ଅପରାଧଓଡ଼ିଶା ଖବରନ୍ୟୁଜ୍

ଶିକାରୀ ଗୁଳିରେ ବନ କର୍ମଚାରୀ ଘାଇଲା

ଶିକାରୀ ଗୁଳିରେ ବନ କର୍ମଚାରୀ ଘାଇଲା

ଶିମିଳିପାଳ ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଲେ ବନ କର୍ମଚାରୀ ଓ ଶିକାରୀ। ଶିକାରୀ ଗୁଳିରେ ଘାଇଲା ହେଲେ ଜଣେ ବନ କର୍ମଚାରୀ। ଶିକାରୀଙ୍କ ଗୁଳି ତାଙ୍କ ୨ ଜଙ୍ଘରେ ବାଜିଥିବା ବେଳେ ଦୀର୍ଘ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜଙ୍ଗଲରେ ପଡ଼ି ରହିଲେ ବନ କର୍ମଚାରୀ । ଶେଷରେ ଆଜି ସକାଳୁ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ଶିମିଳିପାଳ ଭିତରକୁ ପାଟ୍ରୋଲିଂ ପାଇଁ ଯାଇଥିଲେ ୬ ବନ କର୍ମଚାରୀ। ସେମାନଙ୍କ ମଧ୍ୟରେ ବନ କର୍ମଚାରୀ ସୁନାରାମ ସିଂ ମଧ୍ୟ ଥିଲେ। ଏହି ବନ କର୍ମଚାରୀ ଡୁକୁରା ରେଞ୍ଜ ଭଞ୍ଜବସା ଅଂଚଳରେ ପାଟ୍ରୋଲିଂ କରୁଥିବା ବେଳେ ୫ରୁ ଅଧିକ ଶିକାରୀ ସେମାନଙ୍କ ହାବୁଡ଼ରେ ପଡ଼ିଥିଲେ। ବନ କର୍ମଚାରୀଙ୍କ କବଳରୁ ଖସିବାକୁ ଶିକାରୀମାନେ ଦେଶୀ ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ।

ଏହି ଗୁଳିକାଣ୍ଡ ବେଳେ ସୁନାରାମଙ୍କ ଦୁଇ ଜଙ୍ଘରେ ୩ ରୁ ଅଧିକ ଗୁଳି ବାଜିଥିଲା। ଏହାପରେ ଘଟଣାସ୍ଥଳରୁ ଶିକାରୀମାନେ ଖସି ଚାଲିଯାଇଥିଲେ। ସେପଟେ ଗୁଳି ମାଡରେ ଗୁରୁତର ହୋଇ ସେଠାରେ ସୁନାରାମ ପଡ଼ି ରହିଥିବା ବେଳେ ରାତି ସାରା ତାଙ୍କୁ ଜଗି ରହିଥିଲେ ତାଙ୍କ ସହଯୋଗୀ।

Related posts

ଜିଲ୍ଲାର ଉନ୍ନତି ନିମନ୍ତେ ଆରମ୍ଭ ହେଲା ଭିଜନ ନବରଙ୍ଗପୁର

Odisha Halchal

କିଛି ଟଙ୍କା ପାଇଁ ହଜିଗଲାନି ମାନବିକତା

Odisha Halchal

ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

Odisha Halchal

Leave a Comment