ଅପରାଧଓଡ଼ିଶା ଖବରନ୍ୟୁଜ୍

ଗଦିଛାଡି ଅନଲାଇନରେ କ୍ରିକେଟ ସଟ୍ଟା ବେଟିଂ

ଗଦିଛାଡି ଅନଲାଇନରେ କ୍ରିକେଟ ସଟ୍ଟା ବେଟିଂ

କଣ୍ଟାବାଞ୍ଜି:-(ବ୍ୟୁରୋ ଓଡିଶା ହାଲଚାଲ)ବର୍ତ୍ତମାନ ଗଦିଛାଡି ଅନଲାଇନ ରେ କ୍ରିକେଟ ସଟ୍ଟା ବେଟିଂ।ପଶ୍ଚିମ ଓଡିଶାର ତଥା ବଲାଙ୍ଗିର ଜିଲ୍ଲାର ବ୍ୟବସାୟୀ ସହର କଣ୍ଟାବାଞ୍ଜି। ବ୍ୟବସାୟ ପାଇଁ ଏହି ସହର ରାଜ୍ୟ ତଥା ରାଜ୍ୟ ବାହାରରେ ମଧ୍ଯ ଅନେକ ନା ଅର୍ଜନ କରିଛି। କଣ୍ଟାବାଞ୍ଜି ସହରର ଅନେକ ଯୁବକ ଯୁବତୀ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଛନ୍ତି । ସରକାରଙ୍କ ଅନେକ କ୍ଷେତ୍ରରେ ଯୋଗ ଦେଇ ଅଧିକାରୀ ଭାବେ ନିୟୋଜିତ ଅଛନ୍ତି । ସହରର ନାମକୁ ଆଗକୁ ନେଇଛନ୍ତି ଛାତ୍ରଛାତ୍ରୀ। ଏଠି କିନ୍ତୁ କିଛି ଖଳ ପ୍ରକୃତିର ଲୋକ ବେଆଇନ କାର୍ଯ୍ଯ କରି ସହରର ନାମ କୁ ପଛକୁ ନେଇଛନ୍ତି। କଣ୍ଟାବାଞ୍ଜି ସହରର ଅନେକ ସମୟରେ ନକଲି ଔଷଧ, ସେମ୍ପୁ, ତେଲ,ମିକ୍ସର, ନକଲି ଖାଦ୍ୟ ସାମଗ୍ରୀ ଓ ଅନେକ ଜିନିସ ପାଇଁ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଥାଏ। ହେଲେ ଏହି ସହର ବର୍ତ୍ତମାନ ଆଉ ଏକ ବେଆଇନ କାର୍ଯ୍ଯ କଳାପ ପାଇଁ ଚର୍ଚ୍ଚା ରେ ରହିଛି।

ବର୍ତ୍ତମାନ ସହରରେ ଚାଲିଛି ବେଆଇନ କାର୍ଯ୍ଯ କଳାପ ହେଲେ ହାତବାନ୍ଧି ଚୁପ ହୋଇବସିଛି କଣ୍ଟାବାଞ୍ଜି ପୋଲିସ। ସହରରେ କିଛି ଅଣ ଓଡିଆ ବେପାରୀ ବର୍ତ୍ତମାନ କ୍ରିକେଟ ସଟ୍ଟା ବେଟିଂ ଚଲାଇଛନ୍ତି। ଏବେ କଣ୍ଟାବାଞ୍ଜି ସହର ବ୍ୟବସାୟୀ ସହରକୁ କ୍ରିକେଟ ସଟ୍ଟାର ପେଣ୍ଠସ୍ଥଳୀ ସଜେଇଛନ୍ତି। ଗତ ବର୍ଷ କଣ୍ଟାବାଞ୍ଜିର ଗୋଟିଏ ଚାରିଚକିଆ ସୋରୁମ ରେ ୫୦ ଲକ୍ଷରୁ ଅଧିକ ଟଙ୍କା ନିଆଦିଆ କୁ ନେଇ କଣ୍ଟାବାଞ୍ଜି ସହରର ଜଣେ ଅଣ ଓଡ଼ିଆ କ୍ରିକେଟ ସଟ୍ଟା ବ୍ୟବସାୟୀ ଏବଂ ଟିଟିଲାଗଡ ସହରର ଜଣେ ଅଣ ଓଡ଼ିଆ ହୋଟେଲ ମାଲିକ ସୋରୁମ ରେ ମୁହାଁମୁହିଁ ହୋଇଥିଲେ। ବର୍ତ୍ତମାନ ସହରର କ୍ରିକେଟ ସଟ୍ଟାର ବେପାରୀ ମାନେ ଏବେ ଗଦିଛାଡି ଆଇ ପି ଏଲ ରେ ଅନଲାଇନ୍ ସଟ୍ଟା ଖେଲାଉଛନ୍ତି। ବୁକି ଗଦି ରେ ନ ବସିଲେ ମଧ୍ୟ ଇଣ୍ଟରନେଟ ସାଇଟ୍ ରୁ ଆଇଡି ବଣ୍ଟନ କରି ଲକ୍ଷ ଲକ୍ଷ ଟଙ୍କା କମିଶନ ମାଧ୍ୟମ ରେ ଲାଭ କରୁଛନ୍ତି। ଖେଲାଡି କୁ ବିଭିନ୍ନ କମ୍ପାନୀ ର ଆଇଡି ବଣ୍ଟନ କରିବା ପରେ ଇଣ୍ଟରନେଟ ସହାୟତା ରେ ନିର୍ଦ୍ଧାରିତ ବେଲେନ୍ସ ଲଗେଇ ବ୍ୟାଟିଂ କରି ପାରିବ ଜଣେ ଖେଳାଡି।

