ଦେଶ ବିଦେଶନ୍ୟୁଜ୍

ଗୋକାଲପୁରୀରେ ବୟାଭୟ ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ

ଗୋକାଲପୁରୀରେ ବୟାଭୟ ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ, ୩୦ ଚାଳିଆ ଘର ପୋଡି ପାଉଁଶ

ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି।
ସୂଚନାଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗି ଯାଇଥିଲା। ନିଆଁ ଆଖି ପିଛୁଳାକେ ସମଗ୍ର ବସ୍ତିକୁ କାବୁ କରି ନେଇଥିଲା। ଖବର ପାଇ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିନିମନ୍ତେ ସେମାନଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥିଲା।

ଏହି ଅଗ୍ନିକାଣ୍ଡରେ ୩୦ରୁ ଉର୍ଦ୍ଧ୍ୱ ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ନିଆଁ କବଳରୁ ବହୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହେଲେ ନିଆଁ ଆୟତ୍ତକୁ ଆସିବା ପରେ ଅଗ୍ନିଶମ କର୍ମଚାରୀ ୭ ମୃତଦେହ ଠାବ କରିଛନ୍ତି। ନିଆଁରେ ଜଳି ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଉତ୍ତରପୂର୍ବ ଦିଲ୍ଲୀର ଆଡିସନାଲ ଡିସିପି ସୂଚନା ଦେଇଛନ୍ତି ।

ସକାଳୁ ସକାଳୁ ଏପରି ଦୁଃଖଦ ଖବର ମିଳିଥିବା ବେଳେ ଘଟଣାସ୍ଥଳକୁ ଯାଇ ପୀଡ଼ିତଙ୍କ ସହ ସାକ୍ଷାତ କରିବି ବୋଲି ଟ୍ୱିଟ କରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

Related posts

ମହିଳାଙ୍କୁ ବ୍ୟବହାର କରି ପ୍ରଯୋଜକଙ୍କୁ ବ୍ଲାକମେଲ୍, ହାତେଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଫଟୋ

Odisha Halchal

ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀ ଗିରଫ

Odisha Halchal

ଟ୍ରକ ଧକା ରେ ଯୁବକଙ୍କ ମୃତ୍ୟୁ

Odisha Halchal

Leave a Comment