ଅପରାଧଓଡ଼ିଶା ଖବରନ୍ୟୁଜ୍

ଜେଲ୍‌ରେ ଗର୍ଭବତୀ କଏଦୀଙ୍କ ମୃତ୍ୟୁ

ଜେଲ୍‌ରେ ଗର୍ଭବତୀ କଏଦୀଙ୍କ ମୃତ୍ୟୁ

ରାୟଗଡ଼ା :-(ରିପୋର୍ଟ:-ପ୍ରସାଦ ସାହୁକାର)ମହିଳାଙ୍କ ମୃତ୍ୟୁ ନେଇ କ୍ଷତିପୂରଣ ଦାବିରେ ପରିବାର। ରାୟଗଡ଼ା ଜିଲ୍ଲାର ଅଣ୍ଡିରାକାଞ୍ଚ ଥାନା ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଘଟଣା। ସୁଲବତି ନାୟକ ନାମକ ମହିଳା ନିଜ ହକ ପାଇଁ କମ୍ପାନୀ ବିରୁଦ୍ଧରେ ଧାରଣାରେ ବସିଥିଲେ। ଏହି ସମୟରେ ଗତ ନଭେମ୍ବର ମାସ ୧୪ ତାରିଖରେ ପୋଲିସ ପକ୍ଷରୁ ତାଙ୍କୁ ଗିରଫ କରିବା ସହିତ ଡିସେମ୍ବର ୨୬ ତାରିଖରେ କୋର୍ଟ ଫରୱଡ କରିଥିଲେ।

ମହିଳା ଜଣଙ୍କ ଗର୍ଭବତୀ ରହିଥିଲେ, ଯାହା ଦ୍ଵାରା ଗତ ୧୦ ତାରିଖ ଦିନ ସେ ବେଲ୍ ରେ ବାହାରିଥିଲେ। ଠିକ୍ ଏତିକିବେଳେ ମହିଳା ଜଣଙ୍କର ଗର୍ଭ ଯନ୍ତ୍ରଣା ହୋଇଥିବାରୁ, ତୁରନ୍ତ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଶେଷରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା। ମାଁ ଏବଂ ଶିଶୁ ଉଭୟ ଗୁରୁତର ଥିବା କାରଣରୁ, ଶିଶୁକୁ ଆଇସିୟୁ ରଖାଯାଇଥିଲା। ଏବଂ ମାଁ ଅର୍ଥାତ୍ ସୁଲବତି ନାୟକ ଙ୍କୁ ଅତି ଗୁରୁତର ଅବସ୍ଥାରେ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ନେବା ସମୟରେ ମହିଳା ଜଣଙ୍କୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ତେବେ ମହିଳା ଜଣେ ଯେତେବେଳେ ଜେଳ ଭିତରେ ରହିଥିଲେ ସେହି ସମୟରେ ଜେଲ୍ କତୃପକ୍ଷ ତାଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ ନେଇ ପରିବାର ବର୍ଗଙ୍କ ସହିତ ଗ୍ରାମବାସୀ ଏହା ଉପରେ ଦୃଢ଼ ପ୍ରତିବାଦ କରିଛନ୍ତି। ଏଥି ସହିତ କ୍ଷତିପୂରଣ ଦାବି କରିଛନ୍ତି। ତେବେ ଏହି ଘଟଣକୁ ଦୃଢ଼ ନିନ୍ଦା କରି ବହୁଜନ ସମାଜବାଦୀ ପାର୍ଟିର ନେତା ଜିତୁ ସାମ୍ବାଦିକ ସମ୍ମିଳନୀରେ ରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

Related posts

କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ

Odisha Halchal

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

Odisha Halchal

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Odisha Halchal

Leave a Comment