ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

କ୍ୟାମେରା ଦେଖିଲେ ଛଡ଼ାଇନେଉଛି ମାର୍ଶାଘାଇ ପୋଲିସ !

କ୍ୟାମେରା ଦେଖିଲେ ଛଡ଼ାଇନେଉଛି ମାର୍ଶାଘାଇ ପୋଲିସ !

କେନ୍ଦ୍ରାପଡ଼ା :-(ରିପୋର୍ଟ- ଜନ୍ମେଜୟ ବିଶ୍ଵାଳ) ସବୁବେଳେ ବିବାଦ ଏବଂ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରାପଡ଼ା ମାର୍ଶାଘାଇ ପୋଲିସକୁ ଏବେ କେଉଁ ଏକ ଅଜଣା ଭୟ ଘାରିଛି କି ? କାରଣ କ୍ୟାମେରା ଦେଖିଲେ ପୋଲିସ ଏବେ ଡ଼ରୁଛି। ଅନେକ ସମୟରେ ଏହି ଥାନା ପୋଲିସ ଜାତୀୟ ରାଜପଥରୁ ବେଆଇନ ବଟି ଆଦାୟ କରିବା, ଚୋରା ବ୍ୟବସାୟ, ଲଘୁ ଖଣିଜ ସମ୍ପଦ ବେଆଇନ ଭାବେ ଉତ୍ତୋଳନ ଓ ଚୋରା ଚାଲାଣକୁ ପ୍ରୋତ୍ସାହିତ କରିଥିବାର ଅଭିଯୋଗ ଉଠିଛି। ମାର୍ଶାଘାଇ ପୋଲିସକୁ ଏବେ ଯେଉଁ ଅଜଣା ଭୟ ଘାରିଛି ତାହା ହେଲା କ୍ୟାମେରା। ଗଣମାଧ୍ୟମ ପ୍ରତିନିଧି ହୁଅନ୍ତୁ କିମ୍ବା ସାଧାରଣ ଲୋକେ ଯାହା ହାତରେ ମୋବାଇଲ ଫୋନ କ୍ୟାମେରା ଦେଖିବା ମାତ୍ରେ ହୋମଗାର୍ଡଙ୍କ ଠାରୁ ଆରମ୍ଭ କରି ଥାନାର ଆଇଆଇସିଙ୍କ ପର୍ଯ୍ୟନ୍ତ ସମସ୍ତେ ତରକୁଥିବା ପରିଲକ୍ଷିତ ହେଉଛି।

କେହି ଯଦି ପୋଲିସର କୈାଣସି ବେଆଇନ କାର୍ଯ୍ୟ ହେଉଥିବା ଦେଖୁଛି ତେବେ ପୋଲିସ ତତ୍ କ୍ଷଣାତ ସେହି ବ୍ୟକ୍ତିର ମୋବାଇଲ ଛଡ଼ାଇ ନେଇଯିବାର ଏକାଧିକ ଅଭିଯୋଗ ଆସିଲାଣି। କିଛି ମାସ ତଳେ ଜାତୀୟ ରାଜପଥ ନିଳାଞ୍ଚଳ ଛକ ନିକଟରେ ମାର୍ଶାଘାଇ ଥାନାର ଜଣେ କନେଷ୍ଟବଳ ପ୍ରଶାନ୍ତ କୁମାର ମଲ୍ଲିକ (ଓରଫ୍) ବୁଲୁ, ସାମ୍ବାଦିକ ରାଜେନ୍ଦ୍ର ମହାପାତ୍ରଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। କାରଣ ସାମ୍ବାଦିକ ରାଜେନ୍ଦ୍ର ରାଜପଥରେ ବେଆଇନ ଲୁହାପଥର ବୋଝେଇ ଟ୍ରକ ଠାରୁ ପୋଲିସ ଟଙ୍କା ନେଇ ବେଆଇନ ଭାବେ ରାସ୍ତାର ଡାହାଣ ପାର୍ଶ୍ଵରେ ଓଭରଟେକିଂ କରି ଛାଡ଼ୁଥିବାର ଭିଡ଼ିଓ ଉତ୍ତୋଳନ କରୁଥିଲେ। ଏହା ପୋଲିସ ସହି ପାରିନଥିଲା। ସାମ୍ବାଦିକ ରାଜେନ୍ଦ୍ରଙ୍କ ମୋବାଇଲ ଫୋନକୁ ଛଡାଇ ନେଇଥିଲେ କନେଷ୍ଟବଳ ବୁଲୁ। କଥା ଜିଲ୍ଲା ଏସ୍ପିଙ୍କ ନିକଟକୁ ଯିବା ପରେ ସାମ୍ବାଦିକ ଯେଉଁ ଭିଡ଼ିଓ କରିଥିଲେ ତାହାକୁ ଡିଲିଟ କରିଦେଇ ମୋବାଇଲ ଫେରାଇ ଥିଲା ପୋଲିସ। ସେହିପରି ଅନ୍ୟ ଏକ ଘଟଣା ଶନିବାର ରାତିର। ମାର୍ଶାଘାଇ ଥାନା ଏଏସ୍ଆଇ ଅଜୟ କୁମାର ସାହୁ ସ୍ଥାନୀୟ ମଶାକଣି ଗ୍ରାମକୁ ଏକ ପାରିବାରିକ ଝଗଡ଼ା ଅଭିଯୋଗର ତଦନ୍ତ ପାଇଁ ଯାଇଥିଲେ। ରାତି ପ୍ରାୟ ୯ଟା ସମୟରେ ମଶାକଣି ଗ୍ରାମର ଯାହା ଘରକୁ ତଦନ୍ତ ପାଇଁ ଯାଇଥିଲେ। ତାଙ୍କ ଘର ଆଗରେ ବହୁ ଲୋକ ଭିଡ଼ ଜମାଇଥିଲେ।

