ଅପରାଧଓଡ଼ିଶା ଖବରନ୍ୟୁଜ୍

ବିପୁଳ ପରିମାଣର ଚୋରି ତମ୍ବା ତାର ଓ ଅନ୍ୟ ସାମଗ୍ରୀ ଜବତ

ବିପୁଳ ପରିମାଣର ଚୋରି ତମ୍ବା ତାର ଓ ଅନ୍ୟ ସାମଗ୍ରୀ ଜବତ

ବଲାଙ୍ଗୀର /ଟିଟିଲାଗଡ଼(ବ୍ୟୁରୋ :ଓଡିଶା ହାଲଚାଲ):- ସ୍ଥାନୀୟ ଗୋୟଲ୍ ମାର୍କେଟ କମ୍ପ୍ଲେକ୍ସସ୍ଥିତ ଆଦିତ୍ୟ ହୋମ୍‌ ଏଣ୍ଡ କିଚେନ ଦୋକାନରେ ରବିବାର ସନ୍ଧ୍ୟାରେ ରେଳବାଇ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ସେଠାରୁ ବିପୁଳ ପରିମାଣର ଚୋରି ତମ୍ବା ତାର ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା।

ସୂଚନା ଅନୁଯାୟୀ, ତୁରେକେଲା ଓ ଆରଣ୍ଡ ରେଳ ଷ୍ଟେସନର ସିଗ୍‌ନାଲ କେବୁଲ ତାର ଓ ଅନ୍ୟ ଉପକରଣ ଚୋରି ହୋଇଥିଲା। ଏହି ମାମଲାରେ ମହାସମୁନ୍ଦ ଅଞ୍ଚଳର ସଲିମ ଦେବାର, ଆକବର ଦେବାର ଓ କାର୍ତ୍ତିକ ଦେବାର ନାମକ ତିନିଜଣ ଅଭିଯୁକ୍ତଙ୍କୁ ମହାସମୁନ୍ଦ ରେଳବାଇ ପୁଲିସ ଗିରଫ କରିଥିଲା। ସେମାନଙ୍କୁ ଜେରା ସମୟରେ ଚୋରି ସାମଗ୍ରୀକୁ ଟିଟିଲାଗଡ଼ ପଦ୍ମନାଭପୁରର ଆଶିଷ ବର୍ମାଙ୍କୁ ବିକ୍ରି କରିଥିବା କହିଥିଲେ। ପୁଲିସ ୩ ଅଭିଯୁକ୍ତଙ୍କୁ ଆଣି ଆଶିଷଙ୍କୁ ଗିରଫ କରିବା ସହ ଜେରା କରିଥିଲା। ଚୋରି ସାମଗ୍ରୀକୁ ସଂପୃକ୍ତ ଦୋକାନରେ ବିକ୍ରି କରିଥିବା ଆଶିଷ କହିଥିବା ବେଳେ ପୁଲିସ ଟିମ୍ ଏହି ଦୋକାନରେ ପହଞ୍ଚି ଚୋରି ସାମଗ୍ରୀ ଉଦ୍ଧାର କରିଥିଲା।

ଦୋକାନ ମାଲିକ ବିକ୍ରମ ସାହୁ ଫେରାର ହୋଇଯାଇଥିବା ବେଳେ ଦୋକାନରେ ତାଙ୍କ ସ୍ତ୍ରୀ ସୁପ୍ରିୟା ସାହୁ ଉପସ୍ଥିତ ଥିଲେ। ପୁଲିସ ଟିମ୍‌ ବିକ୍ରମଙ୍କୁ ପଳାତକ ଉଲ୍ଲେଖ କରିବା ସହ ଏକ ନୋଟିସ୍‌ ଜାରି କରିଥିଲେ। ଏହି ଚଢ଼ଉରେ ସମ୍ବଲପୁର ରେଳ ବିଭାଗ ସିଆଇବି ଅଧିକାରୀ ବିବେକ କୁମାର, ଏସ୍‌.ପି. ଦୁବେ, ଏନ୍. କେ. ସାହୁ, ମହାସମୁନ୍ଦ ରେଳବାଇ ପୁଲିସ ଅକ୍ଷୟ ଗଡ଼ନାୟକ, କଣ୍ଟାବାଞ୍ଜି ଆର୍‌ପିଏଫ୍ ଏନ୍. ଜି. ରମେଶ, ଟିଟିଲାଗଡ଼ ଆର୍‌ପିଏଫ୍‌ ଥାନା ଅଧିକାରୀ ଧର୍ମେନ୍ଦ୍ର ମିଶ୍ରା, ଅଜୟ ସ୍ୱାଇଁ, ସ୍ଥାନୀୟ ପୁଲିସ ଏସ୍‌ଆଇ ହୀରା ଖାଲକା ପ୍ରମୁଖ ଉପସ୍ଥିତଥିଲେ।

Related posts

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

Odisha Halchal

ନବ ନିର୍ବାଚିତ ସରପଞ୍ଚଙ୍କ ପରିବାର ର ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

Odisha Halchal

ଶାଳିକୁ ଟାଙ୍ଗିଆରେ ହାଣିଲା ଭିଣୋଇ

Odisha Halchal

Leave a Comment