ଅପରାଧଦେଶ ବିଦେଶନ୍ୟୁଜ୍

ରୁଷିଆର କାର୍ଯ୍ୟାନୁଷ୍ଠାନ: ୟୁଏସ୍ ବାସ୍କେଟବଲ ଚାମ୍ପିଅନ୍ ଟିମ୍‌ର ଖେଳାଳି ଗିରଫ

ୟୁଏସ୍ ବାସ୍କେଟବଲ ଚାମ୍ପିଅନ୍ ଟିମ୍‌ର ଖେଳାଳି ଗିରଫ

ଆମେରିକାର ଷ୍ଟାର ବାସ୍କେଟବଲ ଖେଳାଳି ବ୍ରିଟନୀ ଗ୍ରିନରଙ୍କୁ ରୁଷିଆ ଗିରଫ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗ୍ରିନରଙ୍କୁ ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଗିରଫ କରାଯାଇଛି । ୟୁକ୍ରେନ୍‌ରେ ରୁଷିଆର ସେନା କାର୍ଯ୍ୟାନୁଷ୍ଠାନକୁ ନେଇ ମସ୍କୋ ଓ ପଶ୍ଚିମ ଦେଶଗୁଡ଼ିକ ମଧ୍ୟରେ ପୂର୍ବରୁ ହିଁ ଉତ୍ତେଜନା ଦେଖାଯାଇଛି । ଏଭଳି ସ୍ଥିତିରେ ଗ୍ରିନରଙ୍କ ଗିରଫକୁ ନିଆଁରେ ଘିଅ ଢାଳିଲା ସହିତ ସଦୃଶ୍ୟ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।

ରୁଷିଆର ସଂଘୀୟ ଅପରାଧ ସେବା ଶନିବାର ଜାରି କରିଥିବା ଏକ ବୟାନ ଅନୁସାରେ ନ୍ୟୁୟର୍କରୁ ଆସିଥିବା ଜଣେ ଆମେରିକୀୟ ନାଗରିକଙ୍କ ପାଖରୁ ସ୍ୱତନ୍ତ୍ର ଗନ୍ଧ ହେଉଥିବା ପଦାର୍ଥ ଜବତ କରାଯାଇଛି । ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ଏହା ହେଉଛି ନିଶାକ୍ତ ଦ୍ରବ୍ୟ । ମାତ୍ର ଜେଲ ପଠାଯାଇଥିବା ମହିଳାଙ୍କ ନାଁ କୁହାଯାଇ ନାହିଁ । କିନ୍ତୁ ଏତିକି କୁହାଯାଇପାରିବ ଯେ, ଗିରଫ ମହିଳା ଜଣକ ହେଲେ ୟୁଏସ ନ୍ୟାଶନାଲ ବାସ୍କେଟବଲ ଆସୋସିଏନର ସଦସ୍ୟ ଥିଲେ । ଏଥି ସହିତ ସେ ଆମେରିକା ବାସ୍କେଟବଲ ଟିମର ୨ଥର ଅଲିମ୍ପିକ ଚମ୍ପିଅନ ଟିମର ସଦସ୍ୟ ଥିଲେ ।

Related posts

ବଳ ଗୋଟାଇ ଫେରୁଛି କରୋନା, ଆଲର୍ଟ ଜାରି କଲା ଭାରତ

Odisha Halchal

ଜୀବନ୍ତ ବ୍ରଜକାପ୍ତା ଓ ୩ ଗୋଟି ବାଇକ ସହ ୬ଜଣ ଗିରଫ

Odisha Halchal

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକା

Odisha Halchal

Leave a Comment