ଏହି ସମୟରେ ପୋଲିସ ଗାଡ଼ି ସହ ସାଧା ପୋଷାକରେ ଥିଲେ ଏଏସ୍ଆଇ ଅଜୟ କୁମାର ସାହୁ। ପୋଲିସ ଓ ଲୋକଙ୍କ ବଡ଼ ପାଟି ଶୁଣି ସେହି ସ୍ଥାନରେ ପହଞ୍ଚିଥିଲେ ଗ୍ରାମର ଜଣେ ଯୁବକ ସୁବ୍ରଜିତ ବେଉରା ତାଙ୍କ ମୋବାଇଲରେ ଫୋଟୋ ଭିଡ଼ିଓ ଉଠାଇଥିଲେ। ଏହା ଦେଖି ଜଣେ କନେଷ୍ଟବଳ ଯୁବକଙ୍କ ମୋବାଇଲ ଛଡ଼ାଇ ନେଇ ଏଏସ୍ଆଇ ଅଜୟ କୁମାର ସାହୁଙ୍କୁ ଦେଇଥିଲେ। ତେବେ ଯୁବକଙ୍କ ଜଣଙ୍କ ମୋବାଇଲ ମାଗିବା ପରେ ବି ପୋଲିସ ସେଠି ଯୁବକଙ୍କ ମୋବାଇଲ ଫେରାଇଲା ନାହିଁଁ। ରବିବାର ଏହି କଥା ପୋଲିସ ବିଭାଗର ଉଚ୍ଚ ଅଧିକାରୀଙ୍କ ପାଖକୁ ଯିବା ପରେ ମୋବାଇଲରେ ଥିବା ସମସ୍ତ ଡାଟାକୁ ଡିଲିଟ କରି ଯୁବକଙ୍କୁ ମୋବାଇଲ ଫେରାଇ ଥିଲା ମାର୍ଶାଘାଇ ପୋଲିସ।

ତେବେ ସାଧାରଣରେ ପ୍ରଶ୍ନ ଉଠୁଛି, ସର୍ବସାଧାରଣ ସ୍ଥାନରେ ଘଟୁଥିବା ଘଟଣା, ଦୁର୍ଘଟଣା, ବେଆଇନ କାର୍ଯ୍ୟ କିମ୍ବା କୈାଣସି କାର୍ଯ୍ୟର ପ୍ରମାଣ ରଖିବାକୁ ଜଣେ ନାଗରିକ ଭାବେ ଯେ କୈାଣସି ବ୍ୟକ୍ତି ଫଟୋ କି ଭିଡ଼ିଓ ଉଠାଇବାରେ ଅସୁବିଧା କେଉଁଠି ? ନା ଏହି ଘଟଣାରେ ପୋଲିସ ମାନୁଆଲ ବାହାରେ ନିୟମ ଉଲଂଘନ କରି ରାତି ସମୟରେ ଏଏସ୍ଆଇ ଅଜୟ କୁମାର ସାହୁ ୟୁନିଫର୍ମରେ ନଥିବାରୁ କ୍ୟାମେରାରେ ସମସ୍ତ ଦୃଶ୍ୟ କଏଦ ହେଉଥିବା ଜାଣି ମୋବାଇଲ ଛଡ଼ାଇ ନେଇଥିଲେ କି ? ମୋବାଇଲ ଛଡ଼ାଇ ନେଇ ସେଥିରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ସମସ୍ତ ଡାଟାକୁ ପୋଲିସ ଡିଲିଟ କରିବା ଜଣେ ବ୍ୟକ୍ତିର ନାଗରିକ ଅଧିକାର କ୍ଷୁର୍ଣ୍ଣ ନୁହେଁ କି ? ପୋଲିସର ଏହି ଔଧତ୍ୟ ପଣିଆ ଏବଂ ବ୍ୟକ୍ତି ସ୍ବାଧିନତା ଉପରେ ମାତ୍ରାଧିକ ହସ୍ତକ୍ଷେପ ଘଟଣାରେ କେନ୍ଦ୍ରାପଡ଼ା ଏସ୍ପି କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା ।

Related posts

ପୁଣି ଥରେ ମହାମାରୀ କୋରନାର ପ୍ରକୋପ

Odisha Halchal

ଉଦଯାପିତ ହେଲା ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Halchal

ତହସିଲଦାର ହେଲେ ହଟହଟା

Odisha Halchal

Leave a Comment