ଓଡ଼ିଶା ଖବରନ୍ୟୁଜ୍

କୋଟି ହୃଦୟର ମଉଡମଣୀ ଗଣକବି ବୈଷ୍ଣବ ପାଣି

କୋଟି ହୃଦୟର ମଉଡମଣୀ ଗଣକବି ବୈଷ୍ଣବ ପାଣି

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ସେ ମୁକୁଟ ବିହୀନ ଗୀତିନାଟ୍ୟ ସମ୍ରାଟ l ଗଣ ହୃଦୟର କବି l ପ୍ରଥିତଯଶା ସାରସ୍ୱତ ସାଧକ l ସେ ଗଣକବି ବୈଷ୍ଣବ ପାଣି l ସେ ପୁଣି ନାଟୁଆ, ଭାଟୁଆ, ଦରିଦ୍ର ଯାତ୍ରାବାଲା l ଶହେବର୍ଷ ତଳେ ଲୋକେ ରାତି ରାତି ଅନିଦ୍ରା ହେଇ ଯାହାଙ୍କ ନାଟକ ଦେଖୁଥିଲେ l ଆଜିବି ତାଙ୍କ ନାଟକକୁ ନେଇ ସେଇକ୍ରେଜ, ତେବେ ବିଗତ ୨ ବର୍ଷ ହେଵ କରୋନା ପାଇଁ ନାଟକ ବନ୍ଦ, ଶ୍ରଦ୍ଧାଞ୍ଜଳିରେ ଅଟକି ରହିଥିବା ବେଳେ ଚଳିତ ବର୍ଷ ନାଟକ ପରିବେଷଣ ହେଉଥିବାରୁ ସମସ୍ତ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।ମନେ ପଡୁଛି ତାଙ୍କ ଗୀତିନାଟ୍ୟକୁ ନେଇ ସେଇ ଉନ୍ମାଦନା l ସେଇ ଚମତ୍କାରୀତା lକଟକ ଜିଲ୍ଲା ମାହାଙ୍ଗା ଥାନାର ଏକ ଅଖ୍ୟାତ ପଲ୍ଲୀ ଗାଁ’ କୋଠପଦାକୁ ଓଡ଼ିଆ ନାଟ୍ୟ କଳାର ତୀର୍ଥଭୂମିରେ ପରିଣତ କରିଥିବା ଯାତ୍ରାବାଲା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣି l

ମାତ୍ର ପଞ୍ଚମ ଶ୍ରେଣୀରୁ ଅଟକି ଯାଇଥିଲା ଗଣକବିଙ୍କ ସ୍କୁଲ ଶିକ୍ଷା l ଦାରିଦ୍ର୍ୟ ସାଜିଲା ପ୍ରତିବନ୍ଧକ lରଘୁନାଥ ଜୀୟୁ ମଠରେ ଗାଈ ଜଗୁଆଳି ଭାବରେ ମିଳିଗଲାନିଯୁକ୍ତି l ତା’ ସହିତ ଠାକୁରଙ୍କ ପାଇଁ ଫୁଲତୋଳା ଓ ଫୁଲଗୁନ୍ଥା କାମ l କୋଠପଦା ମାଇନର ସ୍କୁଲରେ ରୋଷେଇୟା ଦାୟୀତ୍ୱ ମଧ୍ୟ ମିଳିଗଲା ବୈଷ୍ଣବଙ୍କୁ lଏସବୁ ଭିତରେ ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ କୋଠପଦାରେ ଗୋଟିପୁଅ ନୃତ୍ୟ କରିବାର ସୁଯୋଗ ପାଇଲେ କିଶୋର ବୈଷ୍ଣବ lଯାତ୍ରା ଓସ୍ତାଦୀ, ପାଲା ଗାୟକ, ଶହଶହ ଗୀତିନାଟ୍ୟର ସଫଳସ୍ରଷ୍ଟା l 1903 ମସିହାରେ ସେ ସୃଷ୍ଟି କଲେ ପ୍ରଥମ ଗୀତିନାଟ୍ୟ ମେଘନାଦ ବଧ l କେତେବେଳେ ଅଭିନେତା,କେବେ ନିର୍ଦ୍ଦେଶକ, କେବେ ଗାୟକ ଆଉ କେବେ ବାୟକ l କୋଠପଦା ରଘୁନାଥ ଜୀୟୁ ମଠରୁ ବୈଷ୍ଣବ ପାଣିଙ୍କ ସୃଜନ ଜୀବନର ଆଦ୍ୟ ଓଁକାର ଦିଗ ଦିଗନ୍ତକୁ ଛୁଇଁ ପାରିଥିଲା l

