ଓଡ଼ିଶା ଖବରନ୍ୟୁଜ୍

୪ଦଫା ଦାବିରେ ଜିଲ୍ଲା ବନ୍ଦ କଲେ କଂଗ୍ରେସ

ମାଲକାନଗିରି(ରିପୋର୍ଟ- କ୍ରିଷ୍ଣପଦ ରାୟ) ଜିଲ୍ଲାରେ ୪ଦଫା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା, ବନ୍ଦର ପ୍ରଭାବ ଜିଲ୍ଲାରେ ସମ୍ପୂର୍ଣ୍ଣ ଦେଖିବାକୁ ମିଳିଛି। ଜୟପୁର ମାଲକାନଗିରି ମୁଖ୍ୟ ଫାଟକ ଗୋବିନ୍ଦପାଲ୍ଲି ଏବଂ ଜିଲ୍ଲା ସୀମାନ୍ତ ମୋଟୁ ଠାରେ ମଧ୍ୟ କଂଗ୍ରେସ ପକ୍ଷରୁ ବ୍ୟାରିକେଡ଼ କରିବା ସହିତ ସମ୍ପୂର୍ଣ୍ଣ ଜିଲ୍ଲା ସାରା ଦୋକାନ ବଜାର ସହିତ ଚକ ଅଖ ବନ୍ଦ କରିଛି। ଏହି ବନ୍ଦ ସମୟରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ପୂର୍ବରେ ୪ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ଏହା ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ। ଆଜି ସମ୍ପୂର୍ଣ୍ଣ ଜିଲ୍ଲାକୁ ଠପ୍ କରିଛନ୍ତି ଜିଲ୍ଲା କଂଗ୍ରେସ। କଂଗ୍ରେସ ର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର। ଜି. ଶ୍ରୀନିବାସ ରାଓ। ସହିତ ଜିଲ୍ଲା କଂଗ୍ରେସର ସମସ୍ତ ଦଳୀୟ କର୍ମକର୍ତ୍ତା ବନ୍ଦ ପାଳନ ରେ ସାମିଲ୍ ରହିଥିଲେ।

୪ରି ଦଫା ଦାବି ରହିଛି ଯଥା ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଆଯିବା ,ଟାଟା ପାୱାର ପକ୍ଷରୁ ଗରିଵ ଲୋକଙ୍କ ଉପରେ ଜୁଲମ, ବିଇଡି କଲେଜ କୁ କାର୍ଯ୍ୟଖ୍ୟମ କରିବା। ଏହା ସହିତ ଜିଲ୍ଲା ସଦରମହକୁମା ଠାରେ ଥିବା ରକ୍ତ ଭଣ୍ଡାରକୁ ନୂତନ ଚିକିତ୍ସାଳୟ ଠାରେ ସ୍ଥାନାନ୍ତରିତ କରିବା ସହିତ ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତରି ପଦକୁ ପୁରଣ କରିବାକୁ ଦାବି ହୋଇଛି।

ଏହି ଦାବି ଗୁଡ଼ିକ ନେଇ ପୂର୍ବରେ ଜିଲ୍ଲାପାଳ ମାଲକାନଗିରି ଙ୍କୁ କଂଗ୍ରେସ ପକ୍ଷରୁ ଅବଗତ କରିଥିଲେ ମଧ୍ୟ ତାହର କିଛି ସୁଫଳ ମିଳିନଥିବାରୁ । ଗତ ୧୦ ତାରିଖ ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏବଂ ସାମ୍ବାଦିକ ସମ୍ମିଳନୀ କରି ଆଜି ଜିଲ୍ଲା ବନ୍ଦ କରାଯିବା ନେଇ ପ୍ରତିକ୍ରିୟା ରଖିଥିଲେ। ଆଜି କଂଗ୍ରେସ ର ବନ୍ଧ ଡାକରା ସଫଳ ହୋଇଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। ତେବେ ଆଗକୁ ୪ରି ଦଫା ଦାବି ଯଦି ସରକାର ପୁରଣ ନକରନ୍ତି ଆଗାମୀ ଦିନରେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ଦଳ।

Related posts

ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା

Odisha Halchal

ପଣା ସଂକ୍ରାନ୍ତି ଉପଲକ୍ଷେ ଟ୍ରାକ୍ଟର ମାଲିକଙ୍କ ତରଫରୁ ଜଳଛତ୍ର

Odisha Halchal

ଶୀତ କାକରକୁ ଖାତିର ନ କରି ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ

Odisha Halchal

Leave a Comment