ଓଡ଼ିଶା ଖବରନ୍ୟୁଜ୍

ଦହ୍ୟା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଦହ୍ୟା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବୌଦ୍ଧ:- ସଦର ବ୍ଲକ୍ ଅନ୍ତର୍ଗତ ଦହ୍ୟା ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ ଯୋଗ ଦେଇଥିବା ବେଳେ,ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଇଂ ସଞ୍ଜୟ ପଣ୍ଡା, ସମ୍ମାନୀତ ଅତିଥି ଦହ୍ୟା ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ପୌଲମି ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ।

ସହକାରୀ ଶିକ୍ଷକ ଚକ୍ରଧର ମେହେର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ରଛାତ୍ରୀ ମାନେ କିଭଳି ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରିବା ସହ ସଫଳତା ହାସଲ କରି ଜଣେ ଉତ୍ତମ ବ୍ୟକ୍ତି ଭାବରେ ପରିଚିତ ଲାଭ କରିବେ ଅତିଥିମାନେ ନିଜ ନିଜର ଅଭିଭାଷଣ ରଖିଥିଲେ।

ଗତ ୫ ବର୍ଷ ମଧ୍ୟରେ ଦଶମ ଶ୍ରେଣୀ ରେ ବିଦ୍ୟାଳୟର ଟପର୍ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା। ଶେଷରେ ସହକାରୀ ଶିକ୍ଷକ ବିରେନ୍ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts

ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ସ୍ୱାମୀ

Odisha Halchal

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଡିସ୍କୋ କିଙ୍ଗ

Odisha Halchal

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି, ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

Odisha Halchal

Leave a Comment