ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଫ୍ଲାଟ୍‌ରେ ଚଢାଉ କରି ୪ କୋଟି ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ, ୩ ହାୱାଲା ଚାଲାଣକାରୀ ଗିରଫ

ଫ୍ଲାଟ୍‌ରେ ଚଢାଉ କରି ୪ କୋଟି ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ, ୩ ହାୱାଲା ଚାଲାଣକାରୀ ଗିରଫ

ମହାରାଷ୍ଟ୍ର ନାଗପୁର ଅଞ୍ଚଳରେ ପୋଲିସ ଏକ କୋଠାରେ ଚଢାଉ କରି ପ୍ରାୟ ୪ କୋଟି ୩୦ ଲକ୍ଷ ଟଙ୍କା ନଗଦ ଜବତ କରିଛି। ଏଥି ସହିତ ହାୱାଲା କାରବାର କରୁଥିବା ୩ ଜଣଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ। ଏନେଇ ସୂଚନା ଦେଇଛନ୍ତି ଡିଜିପି ଗଜାନନ ରାଜମାନେ। ବିଶ୍ୱସ୍ତ ସୁତ୍ରରୁ ସୂଚନ ପାଇ ଗତକାଲି ପୋଲିସ ବିଳମ୍ବିତ ରାତିରେ ଚଢାଉ କରିଥିଲା।

ଚଢାଉ ପରେ ଏତେ ମାତ୍ରାରେ ନୋଟ ଜବତ ହୋଇଥିଲା ଯେ ଏହାକୁ ଗଣିବାରେ ପୋଲିସ ସକ୍ଷମ ହୋଇନଥିଲା। ଏହା ପରେ ପୋଲିସ ଟଙ୍କା ଗଣିବା ମେଶିନ ମଗାଇ ଟଙ୍କା ଗଣିବା ଆରମ୍ଭ କରିଥିଲା। ଏହି ମାମଲାରେ ପୋଲିସ ହାୱାଲା ବ୍ୟବସାୟୀ ନେହଲ ବଡାଲିଆ, ଭିଲାସବାଇ ପଚ୍ଚିକର ଏବଂ ଶିବକୁମାର ଦିୱାନିୱାଲଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା।

ବର୍ତ୍ତମାନ ଏତେ ମାତ୍ରାରେ ଟଙ୍କାକୁ ଜବତ କରି ପୋଲିସ ତିନି ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏତେ ମାତ୍ରାରେ ଟଙ୍କା କେଉଁଠୁ ଆସିଲା ଜାଣିବା ପାଇଁ ଏବେ ପୋଲିସ ତଦନ୍ତ କରୁଛି।

Related posts

ରାମ ନବମୀ ଉତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

Odisha Halchal

କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

Odisha Halchal

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

Odisha Halchal

Leave a Comment