ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କରୋନାର XE ଭାରିଆଣ୍ଟ କ’ଣ? ଭାରତରେ ପ୍ରଥମ ମାମଲା ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ

କରୋନାର XE ଭାରିଆଣ୍ଟ କ’ଣ ଭାରତରେ ପ୍ରଥମ ମାମଲା ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ

କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ବର ଜନତା ବହୁ କ୍ଷୟକ୍ଷତିର ସାମ୍ନା କରିଛନ୍ତି। ଅଳ୍ପ କିଛି ଦେଶକୁ ବାଦ୍‌ ଦେଲେ ଅନ୍ୟ ରାଷ୍ଟ୍ରରେ କରୋନା ଏବେ ନିୟନ୍ତ୍ରିତ ଅଛି। ଏହାରି ମଧ୍ୟରେ ଭାରତରେ କରୋନା ଭାଇରସ୍‌ର XE ଭାରିଆଣ୍ଟର ପ୍ରଥମ ମାମଲା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବୃହନ୍‌ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ବୁଧବାର ଦାବି କରିଛି ଯେ, ଜଣେ ୫୦ ବର୍ଷୀୟ ମହିଳା‌ ଯେଉଁ ପରିସ୍ଥିତିରେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି, ସେ କରୋନାର ନୂଆ ଭାରିଆଣ୍ଟ XE ସହିତ ସଂକ୍ରମିତ ହୋଇଥାଇପାରନ୍ତି।

କୁହାଯାଇପାରିବ ଯେ, ସଂପୃକ୍ତ ମହିଳା ଜଣକ ଭାରତରେ XE ଭାରିଆଣ୍ଟର ପ୍ରଥମ କେସ୍‌। ମାତ୍ର କିଛି ସମୟ ପରେ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କରୋନାର ନୂଆ XE ଭାରିଆଣ୍ଟ ମିଳିଥିବା ସ୍ବଷ୍ଟ ହୋଇନାହିଁ। ଏବେ ଏବାବ‌ଦରେ ଯାଞ୍ଚ କରିବାର ସମୟ ଆସିଛି।

XE ଓମିକ୍ରନ୍‌ର ସବ୍‌ ଭାରିଆଣ୍ଟ ବୋଲି ଚର୍ଚ୍ଚା ହେଉଛି। ଓମିକ୍ରନ ହିଁ ଭାରତରେ କରୋନାର ୩ୟ ଲହର ଆଣିଥିଲା। ମାତ୍ର XEକୁ ନେଇ ଭାରତରେ ପାଖାପାଖି ୨ ବର୍ଷ ପରେ ଦୈନିକ ୧୦୦୦ କେସ୍‌ ଆସୁଛି। ଭାରତରେ ଏଥର କରୋନାର ମୋଟ ୯୦ ପ୍ରତିଶତ ଓମିକ୍ରନ୍‌ ଥିଲା। ଓମିକନର ୨ ସବ୍‌ ଭାରିଆଣ୍ଟ BA.1 ଓ BA.2 ସହିତ ଆସିଥିଲା। କରୋନାର XE ଭାରିଆଣ୍ଟ ଓମିକ୍ରନ୍‌ ଭଳି ବିପଦ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।

Related posts

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Odisha Halchal

ମା ଙ୍କ ଭସାଣି ରେ ଯୁବକ ମୃତ

Odisha Halchal

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତି: ଚିନ୍ତା ପ୍ରକଟ କଲା ଭାରତ, କୂଟନୈତିକସ୍ତରରେ ସମାଧାନ ପାଇଁ ଭାରତର ଆହ୍ୱାନ

Odisha Halchal

Leave a Comment