ଓଡ଼ିଶା ଖବରନ୍ୟୁଜ୍

ଆଗକୁ ଆହୁରି ବଢ଼ିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଗକୁ ଆହୁରି ବଢ଼ିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆହୁରି ବଢିବ ତାପମାତ୍ରା । ସ୍ୱାଭାବିକ ଠାରୁ ୧ ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ ରାଜ୍ୟର ବିଭିନ୍ନ ଜ଼ିଲ୍ଲାର ତାପମାତ୍ରା । ଆଗାମୀ ୫ ଦିନ ଯାଏଁ ତାପମାତ୍ରା ବଢିବା ସହ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବରଂ ତାପମାତ୍ରା ବୃଦ୍ଧି ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୨୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ l ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଭଳି ପଶ୍ଚିମ ଓଡିଶାର ଏହି ଜ଼ିଲ୍ଲା ଗୁଡିକରେ ୫ ଡିଗ୍ରୀ ଯାଏଁ ବଢ଼ିପାରେ ତାପମାତ୍ରା । ସେପଟେ ଉପକୂଳ ଓଡିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l

୨୭ ଓ ୨୮ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ ଏବଂ ୨୯ ତାରିଖରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି l ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ୱ ତାପମାତ୍ରା ରହିବା ସହ ଆର୍ଦ୍ରତାର ପରିଣାମ ଅଧିକ ରହିଥିବାରୁ ଦିନତମାମ ଗୁଳୁଗୁଳି ଅଧିକ ମାତ୍ରାରେ ଅନୁଭୂତ ହେବ ।

ତେବେ ଦୁଇବର୍ଷ ଲକଡାଉନ ଯୋଗୁଁ ଗାଡି ମୋଟରର ବ୍ୟବହାର କମିବା ଫଳରେ କମ ଥିଲା ଗ୍ରୀଷ୍ମପ୍ରବାହ । ହେଲେ ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗି ଆକାଶରୁ ବର୍ଷୁଛି ନିଆଁ ।

Related posts

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

Odisha Halchal

ଏପ୍ରିଲରେ ବିବାହ କରିପାରନ୍ତି ଆଲିଆ-ରଣବୀର! ବଲିଉଡ୍‌ରେ ଚର୍ଚ୍ଚା ଜୋର

Odisha Halchal

ମାଟି ଖୋଳୁଥିବା ବେଳେ ବାହାରିଲା ପୁଳା ପୁଳା ନୋଟ

Odisha Halchal

Leave a Comment