ଅପରାଧଓଡ଼ିଶା ଖବରନ୍ୟୁଜ୍

ମାନସ ମର୍ଡର ମିଷ୍ଟ୍ରି, ଶର୍ମିଷ୍ଠାଙ୍କୁ ନେଇ ହେବ ସିନ୍ ରିକ୍ରିଏସନ୍

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ ଧୀରେ ଧୀରେ ଘଟଣା ଉପରୁ ହଟିବାରେ ଲାଗିଛି ପରଦା । ସବୁ ଦିଗକୁ ନେଇ ତଦନ୍ତକୁ ଅଧିକ କ୍ରିୟାଶୀଳ କରିଛି କ୍ରାଇମବ୍ରାଞ୍ଚ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଅନ୍ୟତ୍ର ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ କଡା ସୁରକ୍ଷା ମଧ୍ୟରେ ଶର୍ମିଷ୍ଠାଙ୍କୁ ନିଆଯାଇଛି । ଶର୍ମିଷ୍ଠାଙ୍କୁ କେଉଁ ସ୍ଥାନକୁ ନିଆଯାଉଛି ତାହା ସ୍ପଷ୍ଟ ହୋଇନି ।

ଗତକାଲି ଘଟଣାର ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକଙ୍କୁ ଚଣ୍ଡିଖୋଲ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା କ୍ରାଇମବ୍ରାଞ୍ଚ । ଖବର ଅନୁଯାୟୀ, କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ । ଏହି ଜେରା ବେଳେ ମାନସଙ୍କୁ ଅପହରଣ କରିଥିବା କଥା କ୍ରାଇମ୍‌ବ୍ରାଞ୍ଚ ଆଗରେ ମାନିଥିଲା ରଞ୍ଜନ । ଏପରିକି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କ୍ରାଇମବ୍ରାଞ୍ଚକୁ ଜଣାଇଛି ।

ଅପହରଣ ଦିନ କେଉଁ କେଉଁ ଲୋକ ଉପସ୍ଥିତ ଥିଲେ, କାହା କାର୍‌ରେ ମାନସଙ୍କୁ ଅପହରଣ କରାଯାଇଥିଲା । ସେନେଇ ସମସ୍ତ କଳାଚିଠା ଖୋଲିଛି ରଞ୍ଜନ । ଏହାପରେ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲ ଯାଇଥିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । କ୍ରାଇମବ୍ରାଞ୍ଚ ଟିମ୍‌କୁ ମାନସଙ୍କ ମୋବାଇଲର ଇୟର ଫୋନ୍‌, ଅଧାପୋଡ଼ା ଚପଲ ମିଳିଛି । ଚଣ୍ଡିଖୋଲ ନିକଟ ଦୈତାରୀ-ପାରାଦୀପ ରାସ୍ତା କଡରୁ ମିଳିଛି ଏହି ସମସ୍ତ ପ୍ରମାଣ ।

Related posts

‘କାଳୀ’ ପୋଷ୍ଟରକୁ ନେଇ ବିବାଦ, ନିର୍ଦ୍ଦେଶକଙ୍କ ନାଁରେ ଏକାଧିକ ଏଫଆଇଆର

Odisha Halchal

ସ୍ୱାର୍ଥପର ମାଲିକ, ମୁହଁମୋଡ଼ି ଚାଲିଗଲା

Odisha Halchal

ଶେଷ ବଲ୍‌ରେ ଚୌକା ମାରିଲେ ଏମ୍‌ଏସ୍‌ ଧୋନୀ, ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ୩ ୱିକେଟ୍‌ରେ ବିଜୟୀ

Odisha Halchal

Leave a Comment