାର୍ଥ ନାରାୟଣ ଇତ୍ୟାଦି ଇତ୍ୟାଦି ଉପସ୍ଥିତ ରହିଥିଲେ l

Related posts

ଅଧ୍ୟାପକଙ୍କ ଆନ୍ଦୋଳନକୁ ନଜରରେ ରଖି ସରକାରଙ୍କ ବିକଳ୍ପ

Odisha Halchal

ଓଡିଶାରେ ଛୁଇଁଲା ମୌସମୀ ବର୍ଷା

Odisha Halchal

ଶଶୁର ଙ୍କ ସହିତ ପାପ ସମ୍ପର୍କ ନ ରଖିବା ରୁ ବୋହୂ ଙ୍କୁ ଘରୁ ବାହାର କଲେ ଶଶୁର

Odisha Halchal

Leave a Comment