ଏମିତି କରି ବର୍ତ୍ତମାନ ସହରରେ କୋଟି କୋଟି ଟଙ୍କାର ମ୍ୟାଚ ଚାଲିଛି ଏବଂ କଣ୍ଟାବାଞ୍ଜି ସହର ସାଜିଛି ପେଣ୍ଠସ୍ଥଳୀ ଏହିଠାରୁ ପରିଚାଳିତ ହେଉଛି କ୍ରିକେଟ ସଟ୍ଟା ବେଟିଂ। ହେଳେ ଏହି ସବୁ ଖବର କଣ୍ଟାବାଞ୍ଜି ପୋଲିସ ପାଖରେ ଅଛି ହେଲେ ଉକ୍ତ ସଟ୍ଟା ବୁକି ମାନଙ୍କ ଠାରୁ କଣ୍ଟାବାଞ୍ଜି ଥାନାଧିକାରୀ ଚୁପ କଣ ପାଇଁ ଜନସାଧାରଣ ରେ ଅଭିଯୋଗ ହେଉଛି । ପରୋକ୍ଷ ରେ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି, ଏପରି କି କୌଣସି ଟିମ ବା ତଦନ୍ତ ପାଇଁ ଦଳ ଆସିବା ପୂର୍ବରୁ ଗୁପ୍ତ ଖବର ଆଗରୁ ମିଲିବାରୁ ସଟ୍ଟା ବେଟିଂ ଖେଳାଉଥିବା ବୁକି ମାନେ ଆଗରୁ କଣ୍ଟାବାଞ୍ଜି ରୁ ଫେରାର ମାରି ବାହାରୁ ନିୟନ୍ତ୍ରଣ କରୁଥିବା ନଜିର ରହିଛି ଓ ମାମଲା ଟିକେ ଶାନ୍ତ ହେଲେ ପୁଣି ଆରମ୍ଭ ହୁଏ ଏହି ଖେଳ । ସେଥି ପାଇଁ କଣ୍ଟାବାଞ୍ଜି ପୋଲିସ ପାଖରୁ ଜନସାଧାରଣଙ୍କ ଭରସା କମିବାରେ ଲାଗିଛି। ଏହି ବେଆଇନ କାର୍ଯ୍ଯ କଳାପ ଚଲାଉଥିବା ବ୍ୟକ୍ତି ଉପରେ ଗୃହ ରାଷ୍ଟ୍ରମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ବଲାଙ୍ଗୀର ଏସ୍‌ପି କାର୍ଯ୍ୟନୁଷ୍ଠାନ ନେବକୁ ସାଧାରଣରେ ଦାବୀ ହେଉଛି।

Related posts

ଅଜଣା ଡମ୍ଫର ଧକ୍କାରେ ଦମ୍ପତି ମୃତ

Odisha Halchal

ମାଡ଼ ମାରି ପ୍ରଧାନ ଶିକ୍ଷକ ନିଲମ୍ବିତ

Odisha Halchal

ଗୁରୁ ନାଁରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ଶିକ୍ଷକ

Odisha Halchal

Leave a Comment