ଓଡ଼ିଶା ଖବରନ୍ୟୁଜ୍

ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଦର୍ଶକ

ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଦର୍ଶକ

ରାୟଗଡା:-(ରିପୋର୍ଟ :-ପ୍ରସାଦ ସାହୁକାର )ଲୋକ ମହୋତ୍ସବ ଚଇତି ତୃତୀୟ ସନ୍ଧ୍ୟାରେ ଥିଲା ଅତ୍ୟନ୍ତ ରୋଚକ । ଶୁକ୍ରବାର ରାୟଗଡା ବଜାର ଛୁଥିବାରୁ ଲୋକଙ୍କ ଜନ ସମାଗମ ହୋଇଥିଲା । ଜିଲ୍ଲାପାଳ ସୁଧାଦେଵ ସିଂ ଅଧ୍ୟକ୍ଷତାରେ ଆୟୋଜିତ ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା ଯୋଗଦେଇଥିଲେ ।

ବିଶିଷ୍ଟ ଅତିଥିଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ମାଝୀ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀରି ଦାଶ,ଜିଲ୍ଲା ପରିଷଦ ଅଧାକ୍ଷା ସରସ୍ବତୀ ମାଝି,ରାୟଗଡା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସାୟା ମଝି,କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମଝି,ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପାରିଷଦ ଅଧ୍ୟକ୍ଷ ଆଦମା ରାବା,ବିଧାୟକ ମକରନ୍ଦ ମୁଦୁଲି,ପଛୁଆ ଜାତି ବିକାଶ ଉପଦେଷ୍ଟା ପୃଥୀବିରାଜ ସହୁ,ଗୁଣୁପୁର ପ୍ରୋରଅଧାକ୍ଷା ମମତା ଗୌଡ଼,ଗୁଡ଼ରି ପଞ୍ଚାୟ ସମିତି ଅଧ୍ୟକ୍ଷ ଲକ୍ଷ୍ମୀ ଶବର,ଚନ୍ଦ୍ରପୁର ପଞ୍ଚାୟ ସମିତି ଅଧ୍ୟକ୍ଷ କଇନ କିମ୍ବକା,ରାୟଗଡା ଜିଲାପରିଷ ଅଧ୍ୟକ୍ଷାସରସ୍ୱତୀ ମଝି,ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । କୋରାପୁଟ ଜିଲ୍ଲାର କଳା ଓ ସଂସ୍କୃତି ସୋଂମ୍ପର୍କରେ ଆଲୋକପାତ କାରିଥିଲେ । ଓଡିଶୀନୁତ୍ୟର ତାଳରେ ଆରମ୍ଭ ହୋଇଥିଲା ତୃତୀୟ ସନ୍ଧ୍ୟା କୁନି କୁନି ପିଲାମାନେ ଅତିସୁନ୍ଦର ଭାବରେ ପରିବେଷଣ କରିଥିଲେ । ଯାହା ହଜାର ହଜାର ଲୋକକୁ ମନ୍ତ୍ରମୁଦ୍ୱ କରିଥିଲେ ।

ଶୁକ୍ରବାର କୋଲକାତା ନୁପୁର କଳାକାର ଦ୍ୱାରା ବଙ୍ଗଳା ଲୋକନୃତ୍ୟ କରିଥିଲେ । ଜଗତସିଂହପୁର ଜିଲ୍ଲାର ଘଡା ନାଚ, ଆଦିମ ଜନ ଜାତି ଲାଙ୍ଗିଆ ସୌରାଙ୍କ ପାରମ୍ପରିକ ନୁତ୍ୟ,ରାମନଗୁଡ଼ା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ କଥକ ନୁତ୍ୟ ପ୍ରଦର୍ଶନ କରିଥିଲେ । ଆଜିର ସନ୍ଧ୍ୟା ରେ ଆକର୍ଷଣ ଥିଲା କଣ୍ଟଶିଳ୍ପ ଅସୀମ ପଣ୍ଡା, ଅସୀମ ଓ ସାଥୀ ଗୀତ ନୃତ୍ୟ ଚିତାଆକର୍ଷଣ ଥିଲା, ତାଙ୍କ ଗୀତରେ ମନ୍ତ୍ରୀ ସାରକା ନାଚିଥିଲେ,ଚଇତି ମଞ୍ଚରେ ୯ ଜଣଙ୍କୁ ସନ୍ନମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ,ଜିଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଅପିଲିପି ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ଡ଼ିଆଇପିଆରଓ ବସନ୍ତ ପ୍ରଧନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Related posts

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

Odisha Halchal

ଆମେ ସଜବାଜ ହୋଇ ବାହାରିଛୁ

Odisha Halchal

ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଧରପଗଡ

Odisha Halchal

Leave a Comment