ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୋରୁ ବୋଝେଇ ଟ୍ରକକୁ ଜବତ କଲା ପୁଲିସ

ଗୋରୁ ବୋଝେଇ ଟ୍ରକକୁ ଜବତ କଲା ପୁଲିସ

ମୟୂରଭଞ୍ଜ:- ଝାରପୋଖରିଆ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେବା ସମୟରେ ପୂର୍ବରୁ ସୂଚନା ପାଇ ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ସଦଳବଳେ ବମ୍ବେଛକ ଓଭରବ୍ରିଜ ନିକଟରେ ଓଡି-୧୬ଏଫ-୫୪୯୫ନଂ ବିଶିଷ୍ଟ ୧୬ଚକିଆ ଟ୍ରକକୁ ଅଟକାଇ ଯାଂଚ କରିଥିଲେ । ଯାଂଚ ସମୟରେ ଗୋରୁ ବୋଝେଇ ଥିବା ଦେଖି ଥାନାକୁ ଆଣି ଅଟକ ରଖିଥିଲେ ।

କିଛି ସମୟ ବ୍ୟବଧାନରେ ବାଲିଆସାହି ସ୍ଥିତ ପେଟ୍ରୋଲପମ୍ପ ନିକଟରେ ଓଡି-୧୫ଏମ-୬୬୧୫ନମ୍ବର ବିଶିଷ୍ଟ ଅନ୍ୟ ଏକ ୧୬ଚକିଆ ଟ୍ରକକୁ ଯାଞ୍ଚ କରାଯାଇ ଥାନାକୁ ଆଣି ଅଟକ ରଖାଯାଇଥିଲା ।ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ମାତ୍ର ପରେ ଖୋଜାଖୋଜି କରି ବସରେ ଚଢି ଚମ୍ପଟ ମାରିବା ସମୟରେ ପୁଲିସ ତାକୁ ଅଟକ ରଖିଥିଲେ । ଏହି ଘଟଣାକୁ ନେଇ ୨୯୬/୨୨ରେ ଏକ ମାମଲା ରୁଜୁ କରାଯାଇ ମୋଟ ୭ ଜଣକୁ ଅଟକ ରଖାଯାଇଛି ।

ଓଡ଼ି୧୬ଏଫ୫୪୯୫ ଟ୍ରକରେ ପଶ୍ଚିମବଙ୍ଗ ରାଜ୍ୟ ହାଉଡା ଜିଲ୍ଲାର ଉଲବେରିଆ ଥାନା ଅନ୍ତର୍ଗତ ଉଲବେରିଆ ଗ୍ରାମ ୱାର୍ଡ ନଂ ୩୨ର ଡ୍ରାଇଭର ସେକ ରାଜା(୩୧), ସେକ ଆଜିଜୁଲ(୨୮), ସେକ ନୂଆଲ(୨୨) ଓ ଟ୍ରକ ନଂ ଓଡି୧୫ଏମ ୬୬୧୫ରେ ଉଲବେଆ ଗ୍ରାମର ଡ୍ରାଇଭର ସେକ ଦୁଲା(୩୦), ଫତେପୁର ଗ୍ରାମର ସେକ ସାହାଦତ(୫୫), ଚଣ୍ଡୀପୁର ଗ୍ରାମର ସେକ ସାଇଫୁଲ(୩୯), ଉଲବେରିଆ(ହାତାଲିଗଞ୍ଜ)ର ସେକ ସିରାଜୁଲ(୩୨)କୁ ଅଟକ ରଖାଯାଇ ଡାକ୍ତରୀ ମାଇନା ପରେ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଫନୀନ୍ଦ୍ର ଭୂଷଣ ନାଏକ ପ୍ରକାଶ କରିଛନ୍ତି । ମୋଟ ୬୬ଟି ଗୋରୁ ଉଦ୍ଧାର କରାଯାଇ ଚାକୁଳିଆ ସ୍ଥିତ ଧ୍ୟାନ ଫାଉଣ୍ଡେସନ ଗୋଶାଳାରେ ଛଡାଯାଇଥିବା ପୁଲିସ ସୂଚନା ଦେଇଛି ।

Related posts

ଖଜୁରିଆ ଗ୍ରାମରୁ ୪ କେଜି ୭ଶହ ଗଞ୍ଜେଇ ଜବତ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ମହିଳା ଗିରଫ

Odisha Halchal

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ବିରୋଧରେ ଲାଗିଲା ବେନାମୀ ପୋଷ୍ଟର

Odisha Halchal

ବୃଦ୍ଧଙ୍କ ଆଖି ଅପରେସନରେ ଅସଲି ଆଖି ବଦଳରେ ଲାଗିଥିଲା ନକଲି କାଚ ଗୋଲି

Odisha Halchal

Leave a Comment