ଓଡ଼ିଶା ଖବରନ୍ୟୁଜ୍

ଗୋଟେ ଫେଜକୁ ସମ୍ଭାଳି ପାରୁନି ପାୱାର

ଗୋଟେ ଫେଜକୁ ସମ୍ଭାଳି ପାରୁନି ପାୱାର

ବୌଦ୍ଧ( ଜି :ପ୍ର ଓଡିଶା ହାଲଚାଲ) :-ବୌଦ୍ଧ ବ୍ଲକ ବାଉଁଶୁଣି ବିଦ୍ୟୁତ ସେକ୍ସନରୁ ଆଖପାଖ ୧୦ ପଞ୍ଚାୟତକୁ ବିଦ୍ୟୁତ ଯୋଗାଣ ହୋଇଥାଏ। ଏଥିପାଇଁ ଟାଟା ପାୱାର ଅନେକ ଯୁବକଙ୍କୁ ନିଯୁକ୍ତି ଦେବା ସହ ଅନେକ ସ୍ଥାନରେ ନୂଆ ବିଦ୍ୟୁତ ଉପକରଣ ସବୁ ଲଗାଉଛି। ହେଲେ ବାଉଁଶୁଣି ବଜାରର ଗୋଟିଏ ଫେଜ ଗତ ୧୫ ଦିନ ହେଲା ଲଗାତାର ଭାବେ ଫ୍ୟୁଜ୍ ଯାଉଛି ଯେ ତାହାକୁ ଠିକ କରି ପାରୁନି।

ସନ୍ଧ୍ୟାରେ ସବୁଦିନ ଏହି ଫେଜ୍ର୍ ର ଫ୍ୟୁଜ୍ ପଳାଉଛି। ଲାଇନ ଗଲେ ୨ ଘଣ୍ଟା ୩ ଘଣ୍ଟା ଧରି ଫ୍ୟୁଜ୍ ପକା ଯାଉନାହିଁ। ଗତ ୧୩ ତାରିଖରେ ସନ୍ଧ୍ୟାରୁ ଫ୍ୟୁଜ୍ ଗଲା ଯେ ଆଉ ରାତିଯାକ ଲାଇନ ଆସିଲା ନାହିଁ। ସେହିପରି ୨୧ ତାରିଖ ଭୋର ୫ଟାରୁ ଫ୍ୟୁଜ୍ ଗଲା ଦିନ ୨ଟାରେ ଯାଇ ଲାଇନ ଆସିଲା।

ଗୋଟିଏ ଫେଜ୍ ଓ ସାମାନ୍ୟ ଫ୍ୟୁଜ୍ ପାଇଁ ଏତେ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ରହିବା କାରଣରୁ ବିଦ୍ୟୁତ ଉପଭୋକ୍ତା ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଟାଟା ପାୱାର କମ୍ପାନୀର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କମ୍ପାନୀ ଖାଲି ମିଟର ବଦଳାଇ ଚଢା ବିଦ୍ୟୁତ ବିଲ ଆଦାୟ କରିବାରେ ବେଶି ଗୁରୁତ୍ୱ ଦେଉଥିବା ବେଳେ ବିଦ୍ୟୁତ ଯୋଗାଣ ଦିଗକୁ ଗୁରୁତ୍ୱ ଦେଉନି ବୋଲି ବିଦ୍ୟୁତ ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି।

Related posts

ସରକାରୀ ଅର୍ଥର ଆତ୍ମସାତ

Odisha Halchal

ଭିଜିଲାନ୍ସ ପଞ୍ଝା ରେ ଏ ଆର ଆଇ

Odisha Halchal

ଉଠାଦୋକାନୀ ପକ୍ଷରୁ ଦୋକାନ ବନ୍ଦ

Odisha Halchal

Leave a Comment