ଓଡ଼ିଶା ଖବରନ୍ୟୁଜ୍

57ନଂ ଜାତୀୟ ରାଜପଥ ରେ ପୃଥକ ପୃଥକ 3 ଗୋଟି ଦୁର୍ଘଟଣା

57ନଂ ଜାତୀୟ ରାଜପଥ ରେ ପୃଥକ ପୃଥକ 3 ଗୋଟି ଦୁର୍ଘଟଣା

ହରଭଙ୍ଗା :- (ରିପୋର୍ଟ :-ଆଶିଷ ବିହାରୀ ଠାକୁର)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ଯାଇଥିବା 57ନଂ ଜାତୀୟ ରାଜପଥ ରେ ଆଜି ପୃଥକ ପୃଥକ ତିନିଗୋଟି ସଡ଼କ ଦୁର୍ଘଟଣା ଘଟିଛି!ଗୋଟିଏ ଦିନର 24ଘଣ୍ଟା ଭିତରେ ପ୍ରଥମେ ହରିଶଙ୍କର ତୀର୍ଥ ସାରି ଫେରୁଥିବା ବେଳେ ଯାତ୍ରୀବାହି ବସ ଦୁର୍ଘଟଣା !

OD 05AN 0114ନମ୍ବର ଥିବା ଶ୍ରୀ କ୍ରିଷ୍ଣା ନାମକ ଘରୋଇ ବସ ଟି ଭଦ୍ରକ ଜିଲ୍ଲାରୁ 45ଜଣ ତୀର୍ଥ ଯାତ୍ରୀ ନେଇ ହରିଶଙ୍କର ଯାତ୍ରା କରି ଘରକୁ ଫେରୁଥିବା ସମୟରେ ହରଭଙ୍ଗା ବ୍ଲକ ବିରନାରସିଂହପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଦୁର୍ଘଟଣା ର ଶିକାର ହୋଇଥିଲା!ଦ୍ୱତୀୟ ରେ ସିଙ୍ଗାଣି ବିଡା ନିକଟରେ ଖୋର୍ଦ୍ଧା ରୁ ବାଇକ ରେ ଆସୁଥିବା ଏକ ବ୍ୟକ୍ତି ଆଖି ଲାଗିଯିବା ହେତୁ ଦୁର୍ଘଟଣା ଘଟିଥିଲା ଚାରିଛକ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ଅଜଣା ବ୍ୟକ୍ତିଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ!

ପୁଣି ଏହି ରାଜ ପଥରେ ଆଡେଣି ଗଡ଼ ଥାନା ରଙ୍ଗ ମାଟିଆ ଠାରେ ନୟାଗଡ ଜିଲ୍ଲା ରୁ ବୌଦ୍ଧ ଜିଲ୍ଲା ମୁଖେ ଆସୁଥିବା ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡର ଡିଭାଇଡଟ କୁ ଭାଙ୍ଗି ରାସ୍ତା ତଳକୁ ଖସି ପଡିଥିଲା!ଏହି ତିନୋଟି ଦୁର୍ଘଟଣା ରେ ପ୍ରାୟ 49ଜଣ ଯାତ୍ରୀ ଓ ଚାଳକ ମୃତ୍ୟୁ ମୁଖରୁ ଫେରିଥିବା ଜଣାପଡିଛି!

Related posts

ବଢ଼ିଲା ସୁନା ଓ ରୁପା ମୂଲ୍ୟ; ୧୦ ଗ୍ରାମ ପ୍ରତି କେତେ ହେଲା ଜାଣନ୍ତୁ ଦାମ

Odisha Halchal

ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି

Odisha Halchal

ନବ ଗଠିତ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥlର ପ୍ରଥମ ବୈଠକ

Odisha Halchal

Leave a Comment