ଓଡ଼ିଶା ଖବରନ୍ୟୁଜ୍

ବ୍ରାହ୍ମଣ ସମାଜର ନଗର ସମ୍ମିଳନୀ

ବ୍ରାହ୍ମଣ ସମାଜର ନଗର ସମ୍ମିଳନୀ

ଗୁଣପୁର:-(ରିପୋର୍ଟ:-କାହ୍ନୁ ଚରଣ ପାଢ଼ୀ)ସ୍ଥାନୀୟ ବିଦ୍ୟାନିକେତନ ପଡିଆ ରେ ଗୁଣପୁର ବ୍ରାହ୍ମଣ ସମାଜ ନଗର ସମ୍ମିଳନୀ ଓ ମକର ମିଳନ ଆୟୋଜିତ ହୋଇ ଯାଇଛି । ପବିତ୍ର ମକର ସଂକ୍ରାନ୍ତି ରେ ସାମୁହିକ ହୋମ ଯଜ୍ଞ ଓ ସଂ।ସ୍କୃତିକ କାର୍ଯ୍ୟକ୍ରମ ହେବା ଆସନ୍ତା ୩ ବର୍ଷ ନିମନ୍ତେ ଗୁଣପୁର ବ୍ରାହ୍ମଣ ସମାଜର କାର୍ଯ୍ୟ କାରୀ କମିଟି ଗଠନ ହୋଇଛି lଆଜି ଏହି ସମାଜ ର ପରାମର୍ଶ କମିଟି ,ଯୋନ କମିଟି ,ମହିଳା କମିଟି ଭଳି ଭିନ୍ନ ଭିନ୍ନ କମିଟି କରି ସଂଗଠନ କୁ ସୁଦୃଢ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲା।

ଏହି ନଗର ସମ୍ମିଳନୀ ରେ ୩ ଟି ପର୍ଯ୍ୟାୟ ରେ ବୈଠକ ଓ ସମାବେଶ କରି ସମସ୍ତ କମିଟି ର ସଦସ୍ୟ ମାନଙ୍କ ପରିଚୟ ଓ ଅବିଭାଷଣ ରଖାଯାଇଥିଲା । ଏହି ଅବସରରେ ମଞ୍ଚାସିନ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ମାନେ ନିଜ ମତରଖି ବ୍ରାହ୍ମଣ ମାନେ ନିଜ କୁ କର୍ମ ପାଇଁ ସମାଜରେ ଲଜିତ ହେଉଥିବା କାରଣରୁ ସଂସ୍କାରି ଓ ନୈଷ୍ଠିକତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଏହି ନଗର ସମ୍ମିଳନୀରେ ଆସନ୍ତା ୩ ବର୍ଷ ନିମନ୍ତେ ଯୋନ କମିଟି ଓ ପରାମର୍ଶ କମିଟି ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିବା ସଦସ୍ୟଙ୍କ ନାମ ଓ ଦାୟିତ୍ୱ ଘୋଷଣା ହୋଇଥିଲା। ଘୋଷିତ ନାମ ମଧ୍ୟରେ ନଗର ସଭାପତି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପତିତପାବନ ପାଢ଼ୀ କାର୍ଯ୍ୟ କାରୀ ସଭାପତି ଭାବେ ନରସିଂହ ଶତପଥୀ ଉପ ସଭାପତି ଭାବେ ଲୋକନାଥ ପାଢ଼ୀ ଉପ ସଭାପତି ଶିଵ ପ୍ରସାଦ ମିଶ୍ର ।

ସାଧାରଣ ସମ୍ପାଦକ ଟ୍ରିପତି ରଥ ସହ ସମ୍ପାଦକ ଶ୍ରୀନିବାସ ଖ।ଡାଙ୍ଗ। । ସେହିପରି ସହ ସମ୍ପ।ଦକ ଅନୀଲ ଶତପଥୀ, କୋଷାଧ୍ୟକ୍ଷଭାବେ ପଞ୍ଚାନନ ପଣ୍ଡା ଓ କାର୍ଯ୍ୟାଳୟ ସମ୍ପାଦକ କେଦାର ସାହୁଙ୍କ ନାମ ଚୟନ ହୋଇଥିଲା । ସେହିପରି ଯୋନ ପ୍ରମୁଖ ଙ୍କ ସଂଯୋଜକ ଭାବେ ଅଜିତ ପଣ୍ଡା ଙ୍କୁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ବ୍ରାହ୍ମଣ ସମାଜ ଏକ ବିବାହ ବନ୍ଧନ ୱେବ କରିବା ଓ ସମସ୍ତ ସହରର ବ୍ରାହ୍ମଣ ମାନଙ୍କ ତଥ୍ୟ ସଂକଳିତ ପୁସ୍ତକ କରିବା ନିଷ୍ପତ୍ତି ନିଆଗଲା । ପୁସ୍ତକ କଭର ପୃଷ୍ଠା ବ୍ରହ୍ମନାଦ କୁ ଉନ୍ମୋଚିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ କୁ ଡ଼ ପ୍ରଶାନ୍ତ ହୋତା, ରଞ୍ଜିତ ପାଢ଼ୀ, ଉମା ଦାଶ୍, ଦୁର୍ଗା ପାଣିଗ୍ରାହୀ, ରମେଶ ମିଶ୍ର, କୃଷ୍ଣ ମିଶ୍ର, ଗଜା ପାଳ, ଅଶୋକ କର, ଅଜିତ ପଣ୍ଡା, ରିଙ୍କୁ ଦାଶ, ଦେବାଶିଷ ସାହୁ, ସତ୍ୟ ମିଶ୍ର, ମୁନା ପାଣି, ଗଜାପାଳ ପିତାମ୍ବର ପଣ୍ଡା ,ନୁନୁ ପାଢ଼ି, ତ୍ରିପତି ପଣ୍ଡା, ଟୁନା ମିଶ୍ର, କୃଷ୍ଣ ମିଶ୍ର, ମୁନା ପାଢି, ବିମଳ ମିଶ୍ର, ରିଙ୍କୁ ଦାସ, କାହ୍ନୁ ପାଢି, ଅମ୍ବିକା ରାଣୀ ମହାପାତ୍ର, ନନ୍ଦିନୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ସମସ୍ତ ପରିବାରକୁ ସମାଜ ପକ୍ଷରୁ ସ୍ମୃତି ଫଳକ ବଣ୍ଟନ ହବାସହ ପିଲା ଓ ମହିଳା ମାନଙ୍କୁ ନେଇ ନୃତ୍ୟ ସଙ୍ଗୀତ ଓ ହୁଳହୁଳି ଶଂଙ୍ଖ ଫୁଙ୍କା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗୁଣୁପୁରରୁ କାହ୍ନୁ ଚରଣ ପାଢ଼ୀଙ୍କ ରିପୋର୍ଟ

Related posts

ଗୋରୁ ବୋଝେଇ ଟ୍ରକକୁ ଜବତ କଲା ପୁଲିସ

Odisha Halchal

ଜମିବାଡ଼ିକୁ କେନ୍ଦ୍ର କରି ଆକ୍ରମଣ, ସାନଭାଇର ଛୁରାମାଡ଼ରେ ବଡ଼ଭାଇ ମୃତ

Odisha Halchal

ସମଲିଙ୍ଗୀ ପ୍ରେମ ପାଇଁ ହରିୟାନାରୁ ଓଡିଶା

Odisha Halchal

Leave a Comment