ଓଡ଼ିଶା ଖବରନ୍ୟୁଜ୍

ଆଇପିଏସ ସ୍ତରରେ ଅଦଳ ବଦଳ

ଆଇପିଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ):-ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଛୋଟଧରଣର ଅଦଳ ବଦଳ କରିଛନ୍ତି l ଗୃହ ବିଭାଗରୁ ମିଳିଥିବା ସୂଚନା ମୁତାବକ ଆଇଜି, ଏଚଆରପିସି ଥିବା ସଫିନ ଅହମ୍ମଦଙ୍କୁ କ୍ରାଇମବ୍ରାଞ୍ଚର ଆଇଜି ଭାବେ ବଦଳି କରାଯାଇଥିବାବେଳେ

ଡ଼ିଆଇଜି, ହେଡକ୍ୱାଟର୍ସ ଥିବା ଡ଼.ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡର ଡ଼ିଆଇଜି, ସତ୍ୟଜିତ ନାୟକ ବର୍ତ୍ତମାନ ଡ଼ିଆଇଜି, କମ୍ୟୁଟର ଥିବାବେଳେ ତାଙ୍କୁ ଏଚଆରପିସିର ଡ଼ିଆଇଜି ଭାବେ ବଦଳି କରାଯାଇଛିl

ସେହିପରି କଟକ ଏସପି ଥିବା ଯୁଗଳ କିଶୋର ବନଥଙ୍କୁ ଆଡିସନାଲ ଆଇଜି ହେଡକ୍ୱାଟର୍ସ, ହେଡକ୍ୱାଟର୍ସ ଏସପି ଥିବା ରାହୁଲ ଜୈନଙ୍କୁ ନୟାଗଡ ଏସପି ଭାବେ ବଦଳି କରାଯାଇଛି l ସେହିପରି ମିହିର କୁମାର ପଣ୍ଡାଙ୍କୁ କଟକ ଏସପି ଭାବେ ବଦଳି କରାଯାଇଛି l

Related posts

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

Odisha Halchal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Odisha Halchal

ସୈତାନ ସ୍ୱାମୀ ! ସ୍ତ୍ରୀକୁ ବାଡିରେ ପିଟି ପିଟି ମାରିଦେଲା

Odisha Halchal

Leave a Comment