ଓଡ଼ିଶା ଖବରଖେଳଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରମନୋରଞ୍ଜନ

ମୁଖ୍ୟ ଖବରର ସାରାଂଶ

ମୁଖ୍ୟ ଖବରର ସାରାଂଶ

୦୬ /୦୧/୨୦୧୩:-(ବ୍ୟୁରୋ ଓଡିଶା ହାଲଚାଲ) ୧-ବାଜିଲା ମାଟ୍ରିକ୍ ପରୀକ୍ଷା ଘଣ୍ଟି l ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା, ୧୭ ତାରିଖ ଯାଏଁ ଚାଲିବ ପରୀକ୍ଷା। ଏ ନେଇ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଲା ଘୋଷଣା l

୨-ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ହେଲା ତାରିଖ ଘୋଷଣା, ଫେବ୍ରୁଆରୀ ୨୦ ରୁ ୨୫ ପର୍ଯ୍ୟନ୍ତ ହେବ ନବମ ଶ୍ରେଣୀ ପରୀକ୍ଷା l

୩-ଅଯୋଧ୍ୟା ରାମମନ୍ଦିର ୨୦୨୪ ଜାନୁୟାରୀ ୧ରେ ଉଦ୍‌ଘାଟନ ହେବ। ଏ ନେଇ ତ୍ରିପୁରାରେ ଏକ ରାଲିକୁ ସମ୍ବୋଧନ କରିବା ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଲେ ଘୋଷଣା l

୪-ହକିରେ ଯୋଡି ହେଲା ନୂଆ ଅଧ୍ୟାୟ। ରାଉରକେଲା ରେ ଉଦଘାଟିତ ହେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ। ଏହି ଷ୍ଟାଡିୟମରେ ଆସନ୍ତା ୧୩ ତାରିଖରୁ ଖେଳାଯିବ ହକି ମ୍ୟାଚ ।

୫-OSSCର ବଡ଼ ନିଷ୍ପତ୍ତ, ଏଣିକି ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ହେବ ନିଯୁକ୍ତି ପରୀକ୍ଷା l ଚଳିତ ବର୍ଷଠାରୁ ନିଯୁକ୍ତି ବିଜ୍ଞାପନ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଆସିବ l

୬-୧୨୪ଜଣ ବିଦେଶ ଫେରନ୍ତାଙ୍କ ନିକଟରେ ଦେଖାଗଲା ୧୧ ପ୍ରକାର କରୋନା ଭୂତାଣୁ । ଡିସେମ୍ବର ୨୪ରୁ ଜାନୁଆରୀ ୨ ତାରିଖ ଭିତରେ ଭାରତ ଆସିଛନ୍ତି ୧୯ହଜାର ୨୭୭ଜଣ ଯାତ୍ରୀ l

୭-ସମଲିଙ୍ଗି ବିବାହକୁ ମାନ୍ୟତା ଦାବି ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ l

୮-ମହୁମାଛିଙ୍କ ପାଇଁ ବାହାରିଲା ବିଶ୍ବର ପ୍ରଥମ ଭାକ୍ସିନ୍‌। ପ୍ରଥମ ଦେଶ ଭାବ​‌ରେ ଆମେରିକା ଏହି ଭାକ୍ସିନକୁ ବ୍ୟବହାର ପାଇଁ ଦେଲା ଅନୁମତି l

୯-କମାଲ କଲେ ଥଲପତି ବିଜୟ। ଟ୍ରେଲର ରିଲିଜ ହେଉ ହେଉ ୨୩ମିଲିୟନ, ‘ବରିସୁ’ରେ କଲେ କମାଲ l

୧୦-ବିବାହର ୨୩ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସାଉଥ ସୁପରଷ୍ଟାର ଥଲପତି ବିଜୟ ଓ ପତ୍ନୀ ସଙ୍ଗୀତା। ଦୁହେଁ ପରସ୍ପରକୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇସାରିଥିବା ନେଇ ହେଉଛି ଚର୍ଚ୍ଚା l

୧୧-ଅଞ୍ଜଳି ମୃତ୍ୟୁ ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଲେ ଦିଲ୍ଲୀ କୋର୍ଟ l

୧୨-ବିଦେଶରୁ ଆସିଥିବା ଯାତ୍ରୀଙ୍କ ଭିତରେ ମିଳିଲା ୧୧ ପ୍ରକାର ଓମିକ୍ରନ୍ ସବ୍ ଭାରିଆଣ୍ଟ l

୧୩-ଏଣିକି ମଧ୍ୟାହ୍ନ ଭୋଜନରେ ଅଣ୍ଡା ସହ ମିଳିବ ଚିକେନ, ଖୁବଶୀଘ୍ର ପଶ୍ଚିମବଙ୍ଗ ରେ ଆରମ୍ଭ ହେବ ଏହି ବ୍ୟବସ୍ଥା l ଏଥିପାଇଁ ପଶ୍ଚିମବଙ୍ଗ ସରକାର ୩୭୧ କୋଟି ଟଙ୍କା ଶିକ୍ଷା ବିଭାଗକୁ କଲେ ପ୍ରଦାନ l

୧୪-ଉତ୍ତରପ୍ରଦେଶକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ l

୧୫-ଆସନ୍ତା ବର୍ଷ ସୁଧା ଶେଷ ହେବ ୧୭ ହଜାର କୋଟି ବ୍ୟୟରେ ହେଉଥିବା ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସୱେ କାମ l ଏ ନେଇ ସୂଚନା ଦେଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି।

୧୬-କାଶ୍ମୀର, ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୫.୯ । ତେବେ ବର୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

୧୭-ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଭିତରେ ଦୁଇ ଦିନ ପାଇଁ ଅସ୍ତ୍ରବିରତି କଲେ ଘୋଷଣା l

୧୮-ଭାରତ ଯୋଡୋ ଯାତ୍ରା ଶେଷ କରି ଦିଲ୍ଲୀ ଫେରିଲେ ରାହୁଲ ଗାନ୍ଧୀ, ମା’ଙ୍କୁ ଭେଟିବା ପାଇଁ ଯିବେ ହସ୍ପିଟାଲ l ଭାଇରାଲ୍ ଶ୍ଵାସକ୍ରିୟା ସଂକ୍ରମଣ ହେତୁ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

୧୯-ଦ୍ବିତୀୟ ଟି-୨୦ରେ ହାରିଲା ଭାରତ, ୧୬ ରନରେ ବିଜୟ ହାସଲ କଲା ଶ୍ରୀଲଙ୍କା l

୨୦-ହକି ବିଶ୍ୱକପ୍‌‌ ଜିତିଲେ ପ୍ରତି ଭାରତୀୟ ଖେଳାଳୀଙ୍କୁ ମିଳିବ ଏକ କୋଟି l ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

Related posts

ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟିପିଟି ହତ୍ୟା

Odisha Halchal

ମେଲଣ ପାଇଁ ଘଣ୍ଟା ଘଣ୍ଟା ରାସ୍ତା ଅବରୋଧ

Odisha Halchal

ଆକର୍ଷଣ କରୁଛି ବହୁ ପ୍ରତୀକ୍ଷିତ ପ୍ରମୋଦ ଉଦ୍ୟାନ ପାର୍କ

Odisha Halchal

Leave a Comment