ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ହ୍ୱାଟସପ ଲିଙ୍କରେ କ୍ଲିକ କରି ୭୫ ଲକ୍ଷ ହରାଇଲେ ବ୍ୟକ୍ତି

ହ୍ୱାଟସପ ଲିଙ୍କରେ କ୍ଲିକ କରି ୭୫ ଲକ୍ଷ ହରାଇଲେ ବ୍ୟକ୍ତି

ବଲାଙ୍ଗୀର:-(ରିପୋର୍ଟ -ଜନ୍ମେଜୟ ଚନ୍ଦନ) କଣ ଆପଣ ହ୍ୱାଟସପ୍ ବ୍ୟବହାର କରୁଛନ୍ତି କି । ହ୍ୱାଟସପ ଲିଙ୍କରେ କ୍ଲିକ୍ କରି ବ୍ୟକ୍ତି ହରାଇଲେ ୭୫ ଲକ୍ଷ । ୪ ସ୍ମାର୍ଟ ଠକଙ୍କୁ ଗିରଫ କରିଛି ପୋଲିସ । ପୁରା ଘଟଣା ଆପଣଙ୍କ ମୁଣ୍ଡ ବୁଲାଇ ଦେବ ।ସାଇବର ଠକଙ୍କ ପାଖରୁ ଦୂରରେ ରୁହନ୍ତୁ । ନଚେତ୍ ଆପଣ ଆପଣଙ୍କ କଷ୍ଟ ଅର୍ଜିତ ଧନ ମାତ୍ର କେଇ ମିନିଟରେ ହରାଇ ଦେବେ । ସାଇବର ଠକଙ୍କ ଜାଲରେ ପଡ଼ି ଆପଣ ହୋଇଯିବେ ବଡ ଦାଣ୍ଡର ବଡ ଭିକାରୀ । କାରଣ ବଲାଙ୍ଗିରର ଜଣେ ବ୍ୟକ୍ତିଙ୍କୁ ସାଇବର ଠକ ପୁରା ପୁରି ୭୫ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି । ଯାହା ବର୍ତ୍ତମାନ ସାରା ବଲାଙ୍ଗୀର ଜିଲ୍ଲାରେ ଆଲୋଡନ ଖେଳାଇ ଦେଇଛି ।

ସ୍ମାର୍ଟ୍ ଠକ ଲକ୍ଷେ କି ଦୁଇ ଲକ୍ଷ ନୁହେଁ 75 ଲକ୍ଷ ଟଙ୍କା ଠକି ନେଇ ଯାଇଛନ୍ତି । ତେବେ ପୁରା ଘଟଣା ଥିଲା କିଛି ଏମିତି….
ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ଓ ଆପଣ ବି ଏବେ ଠୁ ସତର୍କ ହୋଇ ଯାଆନ୍ତୁ । ହ୍ବାଟସଅପରେ ଏକ ଲିଙ୍କ ଆସିଲା ଟ୍ରେଡିଙ୍ଗରେ ଇନଭେଷ୍ଟ ପାଇଁ କହିଲେ। ଅଧିକ ରିଟନ୍ ଲୋଭ ଦେଖାଇଲେ। ଭର୍ଚୁଆଲ ନମ୍ବରରେ ଯୋଗାଯୋଗ କରୁଥିଲେ। ଅତ୍ୟାଧିକ ଲୋଭର ବଶବର୍ତ୍ତୀ ହୋଇ ଠକ ମାନେ କହିବା ଅନୁଯାୟୀ ବ୍ୟକ୍ତି ଜଣଙ୍କ କରୁଥିଲେ । ହେଲେ ଶେଷରେ ବଲାଙ୍ଗିର ଜଣେ ଉଚ୍ଚ ଶିକ୍ଷିତ ଲୋକଙ୍କୁ ୭୫ ଲକ୍ଷ ଟଙ୍କାର ଚୁନା ଲଗାଇଦେଲେ ସ୍ମାର୍ଟ ଠକ। ୭୫ ଲକ୍ଷ ଟଙ୍କାର ଚୂନ ଲାଗି ସାରିବା ପରେ। ବ୍ୟକ୍ତିଙ୍କ ମୁଣ୍ଡରେ ପଡ଼ିଥିଲା ବଜ୍ର ଚଡ଼କ ।

