ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଏହି ତାରିଖରୁ ଆରମ୍ଭ ହେବ ‘KBC -14’, ପୁରସ୍କାର ରାଶିରେ ବଡ ପରିବର୍ତ୍ତନ

ଏହି ତାରିଖରୁ ଆରମ୍ଭ ହେବ ‘KBC -14’, ପୁରସ୍କାର ରାଶିରେ ବଡ ପରିବର୍ତ୍ତନ

ଟେଲିଭିଜନ୍ ରିଆଲିଟି କୁଇଜ୍ ସୋ ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍‌କୁ ସବୁ ଅପେକ୍ଷା କରି ରହିଛନ୍ତି। ହେଲେ ବର୍ତ୍ତମାନ ଶୋକୁ ଅପେକ୍ଷା କରି ରହିଥିବା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ତଥା ନୂଆ ସିଜିନ୍‌ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ସୁପରଷ୍ଟାର ଅମୀର ଖାନଙ୍କ ଠାରୁ ଆରମ୍ଭ କରି ସ୍ପୋର୍ଟସ୍ ଆଇକନ୍ ମେରି କମ୍ ପର୍ଯ୍ୟନ୍ତ, ବିଗ୍‌-ବିଙ୍କ ଦ୍ୱାରା ଆୟୋଜିତ ‘କୌନ୍‌ ବନେଗା କରୋଡପତି-୧୪ ‘ର ପ୍ରିମିୟର୍ ଏପିସୋଡ୍ ହେବାକୁ ଯାଉଛି ।

‘କେବିସି-୧୪’ ୭ ଅଗଷ୍ଟରେ ଆରମ୍ଭ ହେବାକୁ ଯାଉଛି । ନିର୍ମାତା ଏହାର ଏକ ସ୍ଵତନ୍ତ୍ର ଏପିସୋଡ୍ କରିଛନ୍ତି। ଯେଉଁଥିରେ ଅମୀର ଖାନ, ମେରି କମ ଏବଂ ସୁନୀଲ ଛେତ୍ରୀଙ୍କ ସହ ସ୍ପୋର୍ଟ ଆଇକନ୍ ମିତାଲି ମଧୁମିତା ମଧ୍ୟ ଯୋଗଦେବେ। ଏହା ବ୍ୟତୀତ ଅନ୍ୟାନ୍‌ ବଡ ବଡ ତାରକା ମଧ୍ୟ ନଜର ଆସିବେ। ଏଥର ଶୋ’ରେ ବହୁତ କିଛି ପରିବର୍ତ୍ତନ ଆସିବ । ପ୍ରଥମେ, ଜ୍ୟାକପଟ୍ ପ୍ରଶ୍ନ ବୃଦ୍ଧି କରାଯାଇଛି। ପରେ ଜ୍ୟାକପଟ୍ ପ୍ରଶ୍ନ ସାତ କୋଟି ବଦଳରେ ସାଢେ କୋଟି ହେବ। ଦ୍ୱିତୀୟ ହେଉଛି ଶେଷ ପଯ୍ୟାୟ ଭୁଲ ଉତ୍ତର ଦେବା ପରେ ମଧ୍ୟ ପ୍ରତିଯୋଗୀଙ୍କୁ ମୋଟା ଅଙ୍କର ଅର୍ଥ ମିଳିବ । ଯଦି ଜଣେ ପ୍ରତିଯୋଗୀ ୧ କୋଟି ପ୍ରଶ୍ନର ଉତ୍ତର ଦେବା ପରେ ସାତ କୋଟି ପ୍ରଶ୍ନ ପାଇଁ ଖେଳନ୍ତି ଏବଂ ସେ ଏହାର ସଠିକ୍ ଉତ୍ତର ଦେଇପାରୁ ନାହାଁନ୍ତି, ତେବେ ସେ ହାରିବା ପରେ ବି ୭୫ ଲକ୍ଷ ଟଙ୍କା ପାଇବେ ।

ଏହା ସହ ଶୋ’ରେ ତୃତୀୟ ଏବଂ ଶେଷ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, ୧ କୋଟିର ପ୍ରଶ୍ନ ପୂର୍ବରୁ, ୫୦ ଲକ୍ଷ ଟଙ୍କା ପାଇଁ ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ୭୫ ଲକ୍ଷ ପାଇଁ ପ୍ରଶ୍ନ ରଖାଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ନେଇ, କେବିସିରେ ଏହାକୁ ଯୋଡା ଯାଇଛି। କହିବାକୁ ଗଲେ ପ୍ରତିଯୋଗୀମାନଙ୍କ ପାଇଁ ଶୋ’ର ରେଜିଷ୍ଟ୍ରେସନ୍‌ ୯ ଏପ୍ରିଲରୁ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ହଜାର ହଜାର ଲୋକ ରେଜିଷ୍ଟ୍ରେସନ୍‌ କରିଛନ୍ତି। ଏହି ଶୋ’ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା।

Related posts

ପୁଲିସ ଇନ୍‌ଫର୍ମର ସନ୍ଦେହରେ ମୁଣ୍ଡ ନେଲେ, ପରେ ଗାଡ଼ି ଜାଳିଦେଲେ

Odisha Halchal

ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ

Odisha Halchal

ବଜ୍ରାଘାତରେ ୨ ମୃତ ୩ ଗୁରୁତର

Odisha Halchal

Leave a Comment