ଅପରାଧଓଡ଼ିଶା ଖବରନ୍ୟୁଜ୍

ଦିଦି ଖାଇଗଲେ ଅଣ୍ଡା ପଇସା , ସିଡିପିଓ ଙ୍କ ପାଉଣା ଦୁଇ ହଜାର

ଦିଦି ଖାଇଗଲେ ଅଣ୍ଡା ପଇସା , ସିଡିପିଓ ଙ୍କ ପାଉଣା ଦୁଇ ହଜାର

ଅଙ୍ଗନୱାଡି କେନ୍ଦ୍ର ରେ ମହା ଦୃନୀତି l CDPO ଙ୍କ ପାଉଣା ଦୁଇ ହଜାର କହି କର୍ମୀ ଉଠାଇଲେ ପଚାଶ ହଜାର l
ହଡର ଘଣାରେ ବାଘିଲ ବାବନ ପୁର କେନ୍ଦ୍ର ର ଅଙ୍ଗନୱାଡି କର୍ମୀ l କର୍ମୀ ଙ୍କୁ ଘେରିଲେ ଗ୍ରାମବାସୀ l ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ହଡ଼ପ ସହ ମିଛ କହି ଆକାଉଣ୍ଟ ରୁ ଲକ୍ଷାଧିକ ଟଙ୍କା ଉଠାଇବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ l

ତେବେ ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସମନ୍ୱତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ଥିବା ବାଘିଲ ବାବନ ପୁର ଅଙ୍ଗନୱାଡି କେନ୍ଦ୍ର ରେ ଘଟିଥିବା ବେଳେ କର୍ମୀ କଥା ଶୁଣି ତାଯୁବ ପାଲଟି ଛନ୍ତି ଗ୍ରାମବାସୀ l ସିଡିପିଓ ନେବେ ଦୁଇ ହଜାର l ୱାର୍ଡ ସଭ୍ୟ ଙ୍କୁ ମିଛ କହି ଦୁଇ ହଜାର ଜାଗାରେ କର୍ମୀ ଉଠାଇଲେ କୋଡିଏ ହଜାର l

ଖାଲି ସେତିକି ନୁହେଁ ତିନି ହଜାର କହି ତିରିଶ ହଜାର ଉଠାଇ ଛନ୍ତି କର୍ମୀ ଗୋଲାପ ଜେନା l ତେବେ କଣ ପାଇଁ ଗୋଲାପ ସିଡିପିଓ ଙ୍କୁ 2000 ଦେବେ ବୋଲି ପ୍ରଶ୍ନ ର ଉତ୍ତର ନ ଦେଉଥିବା ବେଳେ 2000 ଜାଗାରେ 20 ହଜାର ଓ 3000 ଜାଗାରେ 30 ହଜାର ଉଠାଇ ଛନ୍ତି ତାହାର ଜବାବ ମଧ୍ୟ ଦେଉ ନାହାନ୍ତି ଅଙ୍ଗନୱାଡି କର୍ମୀ ଗୋଲାପ l

ତେବେ ପୂର୍ବରୁ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ କୋମଳମତି ଶିଶୁ ମାନଙ୍କ ପାଇଁ ଆସୁଥିବା ଅଣ୍ଡା ଛତୁଆ ହଡ଼ପ କରିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ବେଳେ କୋରନା ସମୟରେ ବି ନିଜର ଚଳୁ କରିବା ପ୍ରକୃତି ଛାଡି ନାହାନ୍ତି ଗୋଲାପ l ଏବେ ୱାର୍ଡ ମେମ୍ବର କୁ ମିଛ କହି ଜୟଣ୍ଟ ଆକାଉଣ୍ଟ ରୁ ଲକ୍ଷାଧିକ ଟଙ୍କା ଉଠାଉ ଥିବା ବେଳେ ତାହାର ହିସାବ ଦେଇ ପାରୁ ନ ଥିବା ଏବଂ ଡେରାବିଶ ସିଡିପିଓ ସ୍ନହଲତା ସାହୁ ଙ୍କୁ 2000 ଟଙ୍କା କଣ ପାଇଁ ଦେବେ ତାକୁ ନେଇ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l

ତେବେ ପ୍ରତିଦିନ ଅଙ୍ଗନୱାଡି କେନ୍ଦ୍ର କୁ ଆସୁଥିବା ପିଲାମାନଙ୍କ ଠାରୁ ଅଧିକ ଉପସ୍ଥାପନ ପକାଉଥିବା ଗୋଲାପ ବିଭିନ୍ନ ଦୃନୀତି କରୁଥିବା ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଏବଂ ସିଡିପିଓ ଙ୍କୁ କର୍ମୀ ଦୁଇ ହଜାର ଟଙ୍କା ଦେବା କଥା କହି ଜାଲିଆତି କରି ଲକ୍ଷାଧିକ ଟଙ୍କା ଉଠାଇବା ସିଡିପିଓ ଓ କର୍ମୀ ଙ୍କ ମଧୁ ଚନ୍ଦ୍ରିକା ଥିବା ଆଲୋଚନା ହେବାରେ ଲାଗିଛି lତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି 2000 ନେବେ ସିଡିପିଓ l

କେଉଁ ଦୃନୀତି କୁ ଲୁଚାଇବାପାଇଁ ଗୋଲାପ ଦେବ ପଇସା lଏନେଇ ବିଭିନ୍ନ ଆଲୋଚନା ହେଉଥିବା ବେଳେ ଗ୍ରାମବାସୀ ଏପରି କର୍ମୀ ଗୋଲାପ ଙ୍କ ବହିଷ୍କାର କରାଯାଉ ବୋଲି କଥା ହେଉଥିବା ଶୁଣିବାକୁ ମିଳୁଛି lତେବେ ଏହି ବିଷୟରେ ଆମେ ସିଡିପିଓ ଙ୍କ ସହ ଯୋଗାଯୋଗ କରିଥିଲୁ ହେଲେ କୌଣସି ପତିକ୍ରିୟା ମିଳିପାରିନାହିଁ lଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସିଡିପିଓ କଣ ପଦକ୍ଷେପ ନେଉଛନ୍ତି ବାଘିଲ ବାବନ ପୁର କର୍ମୀ ଗୋଲାପ ଙ୍କ ଉପରେ ଆଉ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ସିଡିପିଓ ଙ୍କ ଉପରେ ଏହି ଘଟଣା ର ତଦନ୍ତ କେବେ ହେଉଛି l

Related posts

ଚାକିରି ଦେବା ନାଁରେ ୧୫୦ ଜଣଙ୍କୁ ଠକେଇ

Odisha Halchal

ଅଳ୍ପକେ ବର୍ତିଲେ ଶହ ଶହ ଲୋକ

Odisha Halchal

ଅଭିନବ ଢଙ୍ଗରେ ଗଞ୍ଜେଇ କାରବାର

Odisha Halchal

Leave a Comment