ଅପରାଧଓଡ଼ିଶା ଖବରନ୍ୟୁଜ୍

ବିବାହ ବେଦୀରୁ ହାତକଡ଼ି ପକାଇଲା ପୋଲିସ

ବିବାହ ବେଦୀରୁ ହାତକଡ଼ି ପକାଇଲା ପୋଲିସ

ଭୁବନେଶ୍ୱର(ବ୍ୟୁରୋ :ଓଡିଶା ହାଲଚାଲ):-ବେଦୀ ତିଆରି ସାରିଥିଲା। ଡିଜେବାଲା, ବାଣବାଲା, ରୋଷେୟାଙ୍କୁ ବି ବଇନା ଦିଆ ସରିଥିଲା। ଆଉ କିଛି ଦିନ ପରେ ହାତଗଣ୍ଠି ପଡ଼ିଥା’ନ୍ତା। କିନ୍ତୁ ହାତକଡ଼ି ପକାଇ ପୁଲିସ୍‌ ବରକୁ ଘରୁ ଉଠାଇ ଆଣିଲା। ବିଟ୍‌-କଏନ୍‌ରେ ନିବେଶ କରିବାକୁ କହି ୧୪ ଲକ୍ଷ ଟଙ୍କା ଠକେଇ କରାଯାଇଥିବା ଅଭିଯୋଗରେ ଆଜି ସାଇବର ଥାନା ପୁଲିସ ବାଲେଶ୍ୱର ଜିଲ୍ଲାର ଅନିଲ ହେମ୍ବ୍ରମକୁ ଗିରଫ କରିଛି।

ଅନିଲ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ବିଟ କଏନ୍‌ରେ ନିବେଶ କରି ପ୍ରଚୁର ଲାଭ ଉଠାଇବା କହି ତାଙ୍କଠାରୁ ପର୍ଯ୍ୟାୟକ୍ରମେ ୧୪ ଲକ୍ଷ ନେଇଥିଲେ। କିନ୍ତୁ ଦୀର୍ଘ ଦିନ ଧରି ଟଙ୍କା ନ ଫେରାଇବାକୁ ବ୍ୟକ୍ତି ଜଣଙ୍କ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।

ପୁଲିସ୍ ଅଭିଯୁକ୍ତଙ୍କଠାରୁ ୫ଟି ମୋବାଇଲ ଜବତ କରିଥିବା ବେଳେ ୭ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି। ଅଧିକ ତଦନ୍ତ ପାଇଁ ୧୦ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଛି। ଏହି ମାମଲାରେ ପୂର୍ବରୁ ପୁଲିସ୍ ୪ଜଣଙ୍କୁ ଗିରଫ କରିସାରିଛି। ଅନିଲ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି।

Related posts

ବିଜେଡି କର୍ମୀଙ୍କ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼!

Odisha Halchal

ତୃତୀୟ ନିତ୍ୟାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

Odisha Halchal

ରାଜ୍ୟକୁ ପୁଣି ଫେରିବ ତାତି, ଦିନବେଳା ୨ରୁ ୩ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା

Odisha Halchal

Leave a Comment