ଅପରାଧଓଡ଼ିଶା ଖବରନ୍ୟୁଜ୍

ନବ ବିବାହିତା ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନବ ବିବାହିତା ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଏକ ଦୁଃଖଦ ଘଟଣା କ୍ରମେ ମାଲକାନଗିରି ଜିଲ୍ଲାର କାଲିମେଲା ଥାନା ଅନ୍ତର୍ଗତ ଏମ୍‌ଭି୩୫ ଗାଁରେ ଝୁଲନ୍ତା ଅବସ୍ତାରେ ଜଣେ ନବ ବିବାହିତା ମହିଳାଙ୍କ ମୃତ ଶରିର ଉଦ୍ଧାର ହୋଇଛି। ମୃତକଙ୍କ ନାମ ବାବିତା ବୋଲି ଜଣାପଡିଛି। ସୂଚନା ଅନୁସାରେ ସେ ଏମ୍‌ଭି୩୫ ଗ୍ରାମର ବିଜୟ ଶାହାଙ୍କୁ ସାତ ମାସ ପୁର୍ବରୁ ବିବାହ କରିଥିଲେ । ତେବେ ତାଙ୍କୁ ବିବାହର ମାତ୍ର ଦୁଇ ମାସ ପରେ ଶାଶୁଘର ଲୋକେ ତାଙ୍କୁ ଯୌତୁକ ଜନିତ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି ।

ବବିତାଙ୍କ ଶାଶୁ ତାଙ୍କ ରୁମ୍‌ରେ ସ୍କାର୍ଫରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣା ପରେ ବବିତାଙ୍କ ପିତା ମନୋରଞ୍ଜନ ହଳଧର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ଶାଶୁଘର ଲୋକେ ନିର‌୍ୟାତନା ଦେଉଥିଲେ ଏବଂ ସେମାନେ ତାଙ୍କୁ ହତ୍ୟା କରି ଝୁଲାଇ ଦେଇଛନ୍ତି ।

ଏହି ଅଭିଯୋଗକୁ ବିଜୟଙ୍କ ପିତା ଜୁଗଳ ଶାହା ଖଣ୍ଡନ କରିଛନ୍ତି । ବବିତା ଆତ୍ମହତ୍ୟା କରିଥିବା ସେ କହିଛନ୍ତି । ତେବେ ବବିତାଙ୍କ ପରିବାର କାଲିମେଲା ପୋଲିସ ନିକଟରେ ଏକ ମାମଲା ଦାୟର କରିଛନ୍ତି। ପୋଲିସ ଶବକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବାବିତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

Related posts

ପ୍ରେମିକକୁ ମାଡ, ପୁଅକୁ ଖୋଜି ଆଣିବା ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ୍

Odisha Halchal

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଆକ୍ରମଣ

Odisha Halchal

ସର୍ବଭାରତୀୟ ଖୋଖୋ ଚମ୍ପିୟାନସିପ ଅନୁଷ୍ଠିତ

Odisha Halchal

Leave a Comment