ବୁଲାଇ ଦେଇଥିଲା ବ୍ୟକ୍ତିଙ୍କ ମୁଣ୍ଡ। ସାଇବର ଥାନାରେ ଅଭିଯୋଗ ପରେ ୪ ସ୍ମାଟ ସାଇବର ଠକ ଗିରଫ ହୋଇଛନ୍ତି। ଖୋଳତାଡ଼ ପରେ ଶେଷରେ ଜଣାପଡିଲା ଟଙ୍କା ସବୁ ଠକକଙ୍କ ପାଖକୁଂଚାଲିଯାଇଛି। ସ୍ମାଟ ଠକମାନେ ଭର୍ଚୁଆଲ ନମ୍ବର ବ୍ୟବହାର କରୁଥିଲେ। ସାଇବର ପୋଲିସର ତଦନ୍ତ ପରେ ଇମେଲରୁ ମିଲି ଥିଲା ସୁରାକ୍। ବଲାଙ୍ଗିର ସାଇବର ଥାନାର ଏକ ଟିମ୍ ରାଜସ୍ଥାନ ହରିଆନର ଗଙ୍ଗାନଗର ଜୁରୁ ଜିଲ୍ଲାକୁ ଯାଇଥିଲା। ସେଠାରୁ ୪ଜଣଙ୍କୁ ଧରିଛି ସାଇବର ପୋଲିସ। ରାକେଟରୁ ଜଣାପଡିଲା ହ୍ବାଟସଅପ ଲିଙ୍କ ରୁ ଖେଳ ଆରମ୍ଭ। ଓଟିପି ମାଧ୍ୟମରେ ଫ୍ରଡ କରୁଥିଲେ।୬୦ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଛି ପୋଲିସ। ୪ ଦାମୀ ମୋବାଇଲ ସିଜ ହୋଇଛି।

ଫ୍ରଡ ଆପ୍ଲିକେସନ ବନାଇ ଲୋକଙ୍କୁ ଠକୁଥିଲେ। ତେବେ ବଲାଙ୍ଗୀର ପୋଲିସ ଲୋକଙ୍କୁ ସଚେତନ ପରେ ମଧ୍ୟ ସୁଧୁରୁ ନାହାନ୍ତି ଲୋକ। ଏନେଇ ଅଜଣା ଆପ୍ଲିକେସନ ମୋବାଇଲରେ ଇନଷ୍ଟଲ ନ କରିବା ସହ ଠକେଇ ଶିକାର ହେଲେ କିମ୍ବା କିଛି ସନ୍ଦେହ ହେଲେ ୧୯୩୦ ନମ୍ବରରେ ଅଭିଯୋଗ କରିପାରିବେ ବୋଲି କହିଛନ୍ତି ବଲାଙ୍ଗିର ଏସପି। ତେବେ ଆହୁରି ଅନେକ ଲୋକ ଅଛନ୍ତି ଏହି ଠକ ଗ୍ୟାଙ୍ଗରେ। ଲୋକଙ୍କୁ ଠକି ବଡ ଲାଇଫଷ୍ଟାଇଲ ଜୀବନ କାଟୁଥିଲେ ଏହି ଠକ ମାନେ। ଠକଙ୍କ ପାଖରେ ଅଛି ବଡ ବଡ ଘର ସହ ଦାମୀ ମୋବାଇଲ ଓ ଗାଡି। ଏହି ଘଟଣାର ତଦନ୍ତ ବର୍ତ୍ତମାନ ଚାଲିଥିବା ବେଳେ ଏଥିରେ ସିଏ ପାଇଁ ପରୀକ୍ଷା ଦେଇଥିବା ଭଳି ଯୁବକ କାମ କରୁଥିବା କହିଛନ୍ତି ବଲାଙ୍ଗୀର ଏସପି।

Related posts

ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

Odisha Halchal

ବିମାନରେ ବୋମା ଆତଙ୍କ

Odisha Halchal

ରୁଷିଆର କାର୍ଯ୍ୟାନୁଷ୍ଠାନ: ୟୁଏସ୍ ବାସ୍କେଟବଲ ଚାମ୍ପିଅନ୍ ଟିମ୍‌ର ଖେଳାଳି ଗିରଫ

Odisha Halchal

Leave a Comment