ଓଡ଼ିଶା ଖବରନ୍ୟୁଜ୍

ମାଟି ଖୋଳୁଥିବା ବେଳେ ବାହାରିଲା ପୁଳା ପୁଳା ନୋଟ

ମାଟି ଖୋଳୁଥିବା ବେଳେ ବାହାରିଲା ପୁଳା ପୁଳା ନୋଟ

କଟକ(ବ୍ୟୁରୋ ଓଡିଶା ହାଲଚାଲ):-ତହସିଲଦାରଙ୍କ ସରକାରୀ କ୍ୱାର୍ଟରର ମରାମତି ଓ କଲରିଂ କାର୍ଯ୍ୟ ଚାଲିଥିବା ବେଳେ ଅଦ୍ଭୂତ ଘଟଣା । ଏହି ଘଟଣାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିପାରନ୍ତି ନାହିଁ । ତେବେ ଆପଣଙ୍କୁ ଯଦି କୁହାଯିବ ମାଟି ଭିତରୁ ପଇସା ବାହାରୁଛି, ତେବେ ଆପଣମାନେ ନିଶ୍ଚିତ ଭାବେ ପାଗଳ ବୋଲି କହିବେ । ତେବେ ନିକଟରେ ଆମ ରାଜ୍ୟରେ ଏପରି ଏକ ଅଜବ ଘଟଣା ଘଟିଛି ।

ସୂଚନା ମୁତାବକ, କଟକ ଜିଲ୍ଲାରେ ଜଣେ ଶ୍ରମିକ କାମ କରୁଥିବା ସମୟରେ ୫୦୦ ଟଙ୍କିଆ ନୋଟ୍ ପାଇଥିଲେ । ମାଟି ଖୋଳୁଥିବା ବେଳେ ମାଟି ଭିତରୁ ଏପରି ଅନେକ ୫୦୦ ଟଙ୍କିଆ ନୋଟ୍ ଦେଖି ସେ କାମ ଅଧାରୁ ବନ୍ଦ କରିଦେଇଥିଲେ । ତେବେ ଗୋଟିଏ କି ଦୁଇଟି ନୁହେଁ ଏପରି ପାଖାପାଖି ୧୦ ହଜାର ଟଙ୍କା ମାଟି ଭିତରୁ ବାହାରିଥିଲା । ତେବେ ଏହି ଟଙ୍କାକୁ ପାଇବା ପାରେ ଶ୍ରମିକ ଜଣଙ୍କ ତାହାକୁ ଠିକାଦାରଙ୍କୁ ଦେଇଥିଲେ ।

କଟକ ଜିଲ୍ଲାର ବାଙ୍କି ତହସିଲଦାରଙ୍କ ସରକାରୀ କ୍ୱାର୍ଟରର ମରାମତି ଓ କଲରିଂ କାର୍ଯ୍ୟ ଚାଲିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ବାସଭବନର ପଛପଟେ ଥିବା କଦଳୀ ଗଛକୁ ଶ୍ରମିକ ଜଣଙ୍କ ପ୍ରଥମେ କାଟିଥିଲେ । ତା’ପରେ ମାଟି ଖୋଳିଥିଲେ । ମାତ୍ର ମାଟି ତଳୁ ହଠାତ୍ ବହୁମାତ୍ରାରେ ୫୦୦ ଟଙ୍କିଆ ନୋଟ୍ ବାହାରିବା ଦେଖି ସେ କାବା ହୋଇଯାଇଥଲେ । ତେବେ ଆଜି ସରକାରୀ ଛୁଟି ଥିବାରୁ ଏ ପ୍ରସଙ୍ଗରେ ତହସିଲକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟ ପକ୍ଷରେ ଏତେ ଟଙ୍କା ମାଟି ଭିତରକୁ କେମିତି ଆସିଲା ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related posts

ତିନି ବର୍ଷର ଶିଶୁ ପୁଅର ମୁଣ୍ଡ କାଟି ହତ୍ୟା କଲା ମା

Odisha Halchal

ପୁଣି ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା

Odisha Halchal

୬୯ ବର୍ଷ ପରେ ଟାଟାକୁ ଫେରିବ ଏୟାର ଇଣ୍ଡିଆ, ଆଜି ଟାଟା ଗ୍ରୁପକୁ ଆନୁଷ୍ଠାନିକ ଭାବେ କରାଯିବ ହସ୍ତାନ୍ତର

Odisha Halchal

Leave a Comment