ଓଡ଼ିଶା ଖବରନ୍ୟୁଜ୍

ଆବାସ ଯୋଜନାରୁ ବଞ୍ଚିତ ବିଧବା ଦହନା ବାଗ

ଆବାସ ଯୋଜନାରୁ ବଞ୍ଚିତ ବିଧବା ଦହନା ବାଗ

କଳାହାଣ୍ଡି:-(ରିପୋର୍ଟ :-ଭୋଜରାଜ ବିନାୟକ ସାହୁ )ଗୋଳାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତର ଦହନା ବାଗ ୨୦୨୩ର ଆବାସ ଯୋଜନା ତାଲିକାରୁ ନାମ ଗାଏବ ହୋଇଥିବା ଅଭିଯୋଗ ହେଉଛି । ପୂର୍ବରୁ S.E.C. ରିପୋର୍ଟରେ ଥିଲା ବର୍ତ୍ତମାନ କାହିଁକି କଟିଲା ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଦହନା ବାଗଙ୍କ ସ୍ୱାମୀ ଦୀର୍ଘ ୧୨ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଛି ସେହିଦିନ ଠୁ ସେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛି ।

ଏପରି ଜଣେ ଗରିବ ନିରୀହଙ୍କ ନାମ ଆବାସ ଯୋଜନାରୁ କଟିଯିବା ବୁଦ୍ଧିଜୀବୀ ମହଲରେ ଜୋର ଚର୍ଚ୍ଚା ଧରିଥିବା ବେଳେ ସ୍ଥାନୀୟ ଲୋକ କମଳ ବାଗ, ରୁକଧର ସୁନାନୀ, ରଥାଙ୍ଗ ଛତ୍ରୀଆ ପ୍ରମୁଖ ଦହନା ବାଗ ଆବାସ ଯୋଜନାରେ ପାଇବା ଯୋଗ୍ୟବୋଲି ମତ ପ୍ରକାଶ କରିଥିଲା ବେଳେ କୁହୁରା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧିତ୍ୱକାରୀ ଜଗଦୀଶ ତାଣ୍ଡି ମଧ୍ୟ ସ୍ୱୀକାର କରିଥିଲେ । ଏ ଉପରେ ନାଏବ ସରପଞ୍ଚ ବୈକୁଣ୍ଠ ବାଗ,ଓ ଅନ୍ୟାନ୍ୟ ବ୍ୟକ୍ତି ମାନେ ମଧ୍ୟ ଆବାସ ଯୋଜନା ପାଇବା ଯୋଗ୍ୟ ବୋଲି ଗଣ ମାଧ୍ୟମ ସମ୍ମୁଖରେ ସଫେଇ ଦେଇଥିଲେ ।

ଯୋଗ୍ୟ ହିତାଧିକାରୀଙ୍କ ନାମ ଗୁଡିକ କାହିଁକି ଆବାସ ଯୋଜନାରୁ କଟୁଛି ଏ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ଜରୁରୀ ହୋଇପଡିଛି । କୁହୁରା ସମିତି ସଭ୍ୟା ମାଧୁରୀ ସୁନାନୀଙ୍କ ନାମ ଆବାସ ଯୋଜନାରେ ଆସିଛି ହେଲେ ତାଙ୍କର ମୃତ୍ୟ ହୋଇଯାଇଛି । ତାଙ୍କର ବଡ଼ ପୁଅ ଟଙ୍କ ଧର ସୁନାନୀ, ମାହାଳିଙ୍ଗ ହାଇସ୍କୁଲରେ ଚାକିରୀ କରୁଥିବା ବେଳେ ସ୍ବର୍ଗତ ମାଧୁରୀ ସୁନାନୀଙ୍କ ଘରକୁ ଦହନା ବଗଙ୍କୁ ଦିଆଯାଉ ବୋଲି ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

Related posts

ଭଣ୍ଡ ସାରଥୀ ପରେ ଭଣ୍ଡ ମାତା

Odisha Halchal

ବିପୁଳ ପରିମାଣର ଗଞ୍ଜେଇ ଜବତ

Odisha Halchal

ରାହୁଲ ଗାନ୍ଧୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍

Odisha Halchal

Leave a Comment