ଅପରାଧଓଡ଼ିଶା ଖବରନ୍ୟୁଜ୍

ଭଣ୍ଡ ସାରଥୀ ପରେ ଭଣ୍ଡ ମାତା

ଭଣ୍ଡ ସାରଥୀ ପରେ ଭଣ୍ଡ ମାତା

କେନ୍ଦ୍ରାପଡାରେ ଭଣ୍ଡ ସାରଥୀ ପରେ ଭଣ୍ଡ ମାତା ଭକ୍ତଙ୍କୁ ଧରି କରୁଛନ୍ତି କୀର୍ତ୍ତନ ଭକ୍ତ ବଜାଉ ଛନ୍ତି ମାତା ଚିଲାଉଛନ୍ତି ଭଣ୍ଡ ମାତାଙ୍କ ନାମରେ ଥାନାରେ ଅଭିଯୋଗ ଭଣ୍ଡ ସାରଥୀ ଙ୍କ ପରେ ଏବେ ଭଣ୍ଡ ମାତା ସୋନାଲି ନିଜକୁ ମା ସାରଳା ବୋଲାଉଥିବା ଏହି ଭଣ୍ଡ ମାତା ସୋନାଲି ମଲ୍ଲିକ ।ବିଗତ ଦିନରେ କେନ୍ଦ୍ରାପଡ଼ା ଡେରାବିଶ ବାରିମୂଳ ଗ୍ରାମରେ ଭଣ୍ଡ ସାରଥୀ ନିଜକୁ ଭଗବାନ ବୋଲାଇ ଲୋକଙ୍କୁ ଠକି ବିଭିନ୍ନ କେଳେଙ୍କାରୀ କରି ଶେଷରେ ଆଇନ ର ଜାଲରେ ଛନ୍ଦି ହୋଇ ଜେଲ ଯାଇଥିଲେ ଓ କେନ୍ଦ୍ରାପଡ଼ା ଅଞ୍ଚଳ କୁ ବଦନାମ କରିଥିଲେ।

ପୁଣି କିଛି ବର୍ଷପରେ ଡେରାବିଶ ବ୍ଲକ ହରିଅଙ୍କ ଅଞ୍ଚଳ ରେ ନିଜକୁ ମା ସାରଳା ଠାକୁରାଣୀ ବୋଲାଉଥିବା ଜନେକ ମହିଳା ସୋନାଲି ମଲ୍ଲିକ(ସ୍ୱାମୀ:- ଶକ୍ତି ମଲ୍ଲିକ) ନିଜ ଆସ୍ଥାନ ଜମାଇଛନ୍ତି.ନିଜ ନାବାଳକ ପୁଅ,ପରିବାର ବର୍ଗ ଓ କିଛି ସମ୍ପର୍କୀୟ ଙ୍କୁ ନେଇ ଚଳାଇ ଛନ୍ତି ଭଣ୍ଡାମୀ।କିଛି ଦିନ ତଳେ ଶ୍ରୀକ୍ଷେତ୍ର ପୁରୀ କୁ ଯାଇ ଜଗନ୍ନାଥ ଙ୍କୁ କୁଣ୍ଢେଇବେ ବୋଲି କହି ଚର୍ଚ୍ଚା କୁ ଆସିବା ପରେ ସେ ଏବେ ନିଜକୁ ଠାକୁରାଣୀ ବୋଲାଇ ଅନେକ ସରଳ ନିରୀହ ଲୋକଙ୍କ ଭାବାବେଗ ସହ ଖେଳି ରୋଗ ଭଲ କରିବା ଓ କଷ୍ଟ ଦୂର କରିବା ନା ରେ ତାଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି ସୋନାଲି।

ଏଥି ସହ ହରିଅଙ୍କ ଅଞ୍ଚଳ ରେ ଏକ ଆସ୍ଥାନ କରି ସେଠାରେ ବିଭିନ ଦେବା ଦେବି ଙ୍କ ମୂର୍ତ୍ତି ରଖି ସୋନାଲି ନିଜେ ଦେବା ଦେବି ଙ୍କ ମୂର୍ତ୍ତି ଉପରେ ହିଁ ବସି ନିଜକୁ ଜୀବନ୍ତ ଠାକୁରାଣୀ ବୋଲି ଲୋକ ଙ୍କୁ କହୁଛନ୍ତି. ତାଙ୍କ ର କିଛି ଭକ୍ତ ମାନେ ସୋନାଲିଙ୍କ ଗୋଡ଼କୁ ଗଙ୍ଗା ପାଣି ରେ ଧୋଉଥିବା ଓ ଗୋଡ଼ ଉପରେ ସାରଳା ଓ ମଙ୍ଗଳା ଙ୍କ ମୁଣ୍ଡ ରେ ଲାଗି ଫୁଲ କୁ ଆଣି ଥୋଉଥିବା ଦେଖିବାକୁ ମିଳିଛି।

ଯାହାକି ହିନ୍ଦୁ ଧର୍ମ ର ଭାବାବେଗ କୁ କୁଠାର ଆଘାତ ସଦୃଶ ବୋଲି ଲୋକେ ଅଭିଯୋଗ କରିଛନ୍ତି।ବିଗତ ଦଶ ମାସ ହେବ।ସୋନାଲି ମଲ୍ଲିକ ଙ୍କ ଏହି ଭlଣ୍ଡାମୀ ଜାରି ରହିଥିବା ବେଳେ ଶେଷରେ ସ୍ଥାନୀୟ ଲୋକ ମାନେ ଅସନ୍ତୁଷ୍ଟ ହୋଇ ଚାନ୍ଦୋଳ ଫାଣ୍ଡି ରେ ସୋନାଲି ମଲ୍ଲିକ ଙ୍କ ନାମ ରେ ଚାନ୍ଦୋଳ ଫାଣ୍ଡି ରେ ଦୁଇ ଟି ଏତଲା କରିଛନ୍ତି।ସ୍ଥାନୀୟ ଲୋକ ମାନେ ତାଙ୍କ ର ଏହି ଅସହ୍ୟ ଭାଣ୍ଡାମୀ ଓ ଠକାମୀ କୁ ଘୋର ବିରୋଧ କରିଛନ୍ତି।

Related posts

ସ୍ତ୍ରୀ ଥାଇ ନାବାଳିକାଙ୍କୁ ଏକତରଫା ପ୍ରେମ

Odisha Halchal

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ

Odisha Halchal

ଗୋରୁ ବୋଝେଇ ଟ୍ରକକୁ ଜବତ କଲା ପୁଲିସ

Odisha Halchal

Leave a Comment