ଓଡ଼ିଶା ଖବରନ୍ୟୁଜ୍

ଚାଲିଛି ସରପଞ୍ଚ ଙ୍କ ଜନ ଅଡିଟ

ଚାଲିଛି ସରପଞ୍ଚ ଙ୍କ ଜନ ଅଡିଟ

ନୂଆପଡା:-(ସ:ପ୍ର :ଓଡିଶା ହାଲଚାଲ) ଚାଲିଛି ସରପଞ୍ଚ ଙ୍କ ଜନ ଅଡିଟ ,ଗାଁ ଗାଁ କୁ ଯାଇ ବୁଝୁଛନ୍ତିଲୋକଙ୍କ ଦୁଃଖ ସୁଖ ।ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗ୍ରାମପଞ୍ଚାୟତର ସରପଞ୍ଚ ଯମୁନା ହରିଜନ ନିଜ ପଂଚାୟତବାସୀଙ୍କ ଦୁଃଖ ସୁଖ ଅଭାବ ଅସୁବିଧା ଅନୁଧ୍ୟାନ କରିବା ପାଇଁ ଜନ ସାଧାରଣଙ୍କ ନିକଟତର ହେଉଛିନ୍ତି।

ସେ ଗତ କାଲି ଯାଇଥିଲେ ଜଙ୍ଗଲ ପାହାଡ ଘେରା ପାଟପାଣି ଗାଁ ପୁଣି ଆଜି ପରିଦର୍ଶନ କରିଥିଲେ ପାହାଡ ତଳେ ଥିବା ଏକ ଛୋଟ ଗା ଜଗନ୍ନାଥପାଲି ସେଠି ଦେଖିଥିଲେ ସ୍କୁଲ, ଗା ପୋଖରୀ, ଅଙ୍ଗନବାଡ଼ି, ବୃଦ୍ଧା ଅସୁବିଧା ସେହିପରି ଅନେକ ସମସ୍ୟା ଏବଂ ଲୋକଙ୍କୁ ପ୍ରତିଶୃତି ମଧ୍ୟ ଦେଲେ ଏ ବିଷୟରେ ବି ଡି ଓ ସାର ଙ୍କୁ ନିଶ୍ଚିତ ଜଣାଇବି ବୋଲି ।

ଗ୍ରାମ ପଂଚାୟତର ଜନ ସାଧାରଣଙ୍କ ଉନ୍ନତି ପାଇଁ ପଂଚାୟତିରାଜର ମୂଳ ପାହାଚ ହେଇଛି ସରପଞ୍ଚ. ସେ ସମସ୍ତଙ୍କ କଲ୍ୟାଣ ପାଇଁ ସରକାରଙ୍କ ଯୋଜନା ଓ ବ୍ୟକ୍ତିଗତ ଓ ସାମୁହିକ ବିକାଶ ସକାଶେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି. ଜନ ସାଧାରଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ସରପଞ୍ଚ ଏକ ମାଇଲଖୁଣ୍ଟ ଭଳି କାମ କରନ୍ତି।

Related posts

ଦୁଇଟି ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର

Odisha Halchal

ପୁରୀରେ ଜଘନ୍ୟ କାଣ୍ଡ; ଶ୍ରୀମନ୍ଦିର ସେବାୟତଙ୍କୁ ବୀଭତ୍ସ ହତ୍ୟା

Odisha Halchal

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳ

Odisha Halchal

Leave a Comment