ଇଏ ରଙ୍ଗ ମଞ୍ଚ ନୁହେଁ l ଚାଷୀର କ୍ଷେତ l ଲହୁ ଲୁହକୁ ଏକାକାର କରି ଜମିରୁ ଫସଲ ଅମଳ ପାଇଁ ସଂଘର୍ଷ କରୁଥିବା ତେଲ ଲୁଣ ଦୁନିଆଁର ସାଧାରଣ ମଣିଷଟିଏବି କଳାକାର lସିଏ ବାଣାସୁର, ଜଳନ୍ଧର, ତାରକାସୁର, ଏମିତି ପୌରାଣିକ, କାଳ୍ପନିକ, ନତୁବା ଐତିହାସିକ ନାଟକର ରାଜା, ମନ୍ତ୍ରୀ ନାଇଁତ ସେନାପତି lବୈଷ୍ଣବ ପାଣିଙ୍କ ନାଟକର ଏହାହିଁ ସବୁଠାରୁ ବଡ଼ ସଫଳତା lଏଠି ସମସ୍ତେ କଳାକୁ ହୃଦୟ ଦେଇ ଭଲପାଆନ୍ତି l ଜୀବନର ଜଳ ଛବିରେ ମାଟିରୁ ଆକାଶକୁ ଜଡେଇ ଧରନ୍ତି lଯେଉଁ କାଳଜୟୀ ସ୍ରଷ୍ଟା 1882 କୁମାର ପୂର୍ଣ୍ଣିମାରେ ଜନ୍ମହୋଇ 1956 ବୈଶାଖ ଅମାବାସ୍ୟାରେ ଚିରନିଦ୍ରାରେ ଶୋଇଗଲେ l ସେଇମହାନ ସାଧକ ଏ ଜାତିକୁ ଦେଇଯାଇଛନ୍ତି ଅଜସ୍ର ଗୌରବଜ୍ୱଳ ସାରସ୍ୱତ ସଂଭାର lତା’ଙ୍କ ନିର୍ଦ୍ଦେଶିତଯାତ୍ରା, ତା’ଙ୍କ ବିରଚିତ ଗୀତିନାଟ୍ୟ, ତା’ଙ୍କ ନାଟକ, ତା’ଙ୍କ ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ଆତ୍ମଜୀବନୀ ଓ କାହାଣୀ, ସବୁ ଯେମିତି ଓଡ଼ିଆ ବାଣୀ ଭଣ୍ଡାର ପାଇଁ ମହାର୍ଘ୍ୟ ସମ୍ପତ୍ତି l

ପାଣିସାହିତ୍ୟକୁ ନେଇ ଅନେକ ଗବେଷଣା ହୋଇଛି lଶହେ ବର୍ଷ ତଳୁ ଅଭିନୀତ ତା’ଙ୍କ ନାଟକର କ୍ରେଜ ଆଜିବି ଲୋକପ୍ରିୟତା ବଜାୟ ରଖିଛି lତେବେ ଦୁଃଖ ଦୁର୍ଦ୍ଦିନ ଭିତରେ ଜୀବନ ବିତେଇଥିବା ଆମ ମାଟିର ଏହି ଯଶସ୍ବୀ ସ୍ରଷ୍ଟାଙ୍କୁ ତାଙ୍କ ଜନ୍ମମାଟି ଆଜିବି ଝୁରୁଛି, ପୂଜ୍ୟ ପୂଜା ଜାରିରଖିଛି lଜନ୍ମମାଟି କୋଠପଦାରେ ଅଣନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ ଗଣକବି ଙ୍କ ଦ୍ଵାରା ବ୍ୟବହୃତ ନିତ୍ୟ ବ୍ୟବହାର ସାମଗ୍ରୀ ଓ ବହିକୁ ପଦର୍ଶିତ କରିବା ସହିତ ତାଙ୍କର ସ୍ମୃତି ରକ୍ଷାପାଇଁ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ 1954 ମସିହା ରୁ 2022 ମସିହା ପର୍ଯ୍ୟନ୍ତ ଦାବିହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ହୋଇପାରିନଥିବା ଗଣକବିଙ୍କ ଅଣନାତି ଚନ୍ଦ୍ରଭାନୁ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ ଫଳକ ଟି ସିମେଣ୍ଟ ରେ ହୋଇଥିଲେ ମଧ୍ୟ ଆଜିପଯ୍ୟନ୍ତ ଗଣକବିଙ୍କ ନାମ ଲେଖା ଯାଇପାରିନାହିଁ।ଗଣକବି ବ୍ୟବହାର କରୁଥିବା ନଦୀ ଘାଟପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହଁ।ଗଣକବି ଙ୍କ ସ୍ମୃତିରକ୍ଷାପାଇଁ କୌଣସି ଉର୍ଣ୍ଣତି ମୂଳକ କାଯ୍ୟକରାଯାଉନାହିଁ।ଗଣକବି ଙ୍କ ଜୟନ୍ତୀକୁ ନେଇ ବିଭିନ୍ନ ଦଳ ସଭାସମୀତି କରୁଥିଲେ ମଧ୍ୟ ସ୍ମୃତିରକ୍ଷାପାଇଁ କୋୖଣସି କାଯ୍ୟକ୍ରମ ହେଉନାହିଁ।

Related posts

ବଜ୍ରାଘାତରେ ୨ ମୃତ ୩ ଗୁରୁତର

Odisha Halchal

୩ ମାସ ପାଇଁ ବନ୍ଦ ରହିବା ମହାନାଦୀ ମଝୀ ପୋଲ, ଜାଣନ୍ତୁ କିପରି କରିବେ ଯିବା ଆସିବା

Odisha Halchal

ପୁଟିନ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ନାଟୋରେ ନ ସାମିଲ ହେବାକୁ ଚେତାବନୀ

Odisha Halchal

Leave a Comment