ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁ

ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁ

ବୌଦ୍ଧ:-ସ୍ତ୍ରୀ ର ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ସାତ ଜନ୍ମର ସାଥି ସ୍ବାମୀ ହୋଇ ନିଜ ସ୍ତ୍ରୀକୁ କଲା ହତ୍ୟା।ସ୍ୱାମୀ ର ଠେଙ୍ଗା ମାଡ଼ ରେ ମହିଳା ଜଣକ ମୃତ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଞ୍ଚାୟତ ଅନ୍ତର୍ଗତ ବଡ଼ଭୁର୍ତ୍ତା ଗ୍ରାମରେ l ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଅଭୟ ନାୟକ (50) ଙ୍କ ସ୍ତ୍ରୀ କୌମତି ନାୟକ (45) ସେ କୌଣସି ପରପୁରୁଷ ସହ ଅନୈତିକ କାମ ରେ ଲିପ୍ତ ରହୁଥିବାରୁ ସ୍ୱାମୀ ଅଭୟ ନାୟକ ସନ୍ଦେହ କରିଥିଲା।

ଏ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା।ଏକୁଟିଆ ସ୍ତ୍ରୀ ଘରେ ଥିବା ବେଳେ ହଟାତ ପଛପଟୁ ମୁଣ୍ଡକୁ ଏକ ବାଉଁଶ ଠେଙ୍ଗା ରେ ଆକ୍ରମଣ କରିଥିଲା ପିଶାଚ ସ୍ବାମୀl ସ୍ଥାନୀୟ ଲୋକେ ସ୍ତ୍ରୀ ର ଚିତ୍କାର ଶୁଣି ଦୌଡ଼ି ଆସି କୌମତି କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ କୁ ନେଇଥିଲେ l ଡକ୍ଟର ଶ୍ରୀମନ୍ତ ସ୍ୱାଇଁ ଡାକ୍ତର ଖାନା ରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ l

ଏପଟେ ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳ ରେ ପହଁଚି ସବ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ବେଳେ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଜଣାପଡିଛି l ଏନେଇ ହରଭଙ୍ଗା ଥାନା ରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଘଟଣା କୁ ନେଇ ଅଞ୍ଚଳ ରେ ଏକ ଶୋକ ର ଛାୟା ଖେଳି ଯାଇଛି l

Related posts

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା

Odisha Halchal

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅକାଳ ପିଣ୍ଟୁ ନନ୍ଦଙ୍କ ବିୟୋଗ

Odisha Halchal

୩ ମାସ ପାଇଁ ବନ୍ଦ ରହିବା ମହାନାଦୀ ମଝୀ ପୋଲ, ଜାଣନ୍ତୁ କିପରି କରିବେ ଯିବା ଆସିବା

Odisha Halchal

Leave a Comment