ଓଡ଼ିଶା ଖବର

ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀଙ୍କ ବାଜିମାତ୍

ବ୍ରହ୍ମପୁର ମହାନଗର ନିଗମ ସିଟ୍‌ ହାତେଇଲା ବିଜେଡି । ସଂଘମିତ୍ରା ପିନ୍ଧିଲା ବିଜୟୀ ମୁକୁଟ । ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ  ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ପରାସ୍ତ ହୋଇଛନ୍ତି ।

ତେବେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ବିଜେପି ପ୍ରାର୍ଥୀ ସବିତା ସୁଆର ୪୫୭୮୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୬୬୦୬୮ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୬୭୬୮ ଖଣ୍ଡ ଭୋଟ ପାଇଛନ୍ତି । ସଂଘମିତ୍ରା ମୋଟ ୨୦୨୩୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ସେପଟେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ସଂଘମିତ୍ରା । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହା ବ୍ରହ୍ମପୁର ମହାନଗରବାସୀଙ୍କ ବିଜୟ । ଏଥିଲାଗି ମୁଁ ସମସ୍ତ ମହାନଗରବାସୀଙ୍କୁ ଧନ୍ୟବାଦ ଜଣାଉଛି । ଏହାସହିତ ମୋ ଦଳରେ ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ବିଶେଷ ଭାବେ କୃତଜ୍ଞ ଜଣାଉଛି ।

Related posts

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଭେଟି

Odisha Halchal

ମଧ୍ୟରାତ୍ରିରେ ଘଟିଛି ବହୁତ ବଡ଼ ଦୁର୍ଘଟଣା

Odisha Halchal

ଏଣିକି ଗୁଳି ଚଳାଇପାରିବେ ବନ କର୍ମଚାରୀ

Odisha Halchal

Leave a Comment