ଓଡ଼ିଶା ଖବରନ୍ୟୁଜ୍

ବିପୁଳ ପରିମାଣରେ ମାଓ ବିସ୍ଫୋରକ ସାମଗ୍ରୀ

ବିପୁଳ ପରିମାଣରେ ମାଓ ବିସ୍ଫୋରକ ସାମଗ୍ରୀ

ମାଲକାନଗିରି(ରିପୋର୍ଟ:- କୃଷ୍ନପଦ ରାୟ)ନକ୍ସଲଙ୍କ ସହିଦ ସପ୍ତାହ ପୂର୍ବରୁ ଯବାନଙ୍କୁ ମିଳିଛି ବଡ଼ ସଫଳତା | ଆଜି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧିନସ୍ଥ ଗମ୍ପାକୋଣ୍ଡା ଜଙ୍ଗଲରେ ନକ୍ସଲ ଡମ୍ପକୁ ଧ୍ଵଂସ କରିଛନ୍ତି ଯବାନ। ଜଙ୍ଗଲରେ ଲୁଚେଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି।

ବିଏସଏଫ ୧୪୨ ବାଟାଲିୟନର ସୀମା ସୁରକ୍ଷା ଯବାନ ଅପରାହ୍ନ ସମୟରେ ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିବାବେଳେ ୧୦୫ଟି ଜିଲୋଟିନ ଷ୍ଟିକ ୨୦ଟି ଗ୍ରେନେଡ଼, ୨୫ଟି ଡିଟୋନେଟର ସହିତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି ଯବାନ। ଅନ୍ୟପଟେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରିବାକୁ ଥିବା ବେଳେ, ସହିଦ ସପ୍ତାହ ପୂର୍ବରୁ ମାଓବାଦୀ ଲୁଚାଇ ରଖିଥିବା।

ବିପୁଳ ପରିମାଣର ବିସ୍ପୋରକ ନିହାତି ଭାବରେ ଏକ ବଡ଼ ସଫଳତା ବୋଲି କୁହାଯାଇପାରେ। ସହିଦ ସପ୍ତାହ ସମୟରେ ସହିଦ ହୋଇଥିବା ସାଥି ମାଓବାଦୀଙ୍କ ସୃତି ଉଦ୍ଦେଶ୍ୟରେ ନାଚ ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି । ତାହା ସହିତ ଏହି ସମୟରେ ବ୍ୟାପକ ହିଂସାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର କରନ୍ତି ମାଓ ସଂଗଠନ ।

Related posts

ଭୋଗରାଇ ଜଗନ୍ନାଥ ମନ୍ଦିରରୁ ଲୁଟ୍‌, ତାଲା ଭାଙ୍ଗି ଲୁଟି ନେଲେ ସୁନାଗହଣା-ହୁଣ୍ଡି

Odisha Halchal

ମହାନଗର ନିର୍ବାଚନ ପାଇଁ ପ୍ରସ୍ତୁତି

Odisha Halchal

ଝାରସୁଗୁଡ଼ା OMVDଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାକାଳୀନ ୬ଟି ସ୍ଥାନରେ ଚଢାଉ

Odisha Halchal

Leave a Comment