ଅପରାଧଓଡ଼ିଶା ଖବରନ୍ୟୁଜ୍

ତିନି ବର୍ଷର ଶିଶୁ ପୁଅର ମୁଣ୍ଡ କାଟି ହତ୍ୟା କଲା ମା

ତିନି ବର୍ଷର ଶିଶୁ ପୁଅର ମୁଣ୍ଡ କାଟି ହତ୍ୟା କଲା ମା

କୋରାପୁଟ :-(ରିପୋର୍ଟ-ଦଶରଥ ମାଛ) ଦଶମନ୍ତପୁର ବ୍ଲକ ଲୁକୁମାରି ଗ୍ରାମରେ ଜଣେ ତିନି ବର୍ଷ ଶିଶୁକୁ ହତ୍ୟା କରାଯାଇଛି। ଚୈତ ପର୍ବ ପାଳନ କରି ରାତିରେ ଶୋଇଥିବା ଶିଶୁ ଶ୍ରୀନୁ ମୁଦଳିଙ୍କୁ ବେକ କାଟି ହତ୍ୟା କରାଯାଇଛି।ଗାଁ ଲୋକଙ୍କ କହିବା ହେଲା ଶିଶୁର ମାଆଁ ପାଗଳ ପରି ବ୍ୟବହାର କରେ ପୁଣି ସବୁବେଳେ ମଦ ପିଇଥାଏ।

ନିଶା ଅବସ୍ଥାରେ ଏହି ଜଘନ୍ୟ ହତ୍ୟା କରିଥିବ କିମ୍ବା ମନ୍ଦିରରେ ପୁଅକୁ ବଳି ଦେବା ପାଇଁ ହତ୍ୟା କରିଥାଇ ପାରେ ବୋଲି ସନ୍ଧେହ କରିଛନ୍ତି।ଶିଶୁର ବାପା ଗଙ୍ଗା ମୁଦୁଲି ଘରେ ସଇଥିଲେ ଯେତେବେଳେ ପୁଅର ଘଡ ଘଡ ଶବ୍ଦ ଶୁଣିଲେ ପୁଅଟି ଘର ଦାଣ୍ଡରେ ଥିଲା ଏବଂ ତାଙ୍କ ମା ଫୁଲମତି ମୁଦୁଲି ଘର ଭିତରେ ଥିବା ଦେଖି ପୁଅ ମରିଯାଇଥିବା ଜାଣିଲେ ଏବଂ ସ୍ତ୍ରୀକୁ ମାରପିଟ କରିଥିବା ପ୍ରକାଶ କରିଛନ୍ତି ।

ତେବେ ଗ୍ରାମବାସୀ ଏବଂ ଅଞ୍ଚଳ ବାସୀ ଜଣେ ମା କିପରି ନିଜ ପୁଅକୁ ହତ୍ୟା କରିପାରିଲା ବୋଲି ଦୁଃଖ କରିବା ସହିତ ଚର୍ଚା ଜର ଧରିଛି।ଖବର ପାଇ କୋରାପୁଟ ସଦର ପୋଲିସ ଏବଂ ସାଇନଣ୍ଟିଫିକ ଟିମ ଧରି ଏସ ଡି ପି ଓ ଅନୁସନ୍ଧାନ କରିଛନ୍ତି।ସେ ଯାହା ହେଉ କିନ୍ତୁ ଗୋଟିଏ ମା ନିଜ ପୁଅକୁ ହତ୍ୟା କରିବା ଏକ ବଡ ପ୍ରଶ୍ନ ପୁଣି ମଦ କିମ୍ବା ବଳି ଯେ ଆଜି ମଣିଷକୁ ରାକ୍ଷସ କରିଦେବା ପ୍ରମାଣ ଦେଇଛି।ଖବର ସଂଗ୍ରହ ପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

Related posts

ପୁରୀ ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଆଜିଠୁ ୩ ଦିନିଆ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ

Odisha Halchal

ଦୀର୍ଘଦିନ ଧରି ଫେରାର ଅପରାଧୀ ଗିରଫ

Odisha Halchal

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

Odisha Halchal

Leave a Comment