ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଅସମ୍ଭାଳ ଭିଡ଼ର ଭୟଙ୍କର ପରିଣାମ

ଅସମ୍ଭାଳ ଭିଡ଼ର ଭୟଙ୍କର ପରିଣାମ

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ବଡ଼ମ୍ବା-ଗୋପିନାଥପୁର ଟି ସେତୁ ଉପରେ ଦଳାଚକଟା, ୧୨ ଗୁରୁତର ମକରମେଳା ଦେଖିବା ପାଇଁ ଲକ୍ଷାଧିକ ଲୋକ ଯାଉଥିବା ବେଳେ ଦଳାଚକଟା ହୋଇଛି ସିଂହନାଥପୀଠରେଦଳାଚକଟା କଟକ ବଡ଼ମ୍ବା ସିଂହନାଥ ପୀଠରେ ଦଳାଚକଟା । ଟି-ବ୍ରିଜ୍‌ ଉପରେ ଦଳାଚକଟାରେ ୧୦ ଗୁରୁତର ଆହତ ।

ଦଳାଚକଟା ଘଟଣା ସଂପର୍କରେ ଆଠଗଡ଼ ଉପଜିଲ୍ଲାପାଳଙ୍କ ସୂଚନା:ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ
ଆଶାତିତ ଲୋକ ଆସିଯିବାରୁ ଭିଡ଼ ହୋଇଗଲା କହିଲେ ଉପଜିଲ୍ଲାପାଳ ଦେଢ଼ରୁ ୨ ଲକ୍ଷ ଲୋକ ଆସିଯିବାରୁ ଭିଡ଼ ବଢ଼ିଗଲା
ଏବେ ଭିଡ଼କୁ କଣ୍ଟ୍ରୋଲ କରାଯାଉଛି କହିଲେ ଉପଜିଲ୍ଲାପାଳ ।

ଅସମ୍ଭାଳ ଭିଡ଼ର ଭୟଙ୍କର ପରିଣାମ କଟକ ବଡ଼ମ୍ବା T-ବ୍ରିଜ୍‌ ଉପରେ ଲକ୍ଷ ଲକ୍ଷ ଲୋକ। ହେଲେ କେହିବି ଭାବିନଥିଲେ ଏହି ସମାଗମ ଏକ ଅଘଟଣର କାରଣ ପାଲଟିବ ଦଳାଚକଟାରେ ୨ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ୧୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଦଳାଚକଟା ନେଇ ବଡ଼ମ୍ବା ବିଧାୟକ ଦେବୀ ମିଶ୍ରଙ୍କ ସୂଚନା: ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି, ୮ ଜଣ ଆହତ ହୋଇଛନ୍ତି, ୪୫ ବର୍ଷୀୟ ଅଞ୍ଜନା ସ୍ବାଇଁଙ୍କ ମୃତ୍ୟୁ ଘଟିଛି, ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ଟି-ବ୍ରିଜ୍ ଦଳାଚକଟା ନେଇ ପ୍ରଶାସନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ, ପୋଲିସ ଏବଂ ପ୍ରଶାସନକୁ ଦୋଷ ଦେଲେ ସାଧାରଣ ଲୋକେ, ଅତ୍ୟଧିକ ଲୋକଙ୍କୁ ନିୟନ୍ତ୍ରଣ ପାଇଁ ସ୍ବଳ୍ପ ପୋଲିସ ନିୟୋଜିତ ଅଭିଯୋଗ, ପ୍ରଶାସନ ମାତ୍ର ୩ ପ୍ଲାଟୁନ ଫୋର୍ସ ନିୟୋଜିତ କରିଥିଲା ।

Related posts

ପୁଣି ବାଧ୍ୟତାମୂଳକ ହୋଇପାରେ ମାସ୍କ ପିନ୍ଧିବା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Odisha Halchal

ଜୁଈରେ ଜଳୁଛି ସ୍ତ୍ରୀର ଚିତା, ସ୍ୱାମୀ ଫେରାର

Odisha Halchal

ଜାତୀୟ ରାଜପଥ ଅବରୋଧ କଲେ ଶତାଧୀକ ଚାଷୀ

Odisha Halchal

Leave a Comment